• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ପଜିଟିଭିଟି ୧୦% ହେଲେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର । ଡେଲ୍‌ଟା ଠାରୁ ୩ ଗୁଣ ବେଗରେ ସଂକ୍ରମିତ ହେଉଛି ଓମିକ୍ରନ୍ ।

ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ସବୁ ରାଜ୍ୟକୁ ଓ୍ୱାର ରୁମ୍ ସକ୍ରିୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ସଂକ୍ରମିତଙ୍କ ବାବଦରେ ଜିଲ୍ଲା ସ୍ତରରେ ନିୟମିତ ସମୀକ୍ଷା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସଂକ୍ରମଣ ବ୍ୟାପିବା ପୂର୍ବରୁ କଣ୍ଟେନ୍‌ମେଣ୍ଟ ଭଳି ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି ।

ଖାଲି ସେତିକି ନୁହେଁ, ବାକି ଥିବା ଲୋକଙ୍କୁ ୧୦୦% ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ନାଇଟ୍ କର୍ଫ୍ୟୁ, ଭିଡ଼ ନିୟନ୍ତ୍ରଣ କରିବାକୁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ରହିଛି । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଉପସ୍ଥାନ ସଂଖ୍ୟା ମଧ୍ୟ ସୀମିତ ରଖିବାକୁ କୁହାଯାଇଛି । ବିବାହ ଓ ବ୍ରତଘର ଭଳି ଉତ୍ସବରେ ଗହଳି କମ୍‌ କରିବାକୁ କୁହାଯାଇଛି ।