• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସମସ୍ତେ ଚାହାନ୍ତି ନିଜର ବାହାଘରକୁ ସ୍ମରଣୀୟ କରିବାକୁ । ବାହାଘରରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ପ୍ରସେସନ୍‌, ଭୋଜି ଭାତ ଓ ନାଚଗୀତର ଆସର ଜମିଥାଏ । ଆଉ ଏଥିପାଇଁ ଟଙ୍କାର ଆବାଶ୍ୟକ ରହିଥାଏ । ବିଶେଷକରି ଝିଅଘର ପରିବାର ପକ୍ଷରୁ ବିବାହ ପାଇଁ ଅଧିକ ଟଙ୍କାର ଆବଶ୍ୟକ ପଡ଼ିଥାଏ । କାରଣ ଝିଅର ଗହଣା ସାଙ୍ଗକୁ ବିଭିନ୍ନ ସାମଗ୍ରୀ କିଣିଥାଆନ୍ତି ପରିବାର ଲୋକ ।

ପାଖରେ ଥିବା ଟଙ୍କାକୁ ଦେଖି ଝିଅର ପରିବାର ଲୋକ ପୂର୍ବରୁ ବଜେଟ୍‌ ପ୍ରସ୍ତୁତ କରିଥା’ନ୍ତି । ପରେ ଆହୁରି ଅର୍ଥର ଆବଶ୍ୟକ ପଡ଼ିବା ସହ କିଛି ଟଙ୍କା କରଜ ମଧ୍ୟ ହୋଇଯାଏ । ଯାହାକୁ ପରେ ଝିଅଘର ଲୋକ ସୁଧ ସହ ଟଙ୍କାକୁ ସୁଝିଥା’ନ୍ତି । ହେଲେ ଏପରି ସମୟରେ ଆମେ ଆପଣଙ୍କ ପାଖକୁ ଏକ ଖୁସିର ଖବର ନେଇ ଆସିଛୁ । ବର୍ତ୍ତମାନ ଆପଣଙ୍କ ଏହି ସମସ୍ୟାକୁ ଦୂର କରିବାକୁ ‘ମ୍ୟାରି ନାଓ, ପେ’ ଲ୍ୟାଟର’ ବ୍ୟବସ୍ଥା ହୋଇଛି।

ଅଧିକ ପଢ଼ନ୍ତୁ: LICର ଏମିତି ସ୍କିମ୍‌ ଶହେ ରଖିଲେ; ୭୫ ହଜାର ପାଇବେ !

ଆପଣ ଏହାର ଜରିଆରେ ଋଣ ନେଇପାରିବେ ଏବଂ ପରେ ସେହି ଟଙ୍କାକୁ ସ୍ୱଳ୍ପ ଆକାରରେ ପରିଶୋଧ କରିପାରିବେ ବୋଲି କୁହାଯାଇଛି । ଟ୍ରାଭେଲ୍‌ ଫିନଟେଚ୍‌ ପ୍ଲାଟଫର୍ମ ‘ସାନକଶ’ ଗ୍ରହକମାନଙ୍କ ପାଇଁ MNPL ଯୋଜନା ନେଇଆସିଛି । ଯାହା ପୂର୍ବରୁ ଟ୍ରାଭେଲ୍‌-ନାଓ-ପେ ମାଧ୍ୟମରେ ଗ୍ରାହକମାନଙ୍କୁ ସେବା ଯୋଗାଇ ଆସିଛି । ବର୍ତ୍ତମାନ ଦେଶରେ ବିବାହର ଆୟୋଜନକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ସେବା ଯୋଗାଇବାକୁ ଚାହୁଁଛି ।

ସୂଚନା ଅନୁସାରେ ଚଳିତ ବର୍ଷ ପ୍ରାୟ ୩୫ଲକ୍ଷ ଯୁବକ ଯୁବତୀ ବିବାହ କରିବେ । ଏହାକୁ ଆଖିଆଗରେ ରଖି ଏହି ଯୋଜନା କରାଯାଇଥିବା କୁହାଯାଇଛି । ଖାଲି ସେତିକି ନୁହେଁ, ବ୍ୟାଙ୍କ ଲୋନ୍‌ ତୁଳନାରେ ଏହାର ସୁଧହାର ବହୁତ କମ୍‌ ରହିବ । ଯଦି ଆପଣ ୬ ମାସ ପାଇଁ ଋଣ ଆକାରରେ ଟଙ୍କା ନିଅନ୍ତି ତେବେ ଆପଣଙ୍କୁ କୌଣସି ସୁଧ ଲାଗିବନାହିଁ । ଗୋଟିଏ ବର୍ଷ ପାଇଁ ଟଙ୍କା ନେଲେ ମାସକୁ ଆପଣଙ୍କୁ ମାତ୍ର ୧ ପ୍ରତିଶତ ସୁଧ ଦେବାକୁ ପଡ଼ିବ ।

‘ସାନକଶ’ର ସହ ସଂସ୍ଥାପକ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଗ୍ରହକ ମାନେ ୨୫ଲକ୍ଷ ଟଙ୍କା ଯାଏ ଋଣ ନେଇପାରିବେ । ହେଲେ ଋଣ ଟଙ୍କା ଶୁଝିବାର ଅବଧି ୧ ବର୍ଷ ଯାଏ ରହିବ ।

୧୨ ମାସ ପରେ ଏହାର କୌଣସି ଅବଧି ରହିବନାହିଁ । ସେ ଆହୁରି କହିଛନ୍ତି କି, ଆମେ ‘ମ୍ୟାରି ନାଓ, ପେ’ ଲ୍ୟାଟର’ ଜରିଆରେ ଋଣ ପ୍ରଦାନ କରିବାକୁ ଯାଉଛୁ । ଯାହାକି ବ୍ୟାଙ୍କର ସୁଧ ଠାରୁ ଆହୁରି କମ୍‌ । ଯଦି ଗ୍ରାହକ ମାନେ ମାତ୍ର ୬ ମାସ ପାଇଁ ଋଣ ନିଆନ୍ତି ତେବେ ସେମାନଙ୍କୁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ ।