• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଆକାଶରୁ ବର୍ଷା ହେଉଛି ଅଗ୍ନି । ଚଳିତ ବର୍ଷ ରେକର୍ଡ ପରେ ରେକର୍ଡ ଛୁଇଁଛି ତାପମାତ୍ରା । ଯାହାଫଳରେ ଏସିର ବିକ୍ରି ମଧ୍ୟ ବଢିବାରେ ଲାଗିଛି । ଏହି କାରଣରୁ ଚଳିତ ବର୍ଷ ଏସି ବିକ୍ରିରେ ମଧ୍ୟ ରେକର୍ଡ ହୋଇପାରେ । ଏହି ବର୍ଷ ୧.୪ କୋଟି ଏସି ୟୁନିଟ୍ ବିକ୍ରି ହେବାରେ ମଧ୍ୟ ସମ୍ଭାବନା ରହିଛି ।

ଗ୍ରାହକ ଇଲେକ୍ଟ୍ରୋନିକ୍ସ ଏବଂ ଆପ୍ଲାଏନ୍ସ ଉତ୍ପାଦକ ସଂଘ (CEAMA) ସଭାପତି ସୁନୀଲ ଭାଚାନି କହିଛନ୍ତି ଯେ ଏସି ବିକ୍ରିରେ ମେ ମାସରେ ରେକର୍ଡ ସ୍ତରରେ ପହଞ୍ଚିଥିଲା । ଖରା ସିଜିନ୍‌ରେ ଏସି ବିକ୍ରିରେ ୩୦ରୁ ୪୦ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ: ଗରମକୁ ବାଏ ବାଏ, ଏବେ ଦେହରେ ଲାଗିବ ଏସି

ଭାଚାନି କହିଛନ୍ତି ଯେ ବଢୁଥିବା ତାପମାତ୍ରା ଏବଂ ଗରମ ପାଇଁ ବର୍ତ୍ତମାନ ସହରାଞ୍ଚଳରେ ଏସିଗୁଡ଼ିକୁ ଏକ ଜରୁରୀ ଆବଶ୍ୟକତାରେ ପରିଣତ ହୋଇଛି । ଭାରତୀୟ ଶକ୍ତି ବଜାର ମଧ୍ୟ ସ୍ୱଳ୍ପ ଶକ୍ତି ବ୍ୟବହାର ମଡେଲ ସାହାଯ୍ୟରେ ବଢୁଛି, ଯାହା ସମସ୍ତ ଆୟ ବର୍ଗ ପାଇଁ ଉପଯୁକ୍ତ ହୋଇପାରିଛି । ଭାଚାନି କହିଛନ୍ତି ଯେ ବଜାରର ଚାହିଦା ହେତୁ ଆମେ ବାର୍ଷିକ ବିକ୍ରୟ ପରିମାଣ ପ୍ରାୟ ୧୪ ନିୟୁତ ୟୁନିଟ୍ ହେବ ବୋଲି ଆଶା କରୁଛୁ ।

ଭାରତୀୟ ଆବାସିକ ଏସି ବଜାର ବିକ୍ରି ପାଖାପାଖି ୧.୦ ରୁ ୧.୧୧ କୋଟି ୟୁନିଟ୍ ହେବ ବୋଲି ଆଶା କରାଯାଉଛି । ଏଥିରେ ଭୋଲ୍ଟାସ୍, ଏଲଜି, ହିଟାଚି ଜନ୍‌ସନ୍‌,  ପାନାସୋନିକ୍, ଡାଏକିନ୍ ଏବଂ ଗୋଡ୍ରେଜ୍ ଭଳି ବ୍ରାଣ୍ଡ ଅନ୍ତର୍ଭୁକ୍ତ ରହିଛି । ଚଳିତ ବର୍ଷ ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୫୨.୩ ଡିଗ୍ରୀ ଛୁଇଁ ଥିଲା । ଯାହାକି ସାରା ଦେଶରେ ସର୍ବାଧିକ ତାପମାତ୍ର ଭାବେ ରେକର୍ଡ ସୃଷ୍ଟି କରିଥିଲା । ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ରେର୍ଡ ଆଲର୍ଟ ଜାରି ମଧ୍ୟ କରାଯାଇଥିଲା । 

OTV is now on Whatsapp

Join and get latest news update delivered to you via whatsapp

Join Now