Advertisment

ଭାରତରେ ପଶିଲା ଓମିକ୍ରନ୍: ୨ ଆକ୍ରାନ୍ତ ଚିହ୍ନଟ

ଓମିକ୍ରନ ୨୯ ଦେଶକୁ ବ୍ୟାପି ଯାଇଥିବା କେନ୍ଦ୍ର ଜଣାଇଲା। ୨୯ ଦେଶରେ ୩୭୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି।

author-image
Chandan Shishu
ଅଦ୍ୟତନ ହୋଇଛି
Omicron in india

Omicron in india

ନୂଆଦିଲ୍ଲୀ: ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଚିହ୍ନଟ ହେଲେ ୨ ଆକ୍ରାନ୍ତ। କର୍ଣ୍ଣାଟକରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଜଣ ପୁରୁଷ ଏବଂ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ। ଉଭୟଙ୍କୁ ଆଇସୋଲେଟ୍‌ କରି ରଖାଯାଇଛି। ପ୍ରେସମିଟରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲଙ୍କ ସୂଚନା ଦେଇଛନ୍ତି। ଉଭୟଙ୍କୁ ଆଇସୋଲେଟ କରାଯାଇ ଚିକିତ୍ସା ଜାରି ରଖାଯାଇଛି। ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିିଛି, ସମସ୍ତ କଣ୍ଟାଙ୍କ ଟେଷ୍ଟ ହେବ।

Advertisment

ସେପଟେ କୋଭିଡର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ କେନ୍ଦ୍ର ସତର୍କ କରିଛି। ଓମିକ୍ରନ ୨୯ ଦେଶକୁ ବ୍ୟାପି ଯାଇଥିବା କେନ୍ଦ୍ର ଜଣାଇଲା। ୨୯ ଦେଶରେ ୩୭୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି। ଜନଗହଳି ସ୍ଥାନକୁ ଆଦୌ ନଯିବାକୁ ସତର୍କ କରିଛନ୍ତି ବିଶେଷଜ୍ଞ। ଓମିକ୍ରନରୁ ବର୍ତ୍ତିବା ପାଇଁ କଟକଣା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନଗହଳି ସ୍ଥାନକୁ ଆଦୌ ନଯିବାକୁ ସତର୍କ କରିଛନ୍ତି ବିଶେଷଜ୍ଞ। ଆଇସିଏମ୍ଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ସତର୍କ କରିଛନ୍ତି ଗହଳିକୁ ଯାଆନ୍ତୁନି ଏବଂ ନିଶ୍ଚିତ ଟିକା ନିଅନ୍ତୁ ବୋଲି ଭାର୍ଗବ କହିଛନ୍ତି। 

ବିଶ୍ୱରେ କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ କୋଭିଡ୍ ଟିକାର ବୁଷ୍ଟର ଡୋଜ ପାଇଁ ଅନୁମତି ଦେବାକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ନିକଟରେ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଆବେଦନ କରିଛି। କୋଭିସିଲ୍ ଭ୍ୟାକ୍ସିନକୁ ଏହି ଅନୁମତି ଦେବାରୁ କମ୍ପାନୀ ପକ୍ଷରୁ ଆବେଦନ କରାଯାଇଥିବା ସୂଚନା ମିଳିଛି। ସେରମ୍‌ ପାଖରେ ପର୍ଯ୍ୟାପ୍ତ ପରିମାଣର ଟିକା ଗଚ୍ଛିତ ଥିବା ମଧ୍ୟ ଏହି ଆବେଦନରେ ଦର୍ଶାଯାଇଛି। ୟୁକେରେ ଆଷ୍ଟ୍ରାଜେନେକା ଟିକାକୁ ବୁଷ୍ଟର ଡୋଜ୍ ପାଇଁ ଅନୁମତି ମିଳିଥିବାରୁ ଭାରତରେ ମଧ୍ୟ ଅନୁମତି ଦେବାକୁ ଅନୁରୋଧ କରାଯାଇଛି।

Advertisment

ଗୋଟିଏ ପଟେ କୋଭିଡର ନୂଆ ଭ୍ୟାରିଆଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ଏହା ଉପରେ ଟିକାର ପ୍ରଭାବ କଣ ରହିବ ସେ ନେଇ ଗବେଷଣା ଚାଲିଛି।  ଅତ୍ୟନ୍ତ ସଂକ୍ରାମକ ଥିବା ଓମିକ୍ରନ୍ ଭ୍ୟାରିଆଣ୍ଟକୁ ନେଇ ସତର୍କ କରାଇଛି ଟିକା ନିର୍ମାତା ମର୍ଡେନା। ଡେଲଟା ଭ୍ୟାରିଆଣ୍ଟ ପରି ଓମିକ୍ରନ୍ ଭ୍ୟାରିଆଣ୍ଟ ବିରୋଧରେ ମର୍ଡେନା ଟିକା ସେତେ ଫଳପ୍ରଦ ହୋଇ ନପାରେ ବୋଲି ସେ ଚେତାଇ ଦେଇଛନ୍ତି। 

COVID19 South Africa COVID Variant Corona Virus New Variant Omicron Omicron Variant
Advertisment
Advertisment