Advertisment

ଦେଶରେ କମିଲା ଦୈନିକ କରୋନା ସଂକ୍ରମଣ ହାର

ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୧ ହଜାର ୯୬୬ରେ ପହଞ୍ଚିଛି।

author-image
Chandan Shishu
undefined

Corona Testing

ଗତକାଲି ତୁଳନାରେ ଆଜି ଦେଶରେ ଦୈନିକ କରୋନା ସଂକ୍ରମଣ ହାର ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୨୪୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତକାଲିର ୨ ହଜାର ୧୮୩ ଜଣ ନୂଆ ସଂକ୍ରମିତଙ୍କୁ ତୁଳନାରେ ୪୩ ପ୍ରତିଶତ ହ୍ରାସ ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରବିବାର ଦିନ ଦେଶରେ ୧୧୫୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ଗତକାଲି ୯୦ ପ୍ରତିଶତ ବୃଦ୍ଧି ପାଇଥିଲା।

Advertisment

ହେଲେ ଗତ ୨୪ ଘଣ୍ଟାରେ ପୁଣି ସଂକ୍ରମଣ ହ୍ରାସ ପାଇଛି। ଏହାସହ ଦେଶରେ ଆକ୍ଟିଭ୍ କେସ୍ ସଂଖ୍ୟା ୧୧ ହଜାର ୮୬୦ ହୋଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଏଯାଏ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୩୦ ଲକ୍ଷ ୪୫ ହଜାର ୫୨୭ରେ ପହଞ୍ଚିଛି।

ସେହିପରି ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୧ ହଜାର ୯୬୬ରେ ପହଞ୍ଚିଛି। ସେପଟେ ଦୈନିକ ନିଜ ରାଜ୍ୟର ସଂକ୍ରମଣ ରିପୋର୍ଟ ଦାଖଲ କରିବା ଲାଗି ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ ଏନେଇ ରାଜ୍ୟଗୁଡ଼ିକୁ ଚିଠି ଲେଖି ଜଣାଇଛନ୍ତି।

Advertisment
Corona In India Positivity-rate
Advertisment
Advertisment