Advertisment

Internet: ଗାଁରୁ ସହର, ସହରରୁ ଗାଁ...ସବୁଠି ଘାଇଁ ଘାଇଁ ଚାଲିବ ଇଣ୍ଟରନେଟ୍

ଜିଓ ପ୍ଲାଟଫର୍ମସ ଲିମିଟେଡ୍ ଏବଂ ଭାରତୀ ଏୟାରଟେଲ୍, ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସ ଷ୍ଟାରଲିଙ୍କ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ଭାରତର ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ସମେତ ସାରା ଦେଶରେ ସାଟେଲାଇଟ୍ ଆଧାରିତ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ ହେବ।

author-image
Tapaswini Nayak
ଅଦ୍ୟତନ ହୋଇଛି
internet

internet

ଗାଁରୁ ସହର, ସହରରୁ ଗାଁ...ସବୁଠି ଘାଇଁ ଘାଇଁ ଚାଲିବ ଇଣ୍ଟରନେଟ୍। ସୁଲଭ ମୂଲ୍ୟ ମିଳିବ ଚମକାଇଲା ଭଳି ସୁପରଫାଷ୍ଟ ଇଣ୍ଟରନେଟ୍। ଡାଉନଲୋଡ୍ ଅପଲୋଡ୍ ସମୟରେ ଆଉ ହେବନି ବଫରିଂ। ଅପହଞ୍ଚ ଇଲାକାରୁ ଦୁର୍ଗମ ଅଂଚଳର ଦୁର୍ବାର ଗଡ଼ ଯାଏଁ ସବୁଠି ଉପଲବ୍ଧ ହେବ ହାଇ-ସ୍ପିଡ୍ ଇଣ୍ଟରନେଟ୍ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। କିନ୍ତୁ କଥାଟି ସତ ।

Advertisment

ଏବେ ଜିଓ ପ୍ଲାଟଫର୍ମସ ଲିମିଟେଡ୍ ଏବଂ ଭାରତୀ ଏୟାରଟେଲ୍, ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସ ଷ୍ଟାରଲିଙ୍କ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ, ଭାରତର ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ସମେତ ସାରା ଦେଶରେ ସାଟେଲାଇଟ୍ ଆଧାରିତ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ ହେବ। ଏହା ସାହାଯ୍ୟରେ ସେହି ଦୂରଦୂରାନ୍ତ ଅଞ୍ଚଳଗୁଡ଼ିକୁ ମଧ୍ୟ ସହଜରେ ସଂଯୋଗ କରାଯାଇପାରିବ, ଯେଉଁଠାରେ ଇଣ୍ଟରେନେଟ୍ ସେବା ଯୋଗାଇବା ଏବେ ବି କଷ୍ଟକର ହୋଇରହିଛି।

ଅଧିକ ପଢ଼ନ୍ତୁ: ରିଲାଏନ୍ସ ଜିଓର ନୂଆ ଫିଚର ଫୋନ୍ ମାତ୍ର ୯୯୯ ଟଙ୍କାରେ, ମିଳିବ 4G ଇଣ୍ଟରନେଟ୍

Advertisment

ଏହି ଚୁକ୍ତିନାମା ଅନୁସାରେ ଗ୍ରାହକମାନଙ୍କ ପାଇଁ ଷ୍ଟାରଲିଙ୍କ ସୁବିଧାଗୁଡ଼ିକ ଜିଓ ଏବଂ ଏୟାରଟେଲର ରିଟେଲ୍ ଷ୍ଟୋର ଏବଂ ଅନଲାଇନରେ ଉପଲବ୍ଧ ହେବ। ଜିଓ ପକ୍ଷରୁ ପ୍ରକାଶ କରାଯାଇଛି ଯେ, ସ୍ପେସଏକ୍ସ ସହିତ ଚୁକ୍ତିନାମାରେ ସମଗ୍ର ଭାରତରେ ସମସ୍ତ ଉଦ୍ୟୋଗ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ଏବଂ ସମୁଦାୟଗୁଡିକ ପାଇଁ ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ଉପଲବ୍ଧ କରାଯାଇପାରିବ। ଷ୍ଟାରଲିଙ୍କ୍ ଦୁର୍ଗମ ଅଂଚଳରେ ଦ୍ରୁତ ଏବଂ ସୁଲଭ ଉପାୟରେ ସବୁଠାରୁ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସେବା ଦେବାରେ ସକ୍ଷମ ହୋଇପାରିବ। ଏହି କମ୍ପାନୀ ଭାରତର ଡିଜିଟାଲ୍ ଇକୋସିଷ୍ଟମରେ ସହଯୋଗର ଅନ୍ୟାନ୍ୟ ସମ୍ଭାବନା ମଧ୍ୟ ଅନୁସନ୍ଧାନ କରିବେ।

ଷ୍ଟାରଲିଙ୍କର ସୁପର ସ୍ପିଡ୍ ଇଣ୍ଟରେନେଟ୍ ଭାରତରେ ଏହାର ଉପଲବ୍ଧ ହେବା ପୂର୍ବରୁ ଅପହଞ୍ଚ ଇଲାକାରେ ବସବାସ କରୁଥିବା ସାଧାରଣ ଲୋକଙ୍କ ଭିତରେ ଏବେ ଦେଖାଦେଇଛି ଉତ୍ସାହ । ତେବେ ଭାରତରେ ଏହାର ଉପଲବ୍ଧତା ଏବଂ ମୂଲ୍ୟ କେମିତି ରହିବ ତାହା ଦେଖିବାକୁ ବାକି ରହିଛି।

ଅଧିକ ପଢ଼ନ୍ତୁ: ଭାୟାକମ ୧୮ରେ ଅର୍ଥ ବିନିଯୋଗ କରିବ ରିଲାଏନ୍ସ, କିଣିବ ୧୩ ପ୍ରତିଶତ ଅଂଶଧନ

Airtel Reliance Jio Platforms
Advertisment
Advertisment