Advertisment

RBIର ମୁଦ୍ରାନୀତି ସମୀକ୍ଷା ବୈଠକ: ଅପରିବର୍ତ୍ତିତ ରହିଲା ସୁଧହାର

ମୁଦ୍ରାନୀତି ସମୀକ୍ଷା କରି ଲଗାତାର ଅଷ୍ଟମ ଥର ରେପୋ ରେଟ୍ ବଢ଼ାଇ ନାହାନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
RBI Monetary Policy June 2024

RBI holds repo rate

ଅପରିବର୍ତ୍ତିତ ରହିଲା ସୁଧହାର। ମୁଦ୍ରାନୀତି ସମୀକ୍ଷା କରି ଲଗାତାର ଅଷ୍ଟମ ଥର ରେପୋ ରେଟ୍ ବଢ଼ାଇ ନାହାନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ସେହିପରି ଷ୍ଟାଣ୍ଡିଂ ଡିପୋଜିଟ୍ ଫ୍ୟାସିଲିଟ୍ ବା ଏସଡିଏଫ୍ ୬.୨୫ ପ୍ରତିଶତ ଏବଂ ଏମଏଫଏଫ୍ ଓ ବ୍ୟାଙ୍କ ରେଟ୍ ୬.୭୫ ପ୍ରତିଶତରେ ଅପରିବର୍ତ୍ତିତ ରହିଲା। ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବାରୁ ଗାଡ଼ି, ଗୃହ ଋଣ ଉପରେ ଇଏମ୍ଆଇ ଆଉ ବଢ଼ିବ ନାହିଁ। 

Advertisment

ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଛି, ୨୦୨୪-୨୫ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ। ପ୍ରଥମ କ୍ବାର୍ଟରରେ ୭.୩, ଦ୍ବିତୀୟ କ୍ବାର୍ଟରରେ ୭.୨, ତୃତୀୟ କ୍ବାର୍ଟରରେ ୭.୩ ଓ ଚତୁର୍ଥ କ୍ବାର୍ଟରରେ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିପାରେ ବୋଲି କହିଛି ଆରବିଆଇ। ଗତବର୍ଷ ଫେବ୍ରୁଆରୀ ମାସରେ ଶେଷ ଥର ରେପୋ ରେଟ୍ ବୃଦ୍ଧି କରିଥିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ।

ଅଧିକ ପଢ଼ନ୍ତୁ: ବଢୁଛି ଏସିର ଚାହିଦା; ଚଳିତ ବର୍ଷ ବିକ୍ରିରେ ହୋଇପାରେ ନୂଆ ରେକର୍ଡ...

Advertisment

ସେହିପରି ୨୦୨୫ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି। ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ଅଧିକ। ଗତ ଆର୍ଥିକ ବର୍ଷରେ ଏହା ୭ ପ୍ରତିଶତ ରହିଥିଲା। ଏହା ବ୍ୟତୀତ ମୁଦ୍ରାସ୍ଫୀତି ହାର ୪ ପ୍ରତିଶତକୁ ଫେରାଇ ଆଣିବା ଲାଗି ଆରବିଆଇ ପ୍ରତିଶ୍ରୁତିବଦ୍ଧ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।

ନିର୍ବାଚନ ଶେଷ ହେବା ପରେ ପ୍ରଥମ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ମୁଦ୍ରାନୀତି କମିଟି (ଏମପିସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୁନ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ଏହି ବୈଠକ ଚାଲିଥିଲା। ନିର୍ବାଚନ ପରେ ରେପୋରେଟ୍‌‌ କମିପାରେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ତାହାକୁ ୬.୫ ପ୍ରତିଶତରେ ସ୍ଥିର ରଖାଯାଇଛି। ୨୦୨୩ ଫେବୃୟାରୀରେ ଆରବିଆଇ ପକ୍ଷରୁ ରେପୋରେଟ୍‌‌ ୨୫୦ ବେସିସ ପଏଣ୍ଟ ବୃଦ୍ଧି କରାଯାଇ ୬.୫ ପ୍ରତିଶତ ଧାର୍ଯ୍ୟ ହୋଇଥିଲା। ସେବେଠାରୁ ତାହା ଅପରିବର୍ତ୍ତିତ ରହିଛି।

RBI Repo Rate
Advertisment
Advertisment