Advertisment

ରାଜ୍ୟରେ ଦିନକରେ ୭୪୩ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୫,୩୨୮କୁ ବୃଦ୍ଧି ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
undefined

COVID-19 Testing

ରାଜ୍ୟରେ ସାପ ଭଳି ଫଣା ଟେକିଲାଣି କରୋନା। ଆଜି ରାଜ୍ୟରେ କରୋନା ସଂକ୍ରମଣ ୭ ଶହ ଟପିଛି। ରାଜ୍ୟରେ ୨୪ ଘଣ୍ଟାରେ ୭୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୩୬, ଲୋକାଲ କେସ୍- ୩୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୭ ଜଣ ଆକ୍ରାନ୍ତ ଅଛନ୍ତି।

Advertisment

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩, କଟକରୁ ୧୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୫,୩୨୮କୁ ବୃଦ୍ଧି ହୋଇଛି। ଆକ୍ଟିଭ କେସ୍- ୩୮୭୮; ସୁସ୍ଥ ହେଲେଣି ୧୨,୮୨,୨୭୦ ଆକ୍ରାନ୍ତ ହୋଇଛନ୍ତି।

Advertisment

ସେହିପରି ଦେଶରେ ଦିନକରେ ୧୬ ହଜାର ୯୦୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୫ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର ୫୧୯କୁ ବୃଦ୍ଧି ପାଇଛି। ଦେଶରେ ଦୈନିକ ପଜିଟିଭିଟି ହାର ୩.୬୮%କୁ ବୃଦ୍ଧି ହୋଇଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୨ ହଜାର ୪୫୭ ଥିବାବେଳେ ୪ କୋଟି ୩୦ ଲକ୍ଷ ୧୧ ହଜାର ୮୭୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। 

COVID-19 Corona
Advertisment
Advertisment