/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666336900.jpg)
gold price today
ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଗତକାଲି ଓ ଆଜି ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନି । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦ ହଜାର ଟଙ୍କା ରହିଛି ।
ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୭ ହଜାର ୯୦୦ ଟଙ୍କା ରହିଛି । ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୩ ହଜାର ୬୦୦ ଟଙ୍କା, ୩୯, ୪୦୦ ଟଙ୍କା ଓ ୩୦, ୯୦୦ ଟଙ୍କା ରହିଛି । ସୁନା କଏନ୍ର ମୂଲ୍ୟ ୩୯,୮୦୦ ଟଙ୍କାରେ ପହଞ୍ଚିଛି ।
କଟକ ରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୧୮୫ (ଜିଏସ୍ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୧୯୦ (କ୍ୟାସ ୯୯୫) ଟଙ୍କା ରହିଛି । ଅନ୍ୟପଟେ ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୫୮,୦୦୦ ଟଙ୍କାରେ କାରବାର ହେଉଛି ।
ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)