Advertisment

ଆଗକୁ ଆସିବ କି କରୋନାର ଆଉ ଏକ ଲହର ?

ଯଦି ପୁଣି ଥରେ କରୋନାର ଲହର ଆସେ, ତେବେ କେମିତି କରାଯିବ ମୁକାବିଲା ? ରାଜ୍ୟରେ କେତେ ପ୍ରସ୍ତୁତ ରହିଛି କୋଭିଡ୍ ଭିତ୍ତିଭୂମି ? ଦେଶରେ ଗଲା କିଛି ଦିନ ଧରି କୋଭିଡ୍ ସଂକ୍ରମଣର ଉପରମୁହାଁ ସ୍ଥିତିକୁ ଦେଖି ରାଜ୍ୟଗୁଡ଼ିକ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ରାଜ୍ୟବ୍ୟାପୀ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ପ୍ରସ୍ତୁତି ସମୀକ୍ଷା ।

ଅଦ୍ୟତନ ହୋଇଛି
undefined

Corona

Advertisment

ଦେଶରେ ବଢୁଥିବା କୋଭିଡ୍ ସଂକ୍ରମଣ କଣ ଦର୍ଶାଉଛି ? ଆଗକୁ ଆସିବ କି କରୋନା ର ଆଉ ଏକ ଲହର ? ଗଲା କିଛି ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ଟ୍ରେଣ୍ଡ୍ ୫ ହଜାର ଉପରେ ରହୁଥିବାରୁ ଏଭଳି ଆଶଙ୍କା ବଢ଼ିଛି । ସେପଟେ ଯଦି ଆସେ, ତେବେ ତାର ମୁକାବିଲା କିଭଳି କରାଯିବ, ସେ ନେଇ ସବୁ ରାଜ୍ୟର ମେଡିକାଲ ଭିତ୍ତିଭୂମି କିଭଳି ରହିଛି, ତାର ଯାଞ୍ଚ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଆଜି ଓଡ଼ିଶା ସମେତ ସାରା ଦେଶରେ ହୋଇଛି ମକ୍ ଡ୍ରିଲ୍ ।

Advertisment

ଅଧିକ ପଢ଼ନ୍ତୁ: ବଢୁଛି ସଂକ୍ରମଣ, ବଢୁଛି ଭୟ; ପୁଣି ମାସ୍କ ହେଲା ବାଧ୍ୟତାମୂଳକ

ଯଦି ପୁଣି ଥରେ କରୋନାର ଲହର ଆସେ, ତେବେ କେମିତି କରାଯିବ ମୁକାବିଲା ? ରାଜ୍ୟରେ କେତେ ପ୍ରସ୍ତୁତ ରହିଛି କୋଭିଡ୍ ଭିତ୍ତିଭୂମି ? ଦେଶରେ ଗଲା କିଛି ଦିନ ଧରି କୋଭିଡ୍ ସଂକ୍ରମଣର ଉପରମୁହାଁ ସ୍ଥିତିକୁ ଦେଖି ରାଜ୍ୟଗୁଡ଼ିକ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ରାଜ୍ୟବ୍ୟାପୀ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ପ୍ରସ୍ତୁତି ସମୀକ୍ଷା । ଇଏ କ୍ୟାପିଟାଲ ହସ୍ପିଟାଲର ଦୃଶ୍ୟ । ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଯାଞ୍ଚ ହୋଇଛି ଭିତ୍ତିଭୂମି ।

ଆଉ ଇଏ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ମେଡିକାଲ ଭିତ୍ତିଭୂମି ଯାଞ୍ଚ କରିଛନ୍ତି । ଏ ଚିତ୍ର ବ୍ରହ୍ମପୁର ବଡ଼ ମେଡିକାଲର । ଏଠି କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ୩୨୦ ବେଡ୍, ୩ଟି ଆଇସିୟୁ ବେଡ୍ ସହ ଅନ୍ୟ ସାଜ ସରଞ୍ଜାମ ତତକ୍ଷଣାତ ଚାଲୁ ମୋଡରେ ରଖାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ଆଜି ଓ କାଲି ଦୁଇ ଦିନ ଧରି ରାଜ୍ୟବ୍ୟାପୀ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟ ପ୍ରମୁଖ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଦୁଇ ଦିନିଆ ମକ୍ ଡ୍ରିଲ ଆରମ୍ଭ ହୋଇଛି ।

Advertisment

ସେପଟେ ଦେଶର ବିଭିନ୍ନ ଛୋଟ ବଡ଼ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଓ ପ୍ରମୁଖ ସରକାରୀ ମେଡିକାଲରେ ବି କୋଭିଡ୍ ମୁକାବିଲା ଲାଗି ମହଜୁଦ ଥିବା ଆବଶ୍ୟକ ଭିତ୍ତିଭୂମିର ଯାଞ୍ଚ ନେଇ ମକଡ୍ରିଲ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲକୁ ଯାଇ ସେଠାରେ ସ୍ଥିତି ଯାଞ୍ଚ୍ କରିଛନ୍ତି । ଦେଶରେ ଗଲା କିଛି ଦିନ ଧରି ସଂକ୍ରମଣର ଟ୍ରେଣ୍ଡ ୫ ହଜାର ଉପରେ ରହୁଛି ।

ଗତ ୨୪ ଘଣ୍ଟାରେ ୫ହଜାର ୮୮୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆକ୍ଟିଭ୍ କେସ୍ ସଂଖ୍ୟା ୩୫ ହଜାର ୧୯୯କୁ ବୃଦ୍ଧି ପାଇଛି । ସେହିଭଳି ଗତ ୨୪ ଘଣ୍ଟାରେ ୧୪ ଜଣଙ୍କ ମୃତ୍ୟୁ ପୁଣି ଭୟ ବଢାଇଛି । ଏପଟେ ଆମ ରାଜ୍ୟରେ ବି ଆକ୍ଟିଭ୍ କେସ ସଂଖ୍ୟା ବଢୁଥିବାରୁ ଲୋକେ କୋଭିଡ୍ ପ୍ରତିରୋଧୀ ନିୟମ ପାଳନ ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେହିଭଳି ଅନ୍ୟ ରୋଗରେ ପୀଡ଼ିତ ଥିବା ଲୋକେ ଅଧିକ ସକର୍ତ ରହିବା ସହ ଅବଶ୍ୟକ ନିୟମ ମାନିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।

Advertisment

ଲକ୍ଷଣ ଥିଲେ ନିଜର ଟେଷ୍ଟ କରାଇନେବା ହୋମ୍ ଆଇସୋଲେସନ୍ ନିମୟ ମାନିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୦୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ସେବା ସହ ସମୁଦାୟ ଆକ୍ଟିଭ୍ କେସ ସଂଖ୍ୟା ୬୨୯ ରହିଛି ।

Corona COVID Cases
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ