Advertisment

ବଢୁଛି ସଂକ୍ରମଣ, ବଢୁଛି ଭୟ; ଦିନକରେ ୧୨ ହଜାର ୫୯୧ ନୂଆ ଆକ୍ରାନ୍ତ

ଓମିକ୍ରନର ସବ ଭେରିଏଣ୍ଟ XBB.1.16 ଅଧିକ ମାତ୍ରାରେ ମାଡ଼ିବାରେ ଲାଗିଛି ।

author-image
Manoranjan Behera
ଅଦ୍ୟତନ ହୋଇଛି
Covid19 Cases In Odisha

Covid-19

ଦେଶରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨ ହଜାର ୫୯୧ ନୂଆ କରୋନା ଆକ୍ରାନ୍ତ । ଯାହା ଗତକାଲିଠୁ ୨୦ ପ୍ରତିଶତ ଅଧିକ । ଗତକାଲି ଚିହ୍ନଟ ହୋଇଥିଲେ ୧୦ ହଜାର ୫୪୨ କେସ୍ । ଏହି ସଂଖ୍ୟାରୁ ଆଜି ୨ ହଜାର କରୋନା ଅଧିକ ଆକ୍ରାନ୍ତ ବାହାରିଛନ୍ତି । 

Advertisment

ଓମିକ୍ରନର ସବ ଭେରିଏଣ୍ଟ XBB.1.16 ଅଧିକ ମାତ୍ରାରେ ମାଡ଼ିବାରେ ଲାଗିଛି । ସେହିପରି ରାଜ୍ୟରେ ଦିନକରେ ୩୮୭ କରୋନା ପଜିଟିଭ ଚିହ୍ନଟ । ଏହାପରେ ମୋଟ୍ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୨୧୭୭କୁ ବୃଦ୍ଧି ପାଇଛି । ହେଲେ ବିଶେଷଜ୍ଞଙ୍କ ମତରେ, ଏନେଇ କୌଣସି ଚିନ୍ତିତ କିମ୍ବା ବିଚଳିତ ହେବା ଆବଶ୍ୟକ ନାହିଁ । ଗତ ୨୪ ଘଣ୍ଟାରେ ୧୦ ହଜାର ୮୨୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୯ ପ୍ରତିଶତ ରହିଛି, ତେଣୁ ଲୋକେ ଚିନ୍ତିତ ନହୋଇ କରୋନା ସତର୍କତା ଅବଲମ୍ବନ କରନ୍ତୁ ।

ଦେଖନ୍ତୁ ଭିଡିଓ | ପୁଣି ବଢିଲାଣି କରୋନା ଭୟ : ଚିନ୍ତାରେ ସମସ୍ତେ...ଆସିବ କି ନୂଆ ଲହର?

Advertisment

ଦେଶରେ ଦୈନିକ କରୋନା ସଂକ୍ରମଣ ହାର ୫.୪୬% ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୫.୩୨% ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୨୨୦.୬୬ କୋଟି ଡୋଜ୍ ଟିକା ଦିଆଯାଇଛି।

ଓଡ଼ିଶା ରେ ଗତ ୨୪ ଘଣ୍ଟାରେ ୩୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ସହିତ ମୋଟ୍ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୨୧୭୭କୁ ବୃଦ୍ଧି ପାଇଛି। 

Coronavirus COVID-19 Odisha Corona Update
Advertisment
Advertisment