• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଗତ କିଛି ଦିନ ଧରି ଷ୍ଟକ୍ ମାର୍କେଟରେ ଉଲ୍ଲେଖନୀୟ ଉତଥାନ୍‌-ପତନ ଦେଖିବାକୁ ମିଳିଛି । ଚଳିତ ସପ୍ତାହରେ BSE ସେନ୍‌ସେକ୍ସ ସହିତ NSE ନିଫ୍ଟି ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି । ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନସେକ୍ସ ୭୫ ହଜାର ଛୁଇଁଛି । ତେବେ ସେନସେକ୍ସ ୭୫ ହଜାର ଛୁଇଁବା ପରେ ଏବେ ୧ ଲକ୍ଷ ଛୁଇଁବ ବୋଲି ଆଶା କଲେଣି ବଜାର ବିଶେଷଜ୍ଞ ।

ମାର୍କେଟ ଆନାଲିଷ୍ଟ ତଥା ମୋବିୟସ୍ ଇମର୍ଜିଂ ଅପରଚ୍ୟୁନିଟି ଫଣ୍ଡର ଅଧ୍ୟକ୍ଷ ମାର୍କ ମୋବିୟସ୍ କହିଛନ୍ତି, ସେନସେକ୍ସ ଆଗାମୀ ୫ ବର୍ଷ ମଧ୍ୟରେ ୧ ଲକ୍ଷ ଛୁଇଁବ । ଭାରତୀୟ ଷ୍ଟକ୍ ମାର୍କେଟ୍ ଦ୍ରୁତ ଗତିରେ ବଢ଼ୁଛି । ବିଏସଇ ମାର୍କେଟ୍ କ୍ୟାପ୍ ୪୦୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିସାରିଛି । ସେନ୍‌ସେକ୍ସ ମଧ୍ୟ ୭୫ ହଜାର ଟଚ୍‌ କରିଛି ଏବଂ କ୍ରମାଗତ ଭାବରେ ଆଗକୁ ବଢ଼ୁଛି । ସେନସେକ୍ସରେ ଏହି ବୃଦ୍ଧି ମଧ୍ୟରେ ବଜାର ବିଶେଷଜ୍ଞମାନେ ଅନୁମାନ କରିଛନ୍ତି କି ଏହା ଏବେ ଏକ ଲକ୍ଷ ସ୍ତରକୁ ଛୁଇଁବ। ଏକ ରିପୋର୍ଟ ଅନୁଯାୟୀ, ମାର୍କ ମୋବିୟସ୍ କହିଛନ୍ତି ଯେ BSE ସେନ୍‌ସେକ୍ସ ଆସନ୍ତା ୫ ବର୍ଷ ମଧ୍ୟରେ ୧ ଲକ୍ଷ ସ୍ତରକୁ ଛୁଇଁପାରେ ।

ସୂଚନା ଅନୁସାରେ ୧୯୭୯ ମସିହାରେ ବିଏସ୍‌ଇ ସେନସେକ୍ସ ୧୦୦ ପଏଣ୍ଟରେ ଥିଲା। ତେବେ ୨୦୨୪ରେ ଅର୍ଥାତ ୪୫ ବର୍ଷ ପରେ ଏହା ୭୫ ହଜାର ଅତିକ୍ରମ କରିଛି । ସବୁଠାରୁ ବଡ଼ କଥା ହେଉଛି ଗତ ୫ ବର୍ଷ ମଧ୍ୟରେ ସେନସେକ୍ସ ୩୭ ହଜାରରୁ ୭୫ ହଜାରରେ ପଏଣ୍ଟରେ ପହଞ୍ଚିଛି । ଯଦି ଆଗକୁ ଏହି ଧାରା ଜାରି ରୁହେ ତେବେ ଏହା ଖୁବଶୀଘ୍ର ଏକ ଲକ୍ଷ ଛୁଇଁବ ବୋଲି ମାର୍କେଟ ବିଶେଷଜ୍ଞ ଆକଳନ କରିଛନ୍ତି ।