• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶର ସର୍ବବୃହତ ତଥା ପୁରାତନ ବୀମା କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆର କୋଟି କୋଟି ପଲିସିଧାରୀ ଅଛନ୍ତି । ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ କମ୍ପାନୀ ପକ୍ଷରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଯୋଜନା ସାମ୍ନାକୁ ଆସେ । ଯଦି ଆପଣ ଅବସର ପରେ ନିଜ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଚାହୁଁଛନ୍ତି, ତେବେ LIC Jeevan Akshay Policy ରେ ଟଙ୍କା ବିନିଯୋଗ କରନ୍ତୁ । ଫଳରେ ମାସକ ପ୍ରାୟ ୩୬୦୦୦ ଟଙ୍କା ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଆସିଯିବ । 

ଏଲଆଇସି ବର୍ତ୍ତମାନ LIC Jeevan Akshay Policy କୁ ପୁଣି ଥରେ ଆରମ୍ଭ କରିଛି । ଏହି ପଲିସି ଅନୁସାରେ ଆପଣ କେବଳ ଗୋଟିଏ କିସ୍ତି ଦେଇ ଜୀବନ ଜାକ ରୋଜଗାର କରି ପାରିବେ । LIC Jeevan Akshay Policy ହେଉଛି ଏକକ ପ୍ରିମିୟମ୍ ନନ୍‌ ଲିଙ୍କ୍ ପ୍ଲାନ୍‌ ।

ଏହି ପଲିସିରୁ ମାସକୁ ୩୬,୦୦୦ ଟଙ୍କା ପାଇବା ପାଇଁ ଆପଣଙ୍କୁ ବିକଳ୍ପରେ ବାର୍ଷିକ ଦେୟ ଚୟନ କରିବାକୁ ପଡିବ । ଏହା ଅଧୀନରେ ଆପଣଙ୍କୁ ପ୍ରତି ମାସରେ ଏକ ପ୍ରକାର ପେନସନ୍ ମିଳିବ । ଉଦାହରଣ ସ୍ୱରୂପ, ଯଦି କୌଣସି ୪୫ ବର୍ଷ ବୟସ୍କ ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୭୦ ଲକ୍ଷ ଟଙ୍କାର ବିକଳ୍ପ ବାଛିବା ପାଇଁ ପଡ଼ିବ ।

ତେବେ ଏଥିପାଇଁ ଆପଣଙ୍କୁ ୭୧,୨୬,୦୦୦ ଟଙ୍କା ପ୍ରିମିୟମ ଦେବାକୁ ପଡିବ । ଏଥିରେ ବିନିଯୋଗ କରିବା ପରେ ଆପଣଙ୍କୁ ମାସିକ ୩୬,୪୨୯ ଟଙ୍କା ପେନସନ୍ ମିଳିବ । ତେବେ ଏହି ଯୋଜନା ନିବେଶକକାରୀଙ୍କ ଦେହାନ୍ତ ପରେ ବନ୍ଦ ହୋଇଯିବ ।