• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୋଷ୍ଟ ଅଫିସ୍‌ ପକ୍ଷରୁ ଗ୍ରାହକଙ୍କ ପାଇଁ ଅନେକ ଯୋଜନା ଆରମ୍ଭ କରାଯାଇଛି । ଗ୍ରାମ ସୁମଙ୍ଗଲ ରୁରାଲ ପୋଷ୍ଟାଲ ଲାଇଫ୍‌ ଇନସ୍ୟୁରାନ୍ସ ସେଥିମଧ୍ୟରୁ ଅନ୍ୟତମ । ଏହି ସ୍କିମ୍‌ରେ ଯଦି ଜଣେ ଗ୍ରାହକ ଦିନକୁ ୯୫ ଟଙ୍କା ଡିପୋଜିଟ୍‌ କରିବ, ତେବେ ଏହାର ମ୍ୟାଚୁରିଟି ବେଳେ ସେ ଅନ୍ୟୁନ ୧୪ ଲକ୍ଷ ଟଙ୍କା ପାଇବ । ଏହି ଯୋଜନା କେବଳ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ପାଇଁ ଲାଗୁ ହେବ । ଏହି ସ୍କିମ୍‌ରେ ଆହୁରି ଅନେକ ଫାଇଦା ମଧ୍ୟ ରହିଛି ।

ଏହି ସ୍କିମ୍‌ରେ ଇନ୍‌ଭେଷ୍ଟ କରୁଥିବା ବ୍ୟକ୍ତି ଚାହିଲେ ମ୍ୟାଚୁରିଟି ପୂର୍ବରୁ ମଧ୍ୟ ଟଙ୍କା ଉଠାଇପାରିବେ । ଠିକ୍‌ ମନି ବ୍ୟାକ୍‌ ପଲିସି ଭଳି । ସ୍କିମ୍‌ ଚାଲୁଥିବା ଅବସ୍ଥାରେ ମଧ୍ୟ ସେଥିରୁ ଟଙ୍କା ଉଠାଣ କରି ଖର୍ଚ୍ଚ କରିହେବ । ଏବେ ଆସନ୍ତୁ ଏହି ସ୍କିମ୍‌ ବିଷୟରେ ବିସ୍ତୃତ ଭାବେ ଜାଣିବା ।

ଏହି ସ୍କିମ୍‌ର ପ୍ରତ୍ୟେକ ନିବେଶକ ୧୯ ରୁ ୪୫ ବର୍ଷ ବସୟ ମଧ୍ୟରେ ହୋଇଥିବା ଆବଶ୍ୟକ । ଏହି ସ୍କିମ୍‌ରେ ମ୍ୟାଚୁରିଟି ସମୟରେ ନିବେଶକଙ୍କ ପାଇଁ ଏକ ବୋନସର ସୁବିଧା ମଧ୍ୟ ରହିଛି । ୧୫ ରୁ ୨୦ ବର୍ଷ ପର୍ଯ୍ୟନ୍ତ ଯେଉଁ ନିବେଶକମାନେ ନିବେଶ କରିବେ ସେମାନେ ଏହି ସୁବିଧା ପାଇପାରିବେ । ୧୯୯୫ ମସିହାରେ ଏହି ସ୍କିମ୍‌ ଆରମ୍ଭ ହୋଇଥିଲା । ଯଦି କୌଣସି ନିବେଶକ ପଲିସି ଚାଲିଥିବା ସମୟରେ ମୃତ୍ୟୁ ବରଣ କରେ ତେବେ ପଲିସି ନୋମିନି ପୁରା ଟଙ୍କା ସହ ବୋନସ ମଧ୍ୟ ପାଇବେ ।

ଅଧିକ ପଢ଼ନ୍ତୁ: ଏହି ସ୍କିମ୍‌ରେ ଟଙ୍କା ବିନିଯୋଗ କରି ପ୍ରତି ମାସରେ ପାଆନ୍ତୁ ୩୬, ୦୦୦ ଟଙ୍କା

ଏହି ପଲିସିର ଅବଧି ଅନ୍ୟୁନ ୧୫ରୁ ୨୦ ବର୍ଷ ହେବା ଆବଶ୍ୟକ । ମାତ୍ର ୧୯ ବର୍ଷ ବୟସରୁ ଜଣେ ବ୍ୟକ୍ତି ଏହି ପଲିସିରେ ନିବେଶ କରିପାରିବ । ନିଦ୍ଧିଷ୍ଟ କିଛି ବର୍ଷ ନିବେଶ କରିବା ପରେ ନିବେଶକ ଚାହିଁଲେ ଏଥିରୁ ମନି ବ୍ୟାକ୍‌ ପଲିସିର ଫାଇଦା ମଧ୍ୟ ନେଇପାରିବେ ।

ଯଦି ଜଣେ ବ୍ୟକ୍ତି ୨୫ ବର୍ଷ ବୟସରେ ଏହି ସ୍କିମ୍‌ରେ ନିବେଶ କରିବା ଆରମ୍ଭ କରିବେ । ତେବେ ସେ ଅନ୍ୟୁନ ୨୦ ବଷଁ ପାଇଁ ଏହି ସ୍କିମ୍‌ର ବୈଧତା ରଖିବେ । ଏହାର ସମ୍‌ ଆସ୍ୟୁର୍ଡ ୭ ଲକ୍ଷ ଟଙ୍କା ହେବା ଆବଶ୍ୟକ । ଏଭଳି ପରିସ୍ଥିତିରେ ପ୍ରତି ମାସରେ ଜଣେ ନିବେଶକଙ୍କୁ ୨୮୫୩ ଟଙ୍କା ନିବେଶ କରିବାକୁ ପଡ଼ିବ ବା ଇନ୍‌ଷ୍ଟଲମେଣ୍ଟ ଦେବାକୁ ପଡ଼ିବ । ଅର୍ଥାତ୍‌ ପ୍ରତ୍ୟେକ ଦିନ ପାଇଁ ୯୫ ଟଙ୍କା । ତିନିମାସରେ ଥରେ ଯଦି ଆପଣ ଡିପୋଜିଟ୍‌ କରିବାକୁ ଚାହୁଛନ୍ତି ତେବେ ଆପଣଙ୍କୁ ୮୮୫୦ ଟଙ୍କା ଦେବାକୁ ପଡ଼ିବ । ଠିକ୍‌ ସେହିଭଳି ୬ ମାସରେ ଥରେ ଯଦି ଡିପୋଜିଟ୍‌ କରିବେ ତେବେ ଆପଣଙ୍କୁ ଏକାଥରେ ୧୭ ହଜାର ଶହେ ଟଙ୍କା ଦେବାକୁ ହେବ । ଏହି ଧାରାରେ ଯଦି ଜଣେ ନିବେଶକ ନିବେଶ କରିବ ତେବେ ପଲିସିର ମ୍ୟାଚୁରିଟି ବେଳେ ନିବେଶକଙ୍କୁ ୧୪ ଲକ୍ଷ ଟଙ୍କା ମିଳିବ ।