/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710399064.jpg)
Reliance Industries
ଭାୟାକମ୍ ୧୮ ମିଡିଆରେ ଅଂଶଧନ କିଣିବ ରିଲାଏନ୍ସ । ଏନେଇ ରିପୋର୍ଟ ପ୍ରକାଶ ପାଇଛି । ଏକ ଆମେରିକୀୟ କମ୍ପାନୀ ଦ୍ୱାରା ନିୟାମକ ଦାଖଲ ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଭାୟାକମ୍ ୧୮ ମିଡିଆରେ ଥିବା ପାରାମାଉଣ୍ଟ ଗ୍ଲୋବାଲରେ ୧୩.୦୧% ଅଂଶଧନକୁ ପ୍ରାୟ ୫୧୭ ମିଲିୟନ୍ ବା ₹୪,୨୮୬ କୋଟି ଟଙ୍କାରେ କିଣିବାକୁ ରାଜି ହୋଇଛି ।
ଭାୟାକମରେ ରିଲାଏନ୍ସର ୫୭.୪୮% ଅଂଶଧନ ରହିଛି । ଏହା TV୧୮ ବ୍ରଡକାଷ୍ଟ ଲିମିଟେଡର ସହାୟକ କମ୍ପାନୀ ଅଟେ । ପାରାମାଉଣ୍ଟ୍ ସହିତ ଚୁକ୍ତି ସମାପ୍ତ ହେବା ପରେ ଏହା ୭୦.୪୯% କୁ ବୃଦ୍ଧି ପାଇବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେବେ ଏହି ଚୁକ୍ତି ପରେ ମଧ୍ୟ ପାରାମାଉଣ୍ଟ୍ ଗ୍ଲୋବାଲ୍, ଭାୟାକମ ୧୮ରେ ନିଜର ସେୟାର ରଖିବ ବୋଲି ଜଣା ପଡ଼ିଛି ।
ଗତ ଫେବ୍ରୁଆରୀ ୨୮ ରେ ରିଲାଏନ୍ସ ଓ ଡିଜନି ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଭାରତରେ ଉଭୟ ମିଳିତ ଭାବେ ବ୍ୟବସାୟ କରିବେ ବୋଲି ଚୁକ୍ତି ସ୍ୱାକ୍ଷରିତ କରିଥିଲେ । ଫଳରେ ଭାୟାକମ୍ ୧୮ ଓ ଷ୍ଟାର ଇଣ୍ଡିଆ କାରବାରର ଏକ ଅଂଶ ଭାବରେ, ଷ୍ଟାର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସହ ମିଶି କାର୍ଯ୍ୟ କରିବ ବୋଲି ଜଣା ପଡ଼ିଛି । ଏହି ମିଳିତ ବ୍ୟବସାୟରେ ରିଲାଏନ୍ସ୧୧,୫୦୦ କୋଟି ଟଙ୍କା ବିନିଯୋଗ କରିବାକୁ ରାଜି ହୋଇଛି ।
ଡିଜନି ଇଣ୍ଡିଆର ମୋଟ ସମ୍ପତ୍ତିର ମୂଲ୍ୟ ୨୫,୮୦୬ କୋଟି ଥିବା ବେଳେ ଜିଓ ସିନେମା ସମେତ ଭାୟାକମ୍ ୧୮ ର ସମ୍ପତ୍ତି ମୂଲ୍ୟ ୩୩,୦୪୬ କୋଟିରେ ପହଞ୍ଚିଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)