• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୋଷ୍ଟ ଅଫିସ୍ ହେଉଛି ଏକ ମାତ୍ର ନିଭରଯୋଗ୍ୟ ପ୍ରତିଷ୍ଠାନ । ଯେଉଁଠି ମଧ୍ୟବିତ୍ତ ଶ୍ରେଣୀର ଚାକିରିଆ ଲୋକେ ନିଜର ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରନ୍ତି । କାରଣ ପୋଷ୍ଟ ଅଫିସର ଏମିତି କିଛି ସ୍କିମ୍‌ ରହିଛି ବା ପଲିସି ରହିଛି ଯେଉଁଥିରେ ଏହି ମଧ୍ୟବିତ ଶ୍ରେଣୀର ଲୋକେ ଭଲ ଲାଭ ପାଇ ପାରୁଛନ୍ତି । ପୋଷ୍ଟ ଅଫିସ୍‌‌ର ଏଭଳି ଗୋଟିଏ କି ଦୁଇଟି ନୁହେଁ ଏକାଧିକ ସ୍କିମ୍‌ ରହିଛି ଯେଉଁଥିରେ ନିବେଶକଙ୍କୁ ଭଲ ରିଟର୍ଣ୍ଣ ମିଳିଥାଏ । ପୋଷ୍ଟ ଅଫିସ ଭଳି ରିଟର୍ଣ୍ଣ ସାଧାରଣତଃ କୌଣସି ବ୍ୟାଙ୍କ ଦେଇପାରିନଥାଏ ।

ଅଧିକ ପଢ଼ନ୍ତୁ: ବିବାହ ପାଇଁ ଲୋନ୍‌ ଚାହୁଁଛନ୍ତି କି ? ବିନା ସୁଧରେ ନେଇପାରିବେ ୨୫ ଲକ୍ଷ !

ପୋଷ୍ଟ ଅଫିସ୍‌ରେ ଗୋଟିଏ RD ଆକାଉଣ୍ଟ ଖୋଲିବା ଖୁବ୍‌ ସହଜ । ୧୦ ବର୍ଷରୁ ଅଧିକ ବୟସ୍କ ପ୍ରତ୍ୟେକ ଲୋକ ପୋଷ୍ଟ ଅଫିସ୍‌‌ରେ ଅତି ସହଜରେ RD ଖୋଲିପାରିବେ । ମାସିକ ମାତ୍ର ୧୦୦ ଟଙ୍କା ଦେଇ ଆପଣ ଏଠାରେ RD ଆରମ୍ଭ କରିପାରିବେ । ପୋଷ୍ଟ ଅଫିସ୍‌‌ରେ RD କଲେ ଆପଣଙ୍କୁ ଅତି କମ୍‌ରେ ୫.୮ ପ୍ରତି ସୁଧ ମିଳିବ । ସବୁଠାରୁ ବଡ଼ କଥା ହେଲା, ସରକାର ପ୍ରତି ୩ ମାସରେ ଏହାର ସୁଧ ହାର ନିର୍ଣ୍ଣୟ କରନ୍ତି । 

ପୋଷ୍ଟ ଅଫିସ୍‌‌ରେ ୫ ବର୍ଷ କିମ୍ବା ୬୦ ମାସ ହେଉଛି ଯେକୌଣସି ଆକାଉଣ୍ଟର ମାଚ୍ୟୁରିଟି ସମୟ । ତେବେ ଆକାଉଣ୍ଟ ଖୋଲି ଡିପୋଜିଟ୍‌ କରିବାର ମାତ୍ର ବଷର୍କ ପରେ ମଧ୍ୟ ଜଣେ ଗ୍ରାହକ ଚାହିଁଲେ ୫୦ ପ୍ରତିଶତ ଟଙ୍କା ଉଠାଇପାରିବ । ଖାଲି ସେତିକି ନୁହେଁ ଡିପୋଜିଟର ଚାହିଁଲେ ୫୦ ପ୍ରତିଶତର ଲୋନ୍‌ ମଧ୍ୟ ନେବାର ବ୍ୟବସ୍ଥା ରହିଛି ।

ସବୁଠାରୁ ବଡ଼ କଥା ହେଲା, ପୋଷ୍ଟ ଅଫିସ୍‌ରେ RD କରିବା ଦ୍ୱାରା ଆପଣଙ୍କ ମୂଳ ଟଙ୍କା ସୁରକ୍ଷିତ ରହିବ ଏବଂ ସମୟ ଅନୁସାରେ ଭଲ ସୁଧ ମିଳିବ । ଯେଉଁମାନେ ସ୍ୱଳ୍ପ ପରିମାଣର ଡିପୋଜିଟ କରୁଛନ୍ତି ଏବଂ କମ୍‌ ସମୟ ପାଇଁ ଟଙ୍କା ରଖୁଛନ୍ତି ସେମାନଙ୍କ ପାଇଁ ପୋଷ୍ଟ ଅଫିସ୍‌‌ର ସ୍କିମ୍‌ ଗୁଡ଼ିକ ଭଲ ଫାଇଦା ଦେଇନପାରେ ।

ତେବେ ପୋଷ୍ଟ ଅଫିସ୍‌ର ଏକ ଭଲ ସ୍କିମ୍‌ ହେଲା, ମାସିକ ୧୦ ହଜାର ବା ଦିନକୁ ୩୩୩ ଟଙ୍କା ଡିପୋଜିଟ୍‌ କରିଲେ ୫.୮ ପ୍ରତିଶତ ସୁଧହାର ହିସାବରେ ଆପଣଙ୍କୁ ମାତ୍ର ୧୦ ବର୍ଷରେ ୧୬ ଲକ୍ଷ ଟଙ୍କା ରିଟର୍ଣ୍ଣ ମିଳିବ । ଏଥିରେ ଦିନକୁ ୩୩୩ ଟଙ୍କା ହିସାବରେ ୧୦ ବର୍ଷରେ ଆପଣଙ୍କୁ ୧୨ ଲକ୍ଷ ଟଙ୍କା ଡିପୋଜିଟ୍‌ କରିବାକୁ ପଡ଼ିବ । ଆଉ ଏହି ନିବେଶ ପରେ ଆପଣ ୧୦ ବର୍ଷ ଶେଷ ହେଲେ ପାଇବେ ଅଧିକ ୪.୨୬ ଲକ୍ଷ ଟଙ୍କା । ଅର୍ଥାତ ଆପଣଙ୍କୁ ମିଳିବ ୧୬.୨୬ ଲକ୍ଷ ଟଙ୍କା । ଚକ୍ରବତ୍ତୀର୍ ସୁଧ ପ୍ରତି ୩ ମାସରେ ଥରେ ହିସାବ କରାଯାଇଥାଏ ।