ପ୍ରୋଭିଡେଣ୍ଟ ଫଣ୍ଡ ହେଉଛି ଏକ ବିନିଯୋଗ ପାଣ୍ଠି ଯାହା ସ୍ୱେଚ୍ଛାକୃତ ଭାବରେ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ଦ୍ୱାରା ସଞ୍ଚିତ ଏକ ଦୀର୍ଘକାଳୀନ ସଞ୍ଚୟ ଯାହା ବ୍ୟକ୍ତିଙ୍କ ଅବସର ସମୟରେ ସହଯୋଗ କରିଥାଏ।
ବିଭିନ୍ନ ପ୍ରକାରର ପ୍ରୋଭିଡେଣ୍ଟ୍ ପାଣ୍ଠି ଅଛି ଯାହା କର୍ମଚାରୀମାନଙ୍କ ଅବସର ସୁବିଧା ପାଇଁ ବ୍ୟବହୃତ ହୁଏ; ଯେପରିକି କର୍ମଚାରୀ ପ୍ରୋଭିଡେଣ୍ଟ୍ ଫଣ୍ଡ୍ (ଇପିଏଫ୍), ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍ (ପିପିଏଫ) ଏବଂ ଜେନେରାଲ ପ୍ରୋଭିଡେଣ୍ଟ୍ ଫଣ୍ଡ୍ (ଜିପିଏଫ୍)। ଏସବୁ କ’ଣ ଓ ଏଥିରେ କ’ଣ ସବୁ ଫାଇଦା ଅଛି ଆସନ୍ତୁ ଜାଣିବା।
ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍ (ପିପିଏଫ):
ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠିକୁ ‘PPF’ କୁହାଯାଏ। ଏହାର ନାମରୁ ଏହା ସ୍ପଷ୍ଟ ଯେ ଚାକିରିଆ, ବ୍ୟବସାୟୀ ଏବଂ ସେଲ୍ଫ୍ ଏମ୍ପ୍ଲୋୟିଙ୍କ ପାଇଁ ଏହା ଉପଲବ୍ଧ। ଏହି ପଲିସି ଅନୁଯାୟୀ କୌଣସି ପାନ୍ କାର୍ଡଧାରୀ ନିଜ ପାଇଁ ଏବଂ ତାଙ୍କ ନାବାଳକ ପିଲା ପାଇଁ ଏକ PPF ଆକାଉଣ୍ଟ୍ ଖୋଲିପାରିବେ। ଗୋଟିଏ ଆର୍ଥିକ ବର୍ଷରେ ଏହି ଆକାଉଣ୍ଟରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରାଯାଇପାରିବ। PPF ଖାତାର ପରିପକ୍ୱତା ଅବଧି ହେଉଛି ୧୫ ବର୍ଷ। ଏହା ପରେ ୫ ବର୍ଷ ପାଇଁ ବୃଦ୍ଧି କରାଯାଇପାରେ।
Also Read
ଫାଇଦା:
- ପିପିଏଫ୍ ଆକାଉଣ୍ଟରେ ଉପଲବ୍ଧ ସୁଧ ହାର ତ୍ରୟମାସିକ ଭିତ୍ତିରେ ସ୍ଥିର କରାଯାଏ। ଏଥିରେ ବିନିଯୋଗ କରି, ଆପଣ ସ୍ଥିର ଜମା ଠାରୁ ଅଧିକ ସୁଧ ପାଇପାରିବେ। ସାର୍ବଭୌମ ଗ୍ୟାରେଣ୍ଟି PPF ଆକାଉଣ୍ଟରେ ଜମା ହୋଇଥିବା ପରିମାଣକୁ ଅଧିକ ସୁରକ୍ଷିତ କରିଥାଏ।
- ପରିପକ୍ୱତା ପରେ, ଆକାଉଣ୍ଟଧାରୀ ତାଙ୍କ ରାଶି ଟଙ୍କା ଉଠା ପାରିବେ, କିମ୍ବା ସେ ଏହାକୁ ୫ ବର୍ଷ ପର୍ଯ୍ୟନ୍ତ ବଢେଇ ପାରିବେ।
- ଆକାଉଣ୍ଟଧାରୀ ପିପିଏଫ୍ ଆକାଉଣ୍ଟ ଖୋଲିବା ଦିନଠାରୁ ୩ ରୁ ୬ ବର୍ଷ ମଧ୍ୟରେ ତାଙ୍କ ଜମା ଆଧାରରେ ଋଣ ନେଇପାରିବେ। ଆହୁରି ମଧ୍ୟ ୬ ବର୍ଷ ଶେଷ ହେବା ପରେ ସେ ପିପିଏଫ୍ ଆକାଉଣ୍ଟରୁ କିଛି ରାଶି ଉଠେଇ ପାରିବେ।
କର୍ମଚାରୀ ଭବିଷ୍ୟ ନିଧି (EPF):
କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି କମ୍ପାନୀ ଦ୍ୱାରା କେବଳ କର୍ମଚାରୀମାନଙ୍କୁ ଦିଆଯାଏ। ବେସରକାରୀ କ୍ଷେତ୍ରର ସେହି କମ୍ପାନୀଗୁଡିକ ଯେଉଁଥିରେ ୨୦ରୁ ଅଧିକ କର୍ମଚାରୀ ଅଛନ୍ତି ଏବଂ ସେମାନଙ୍କର ମୌଳିକ ଦରମା ୧୫ ହଜାରରୁ ଅଧିକ, ତେବେ କମ୍ପାନୀ ସେମାନଙ୍କୁ EPF ଅଧୀନରେ ଉପଲବ୍ଧ ସୁବିଧା ଦେବା ବାଧ୍ୟତାମୂଳକ।
ଏହି ଯୋଜନା ଅଧୀନରେ କର୍ମଚାରୀଙ୍କୁ ତାଙ୍କର ମୌଳିକ ଦରମାର ୧୨ ପ୍ରତିଶତ ଇପିଏଫ୍ ଆକାଉଣ୍ଟରେ ଜମା କରିବାକୁ ପଡିବ, କମ୍ପାନୀକୁ ମଧ୍ୟ ସମାନ ପରିମାଣର ରାଶି ଦେବାକୁ ପଡିବ। କର୍ମଚାରୀଙ୍କ ପାଖରେ ଏହି ରାଶି ବୃଦ୍ଧି କରିବାର ବିକଳ୍ପ ମଧ୍ୟ ଅଛି।
ଫାଇଦା:
- EPF ର ମୁଖ୍ୟତଃ ତିନୋଟି ଲାଭ ଅଛି-
- ଅବସର ପରେ ଗ୍ରାଚ୍ୟୁଟି ଭାବରେ ଏକଲକ୍ଷ ଟଙ୍କା PF ପ୍ରତ୍ୟାହାର,
- କର୍ମଚାରୀଙ୍କ ପେନସନ୍ ସ୍କିମ୍ ଅଧୀନରେ ନିୟମିତ ପେନ୍ସନ୍
- କର୍ମଚାରୀଙ୍କ ପାଇଁ ଜୀବନ ବୀମା
- ଇପିଏଫ୍ରେ, କର୍ମଚାରୀଙ୍କ ଦ୍ୱାରା ୧୨ ପ୍ରତିଶତ ଜମା ହେଉଥିବାବେଳେ କମ୍ପାନୀ ଦେଇଥିବା ୧୨ ପ୍ରତିଶତ ଅବଦାନ ମଧ୍ୟରୁ ୮.୩୩ ପ୍ରତିଶତ ଇପିଏସ୍ରେ ଜମା ହୁଏ ଏବଂ ଅବଶିଷ୍ଟ ୩.୬୭ ପ୍ରତିଶତ EDLIରେ ଜମା ହୁଏ।
- ଅବସର ପରେ କର୍ମଚାରୀଙ୍କୁ ଏକ ବଡ ରକମର ଗ୍ରାଚ୍ୟୁଟି ମିଳେ। କାମ କରୁଥିବା ସମୟରେ କୌଣସି ଦୁର୍ଘଟଣାରେ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳେ।
- ଘର ନିର୍ମାଣ, ମେଡିକାଲ ଖର୍ଚ୍ଚ, ପୁଅ-ଝିଅଙ୍କ ବିବାହ ଭଳି କାମ ପାଇଁ ୬ ବର୍ଷ ପରେ ଏହି ଆକାଉଣ୍ଟରୁ କିଛି ଅର୍ଥ ଉଠାଇ ପାରିବେ।
ଜେନେରାଲ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍(GPF):
ସେହି ସରକାରୀ କର୍ମଚାରୀମାନଙ୍କୁ GPF ଦିଆଯାଏ ଯେଉଁମାନେ ୩୧ ଡିସେମ୍ବର ୨୦୦୩ରେ କିମ୍ବା ତା’ ପୂର୍ବରୁ ଚାକିରିରେ ଯୋଗ ଦେଇଛନ୍ତି। ଏହି ସମସ୍ତ କର୍ମଚାରୀଙ୍କୁ ପୁରୁଣା ପେନ୍ସନ୍ ସ୍କିମ୍ (ଓପିଏସ୍) ଅଧୀନରେ ପେନ୍ସନ୍ ସୁବିଧା ଦିଆଯାଏ। ଏହି କର୍ମଚାରୀମାନେ ସେମାନଙ୍କର ଇଚ୍ଛା ଅନୁଯାୟୀ ଜମା କରିପାରିବେ। ସେମାନଙ୍କ ଅବଦାନ ପାଇଁ ସର୍ବନିମ୍ନ ସୀମା ୬ ପ୍ରତିଶତ ଏବଂ ସର୍ବାଧିକ ସୀମା ୧୦୦ ପ୍ରତିଶତ ରହିଛି।
ଏହି ଯୋଜନାରେ ସରକାରଙ୍କ କୌଣସି ଅବଦାନ ନାହିଁ। ଏହି ଯୋଜନାରେ, କେବଳ କର୍ମଚାରୀମାନେ GPF ରେ ସହଯୋଗ କରିବେ। GPF ଏବଂ PPF ଅନେକ କ୍ଷେତ୍ରରେ ସମାନ। ଏକମାତ୍ର ପାର୍ଥକ୍ୟ ହେଉଛି ଜିପିଏଫ୍ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ନୁହେଁ। ଜିପିଏଫ୍ରେ ସରକାର ସର୍ବାଧିକ ସୀମା ୫ ଲକ୍ଷ ଟଙ୍କା ସ୍ଥିର କରିଛନ୍ତି।
ଫାଇଦା:
ଏକ ସରକାରୀ ପାଣ୍ଠି କାରଣରୁ ଜିପିଏଫ୍ରେ ବିନିଯୋଗ କରିବା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏଥିରେ ଉପଲବ୍ଧ ସୁଧ ହାର ବର୍ତ୍ତମାନର FD ହାରଠାରୁ ଅଧିକ। ଅବସର ସମୟରେ ଜିପିଏଫ୍ରେ ଜମା ହୋଇଥିବା ରାଶିରୁ ଏକ ବଡ ରକମ ଉଠାଯାଇ ପାରିବ। ଏହା ସହିତ ଆଂଶିକ ଉଠାଣ ମଧ୍ୟ କରାଯାଇପାରିବ।