Advertisment

ଘରକୁ ଆସିଲେ ରାଧିକା...ହେଲା ଧନବର୍ଷା, ୧୦ ଦିନରେ ବଢ଼ିଲା ଆଖି ତରାଟିବା ଭଳି ସଂପତ୍ତି

ଘରକୁ ବୋହୂ ଆସିଥିବା ବେଳେ ସତେ ଯେପରି ଧନଲକ୍ଷ୍ମୀଙ୍କର ବର୍ଷା ହୋଇଛି ମୁକେଶଙ୍କ ଉପରେ । ବିବାହ ପରେ ମୁକେଶଙ୍କ ସମ୍ପତ୍ତିରେ ଅସ୍ୱାଭାବିକ ବୃଦ୍ଧି ଦେଖିବାକୁ ମିଳିଛି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Mukesh ambani Reliance Earns Rs 25, 000 Crore

Mukesh Ambani

ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଜୁଲାଇ ୧୨ରେ ନିଜ ସାନପୁଅ ଅନନ୍ତ ଅମ୍ବାନୀଙ୍କର ବିବାହ କରାଇଛନ୍ତି । ଅନନ୍ତଙ୍କର ରାଧିକା ମର୍ଚ୍ଚାଣ୍ଟଙ୍କ ସହ ବିବାହ ହୋଇଛି । ଘରକୁ ବୋହୂ ଆସିଥିବା ବେଳେ ସତେ ଯେପରି ଧନଲକ୍ଷ୍ମୀଙ୍କର ବର୍ଷା ହୋଇଛି ମୁକେଶଙ୍କ ଉପରେ । ବିବାହ ପରେ ମୁକେଶଙ୍କ ସମ୍ପତ୍ତିରେ ଅସ୍ୱାଭାବିକ ବୃଦ୍ଧି ଦେଖିବାକୁ ମିଳିଛି ।

Advertisment

ତେବେ ବିବାହରେ ବିପୁଳ ଖର୍ଚ୍ଚ ସତ୍ତ୍ୱେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ହ୍ରାସ ହୋଇନାହିଁ । ଅନ୍ୟପଟେ ଏହା ଖୁବ ଅଧିକ ବୃଦ୍ଧି ପାଇଛି । ବିବାହର ମାତ୍ର ୧୦ ଦିନ ମଧ୍ୟରେ ଅମ୍ବାନୀଙ୍କ ନେଟ୍ ମୂଲ୍ୟ ୨୫,୦୦୦ କୋଟି (ପ୍ରାୟ ୩ ବିଲିୟନ ଡଲାର) ବୃଦ୍ଧି ପାଇଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: ମୁକେଶଙ୍କ ଆଖିରେ ଲୁହ; କନ୍ଦାଇ ଦେଲେ ନୀତା ଅମ୍ବାନୀ, ଭାଇରାଲ ହେଲା ଭିଡିଓ

Advertisment

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ରିପୋର୍ଟ କରିଛି ଯେ ଜୁଲାଇ ୫ ରେ ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ ୧୧୮ ବିଲିୟନ ଡଲାର ଥିଲା । ଜୁଲାଇ ୧୨ ସୁଦ୍ଧା ଏହି ସଂଖ୍ୟା ୧୨୧ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ଏହି ଉଲ୍ଲେଖନୀୟ ବୃଦ୍ଧି ଫଳରେ ମୁକେଶ ଅମ୍ବାନୀଙ୍କ ବିଶ୍ୱ ଧନୀ ମାନ୍ୟତାରେ ନିଜର ସ୍ଥିତିକୁ ମଧ୍ୟ ସୁଦୃଢ଼ କରିଛନ୍ତି । ସେ ଦ୍ୱାଦଶରୁ ଏକାଦଶକୁ ଉନ୍ନୀତ ହୋଇଛନ୍ତି । ବର୍ତ୍ତମାନ ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି ।

ତେବେ ଅମ୍ବାନୀଙ୍କ ନେଟ୍ ସମ୍ପତ୍ତି ମୂଲ୍ୟ ବୃଦ୍ଧିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରର ଦୃଢ଼ କାର୍ଯ୍ୟଦକ୍ଷତାକୁ ଦାୟୀ କରାଯାଇପାରେ । ବିବାହ ଦିନ ରିଲାଏନ୍ସ ସେୟାରରେ ଏକ ପ୍ରତିଶତ ବୃଦ୍ଧି ଘଟିଥିଲା । ତେବେ ଗତ ଏକ ମାସ ମଧ୍ୟରେ, ସେୟାରଗୁଡିକରେ ପ୍ରାୟ ୬.୬୫% ବୃଦ୍ଧି ପାଇଛି । ଏହା ସହ ଗତ ଛଅ ମାସ ମଧ୍ୟରେ୧୪.୯୦% ରିଟର୍ଣ୍ଣ ପ୍ରଦାନ କରିଛି । ତେବେ, ବିବାହ ପରେ ଅର୍ଥାତ୍ ମଙ୍ଗଳବାର ଦିନ ସେୟାରଗୁଡିକ ୧.୧୧% ର ସାମାନ୍ୟ ହ୍ରାସ ପାଇ ₹ ୩,୧୫୯ ରେ କାରବାର ବନ୍ଦ କରିଥିଲା ।

ବ୍ୟକ୍ତିଗତ ଭାବେ ଏତେ ଖର୍ଚ୍ଚ ସତ୍ତ୍ୱେ ତାଙ୍କର ସେୟାର ମୂଲ୍ୟ ବଢ଼ିବାରୁ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଛି । ଘରକୁ ରାଧିକା ଆସିବା ପରେ ସତେ ଯେପରି ମୁକେଶଙ୍କ ଉପରେ ଧନଲକ୍ଷ୍ମୀଙ୍କର ଅହେତୁକ କୃପା ହୋଇଛି ।

ଅଧିକ ପଢ଼ନ୍ତୁ: Video: ବିବାହ ପରେ ଏହି ସ୍ଥାନକୁ ଗଲେ ଅନନ୍ତ-ରାଧିକା; ମିଳିଲା ଭବ୍ୟ ସ୍ବାଗତ...

Mukesh Ambani Reliance Share Market Anant Ambani
Advertisment
Advertisment