Advertisment

୧୨ ଶହ ନିକଟତର ହେଲା ରାଜ୍ୟରେ ଦୈନିକ କରୋନା ସଂକ୍ରମଣ

ଖୋର୍ଦ୍ଧାରୁ ସର୍ବାଧିକ ୩୧୨ ଚିହ୍ନଟ ହୋଇଛନ୍ତି।

author-image
Chandan Shishu
Corona test

Corona test

ରାଜ୍ୟରେ ଆଜି ବି ୧୧ ଶହ ଉପରେ କରୋନା ସଂକ୍ରମଣ। ରାଜ୍ୟରେ ୨୪ ଘଣ୍ଟାରେ ୧୧୯୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୯୯, ଲୋକାଲ କେସ୍- ୪୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୬୯ ଜଣ ଆକ୍ରାନ୍ତ ଅଛନ୍ତି। 

Advertisment

ଖୋର୍ଦ୍ଧାରୁ ସର୍ବାଧିକ ୩୧୨, ସୁନ୍ଦରଗଡ଼ରୁ ୧୭୪, କଟକରୁ ୧୦୯ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩ ହଜାର ୧୯୧କୁ ବୃଦ୍ଧି ହୋଇଛି। ଆକ୍ଟିଭ କେସ୍- ୭,୦୯୩ ଥିବା ବେଳେ ୧୨,୮୬,୯୧୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Advertisment

ଦେଶରେ ଦିନକରେ ୨୧ ହଜାର ୫୬୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୫ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍ କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୫ ହଜାର ୮୭୦କୁ ବୃଦ୍ଧି ପାଇଛି। ଦେଶରେ ଦୈନିକ ପଜିଟିଭିଟି ହାର ୪.୨୫ ପ୍ରତିଶତକୁ ବୃଦ୍ଧି ହୋଇଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୮ ହଜାର ୮୮୧ ରହିଛି। ୪ କୋଟି ୩୧ ଲକ୍ଷ ୫୦ ହଜାର ୪୩୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Corona COVID Update
Advertisment
Advertisment