Advertisment

ରିଲାଏନ୍ସ ଜିଓର ନୂଆ ଫିଚର ଫୋନ୍ ମାତ୍ର ୯୯୯ ଟଙ୍କାରେ, ମିଳିବ 4G ଇଣ୍ଟରନେଟ୍

ଦେଶରେ ଜୁଲାଇ ୭ରୁ ପରୀକ୍ଷାମୂଳକ ଭାବେ ପ୍ରଥମେ ୧୦ ଲକ୍ଷ ଜିଓ ଭାରତ ଫୋନ୍‌ ଲଞ୍ଚ କରାଯିବ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Jio Bharat, Reliance Jio

Jio Bharat, Reliance Jio

ବଜାରକୁ ଆସିଲା ସବୁଠାରୁ ଶସ୍ତା 4G ଫୋନ୍ । ଏଥିପାଇଁ ପୁଣି ଚର୍ଚ୍ଚାରେ ରିଲାଏନ୍ସ ଜିଓ । କମ୍ପାନୀ ପକ୍ଷରୁ ଦୁନିଆର ସବୁଠାରୁ ଶସ୍ତା 4G ଫୋନ୍‌ ଲଞ୍ଚ କରାଯାଇଛି । ଆଉ ଏହାର ନାଁ ରହିଛି ‘ଜିଓ ଭାରତ V2’ । ଏହାର ଦାମ ମାତ୍ର ୯୯୯ ଟଙ୍କା । ସୋମବାର ଏହି ନୂଆ ଫୋନ୍‌ ଲଞ୍ଚ କରିଛି ରିଲାଏନ୍ସ ଜିଓ ।

Advertisment

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହା ଏକ ବେସିକ୍ ଫିଚର ଫୋନ୍‌ । କିନ୍ତୁ ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଲା ଏଥିରେ ଇଣ୍ଟରନେଟ୍ ଚାଲିପାରିବ । ଏହି ନୂଆ ଜିଓ ଭାରତ ସ୍ମାର୍ଟ ଫୋନ୍, ବର୍ତ୍ତମାନର ୨୫୦ ମିଲିୟନ୍ ଫିଚର ଫୋନ୍ (2G) ୟୁଜର୍ସଙ୍କୁ ନିଜର ପ୍ଲାଟଫର୍ମ ମାଧ୍ୟମରେ ଇଣ୍ଟରନେଟ୍ ଯୋଗାଇବ । ଦେଶରେ ଜୁଲାଇ ୭ରୁ ପରୀକ୍ଷାମୂଳକ ଭାବେ ପ୍ରଥମେ ୧୦ ଲକ୍ଷ ଜିଓ ଭାରତ ଫୋନ୍‌ ଲଞ୍ଚ କରାଯିବ ।

ରିଲାଏନ୍ସ ଜିଓର ଚେୟାରମ୍ୟାନ୍‌ ଆକାଶ ଅମ୍ବାନୀ କହିଛନ୍ତି, ଏବେ ସୁଦ୍ଧା ଦେଶରେ ୨୫୦ ମିଲିୟନ ମୋବାଇଲ ଫୋନ୍ ବ୍ୟବହାରକାରୀ ଅଛନ୍ତି ଯେଉଁମାନେ 2G ଯୁଗରେ ଫଶିକି ରହିଛନ୍ତି । ସେମାନେ ଏବେ ସୁଦ୍ଧା ଇଣ୍ଟରନେଟ୍‌ର ବେସିକ୍‌ ଫାଇଦା ମଧ୍ୟ ପାଇପାରି ନାହାନ୍ତି । ଯେତେବେଳେ କି ସାରା ବିଶ୍ୱ 5G ସ୍ପିଡ୍‌ର ମଜା ନେଉଛି ସେତେବେଳେ ଏହି ୨୫୦ ମିଲିୟନ ମୋବାଇଲ ୟୁଜର 2G ରେ ଫଶିଛନ୍ତି ।

Advertisment

ଆକାଶ ଆହୁରି କହିଛନ୍ତି କି, ‘୬ ବର୍ଷ ପୂର୍ବେ ଯେବେ ଜିଓ ଲଞ୍ଚ ହେଲା ସେତେବେଳେ ଆମେ ସ୍ପଷ୍ଟ କରିଥିଲୁ କି ଜିଓ, ଇଣ୍ଟରନେଟ୍‌କୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରିବ । ଏହାସହ ପ୍ରତ୍ୟେକ ଭାରତୀୟ ଯେଭଳି ଟେକ୍ନୋଲୋଜିର ଫାଇଦା ପାଇପାରିବ ସେନେଇ ପ୍ରାୟସ କରିବ । ଏବେ ହାତଗଣତି ଲୋକଙ୍କ ପାଖରେ ଟେକ୍ନୋଲୋଜି ଆଉ ସୀମିତ ହୋଇ ରହିବ ନାହିଁ ।’

ତେବେ ଏହି ନୂଆ ଜିଓ ଭାରତ V2 ଅନ୍ୟ କମ୍ପାନୀର ଫିଚର ଫୋନ୍‌ ତୁଳନାର ୩୦ ପ୍ରତିଶତ ଶସ୍ତା ହେବା ସହ ମାସିକା ପ୍ଲାନ୍‌ ଅନୁସାରେ ୭ଗୁଣା ଅଧିକ ଇଣ୍ଟରନେଟ୍‌ ସୁବିଧା ଯୋଗାଉଛି । ମାତ୍ର ୧୨୩ ଟଙ୍କା ରିଚାର୍ଜ କରି ୟୁଜର ୨୮ ଦିନ ପର୍ଯ୍ୟନ୍ତ ଅନଲିମିଟେଡ୍ ଭଏସ୍ କଲ ଏବଂ ୧୪ ଜିବି ଡାଟାର ଫାଇଦା ନେଇପାରିବେ । ଅନ୍ୟ ଅପରେଟରମାନେ ଭଏସ୍‌ କଲ୍ ଏବଂ 2GB ଡାଟା ସୁବିଧା ଦେବା ପାଇଁ ୧୭୯ ଟଙ୍କା ନେଉଛନ୍ତି ।

Reliance Jio
Advertisment
Advertisment