Advertisment

Gold Loan New Rules: ବଦଳିବ ଗୋଲ୍‌ଡ ଲୋନ ନିୟମ, କ୍ଷୁଦ୍ର ଗ୍ରାହକଙ୍କୁ ମିଳିପାରେ ଆଶ୍ୱସ୍ତି

ଟଙ୍କା ବନ୍ଧକ ରଖି ଋଣ ଚାହୁଁଛନ୍ତି କି ? ଏନେଇ ନୂଆ ନିୟମ ଆଣିବାକୁ ଯାଉଛି RBI । କ୍ଷୁଦ୍ର ଗ୍ରାହକଙ୍କୁ ମିଳିପାରେ ଆଶ୍ୱସ୍ତି । କମ୍ ଋଣ ନେଉଥିବା ଗ୍ରାହକ ଯେପରି ଅସୁବିଧାରେ ନପଡନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶ ରହିଛି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
New Rules For Gold Loan

New Rules For Gold Loan

ବଦଳିବ ଗୋଲ୍‌ଡ ଲୋନ୍ ନିୟମ । ସୁନା ବନ୍ଧକ ରଖି ଋଣ ନେଉଥିବା ଗ୍ରାହକଙ୍କ ପାଇଁ ନୂଆ ନିୟମ ଆଣୁଛି RBI । ଏନେଇ ଡ୍ରାଫ୍ଟ ପ୍ରସ୍ତୁତ ସରିଥିବାବେଳେ କ୍ଷୁଦ୍ର ଉଧାରକାରୀ ପ୍ରଭାବିତ ହୋଇପାରନ୍ତି । ଯେଉଁଥିପାଇଁ ନିୟମରେ ସଂଶୋଧନ କରି ସେମାନଙ୍କୁ ଆଶ୍ୱସ୍ତି ଦେବାକୁ ନିର୍ଦ୍ଦେଶ ଦେଇଛି ଅର୍ଥ ମନ୍ତ୍ରାଳୟ । 

Advertisment

ନିକଟରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ପୋଷ୍ଟରେ ଦର୍ଶାଯାଇଛି ଯେ, ଯେପରି କମ୍ ପରିମାଣର ଋଣ ନେଉଥିବା ଗ୍ରାହକଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ ତାହାକୁ ନଜରରେ ରଖାଯାଇ ସମସ୍ତ ନିଷ୍ପତ୍ତି ନିଆଯାଉ । ସେପଟେ ଡ୍ରାଫ୍ଟ ଗାଇଡଲାଇନ ଉପରେ ମିଳିଥିବା ଫିଡବ୍ୟାକକୁ ନୀରି‍କ୍ଷଣ କରୁଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ତାହାକୁ ନଜରରେ ରଖି ସମସ୍ତଙ୍କ ସୁବିଧା ପାଇଁ ବ୍ୟବସ୍ଥା କରାଯିବ । ଯେଉଁ କାରଣ ପାଇଁ ସମସ୍ୟା ଉପୁଜୁଛି ସେସବୁର ସମାଧାନ ହେବ ବୋଲି RBI ପକ୍ଷରୁ କୁହାଯାଇଛି । 

ସୂଚନାଯୋଗ୍ୟ, ଗତ ଏପ୍ରିଲରେ ଗୋଲଡ ଲୋନ ନେଇ ଆରବିଆଇ ଏକ ଡ୍ରାଫ୍ଟ ଜାରି କରିଥିଲା । ଯାହା ଦ୍ୱାରା ‍କ୍ଷୁଦ୍ର ଗ୍ରାହକ ପ୍ରଭାବିତ ହେବାର ଆଶଙ୍କା କରି ନିୟମରେ ସାମାନ୍ୟ ପରିବର୍ତ୍ତନ ଆଣିବାକୁ ନିର୍ଦ୍ଦେଶ ଦେଇଥିଲା ଅର୍ଥ ମନ୍ତ୍ରାଳୟ । ତେଣୁ ହିତାଧିକାରୀଙ୍କଠାରୁ ମେ ୧୨ ତାରିଖ ଭିତରେ ପରାମର୍ଶ ଲୋଡାଯାଇଥିଲା । ଗ୍ରାହକଙ୍କଠାରୁ ମିଳିଥିବା ଫିଡବ୍ୟାକକୁ ଅନୁଧ୍ୟାନ ପରେ ନିଷ୍ପତ୍ତି ନିଆଯିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି।  RBI ପ୍ରସ୍ତୁତ କରିଥିବା ଡ୍ରାଫ୍ଟରେ ଦର୍ଶାଯାଇଥିଲା ଯେ, ଲୋନ ଟୁ ଭାଲ୍ୟୁ( LTV) ୭୫ ପ୍ରତିଶତରୁ ଅଧିକ ନହେବା ଉଚିତ । ଅର୍ଥାତ୍ ଗ୍ରାହକ ଯଦି ୧ ଲକ୍ଷ ଟଙ୍କାର ସୁନା ବନ୍ଧକ ରଖନ୍ତି ତେବେ ତାଙ୍କୁ ମାତ୍ର ୭୫ ହଜାର ଟଙ୍କା ଋଣ ମିଳିବ ।

Advertisment

ଏହାଦ୍ୱାରା କମ୍ ଋଣ ନେଉଥିବା ଉଧାରକାରୀମାନେ ବିଶେଷ ଭାବେ ପ୍ରଭାବିତ ହୋଇପାରନ୍ତି । ୨ ଲକ୍ଷ ଟଙ୍କା ଯାଏଁ ଋଣ ନେଉଥିବା ଗ୍ରାହକଙ୍କୁ ଛୋଟ ଉଧାରକାରୀ ବୋଲି ଦର୍ଶାଇଛି ଅର୍ଥ ମନ୍ତ୍ରାଳୟ । ୨ ଲ୍‍କ୍ଷ ଟଙ୍କା ଯାଏଁ ଋଣ ନେଉଥିବା ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ଭଳି ନିୟମ ଆଣିବାକୁ RBIକୁ ପରାମର୍ଶ ଦିଆଯାଇଛି । ଏନେଇ ସବୁ ଗ୍ରାହକଙ୍କ ଫିଡ୍ ବ୍ୟାକ ଉପରେ ସମୀ‍କ୍ଷା ଚାଲିଛି ।  

ଅଧିକ ପଢନ୍ତୁ : ସୁନା କିଣିବାକୁ ଚାହୁଁଛନ୍ତି କି ? ଚେକ କରନ୍ତୁ ରେଟ୍‌

RBI Finance Ministry Gold Loan
Advertisment
Related Articles
Advertisment