• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଷ୍ଟକ ବଜାରରେ ଉତ୍ସାହ । ରେକର୍ଡ଼ ସୃଷ୍ଟି କଲା ଷ୍ଟକ ବଜାର । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବି ବିଜେପିର ବିଜୟ ସମ୍ଭାବନା ମଧ୍ୟରେ ନିବେଶକମାନେ ଉତ୍ସାହିତ ହୋଇଯାଇଛନ୍ତି । ଯାହାଫଳରେ ରେକର୍ଡ଼ ପରେ ରେକର୍ଡ଼ କରୁଛି ଷ୍ଟକ ବଜାର । 

ସେନ୍ସେକ୍ସ ପ୍ରଥମ ଥର ପାଇଁ ୭୫,୦୦୦ ଟପିବାରେ ସଫଳ ହୋଇଛି । ନିବେଶକଙ୍କ ପ୍ରବଳ କ୍ରୟ, ବିଶେଷ କରି ବ୍ୟାଙ୍କିଙ୍ଗ୍ ଓ ଆଇଟି ଷ୍ଟକ୍ ଯୋଗୁଁ ଭାରତୀୟ ବଜାରରେ ଉଭୟ ପ୍ରମୁଖ ସୂଚକାଙ୍କ-ସେନସେକ୍ସ ଓ ନିଫଟି ଐତିହାସିକ ଉଚ୍ଚସ୍ତରରେ ପହଞ୍ଚଛି । ବିଏସ୍ଇ ସେନ୍ସେକ୍ସ ପ୍ରଥମ ଥର ପାଇଁ ୭୫,୧୨୪.୨୮ରେ ପହଞ୍ଚିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୨୨,୭୩୯.୫୫ ପଏଣ୍ଟରେ ପହଞ୍ଚିଛି ।

ସକାଳ ପ୍ରାୟ ୯.୪୭ରେ, ବିଏସ୍ଇ ସେନ୍ସେକ୍ସ ୨୫୯.୨୭ ପଏଣ୍ଟ ବୃଦ୍ଧି ପାଇ ୭୫,୧୨୪.୨୮ରେ ପହଞ୍ଚିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୭୩.୨୫ ପଏଣ୍ଟ ବୃଦ୍ଧି ପାଇ ୨୨,୭୩୯.୫୫ ପଏଣ୍ଟରେ ପହଞ୍ଚିଛି । ଗତକାଲିଠାରୁ ସୂଚକାଙ୍କ-ସେନସେକ୍ସ ଓ ନିଫଟି ଐତିହାସିକ ଉଚ୍ଚସ୍ତରରେ ପହଞ୍ଚଛି ।

କାରବାରରେ ସବୁଠାରୁ ବଡ଼ ବୃଦ୍ଧି ଆଇଟି (IT emerged) ଷ୍ଟକରେ ଦେଖିବାକୁ ମିଳିଛି । ନିଫ୍ଟି ୧.୨୦ ପ୍ରତିଶତ ବୃଦ୍ଧି  ହୋଇଛି । ଏହାବ୍ୟତୀତ ଅଟୋ, ତୈଳ ଓ ଗ୍ୟାସ, କଞ୍ଜ୍ୟୁମର ଡ୍ୟୁରେବଲ୍ସ ସେକ୍ଟରର ସେୟାର ମଧ୍ୟ ବୃଦ୍ଧି ହୋଇଛି । ଷ୍ଟକ ବଜାରରେ ଏହି ଉତ୍ସାହ ଆଗାମୀ କିଛି ଦିନ ବି ଜାରି ରହିବାର ସମ୍ଭାବନା ରହିଛି ।

ନିଫ୍ଟି୫୦ରେ ଶ୍ରେଷ୍ଠ ୫ ଲାଭକାରୀ ଥିଲେ ଇନଫୋସିସ୍, ଏଚ୍‌ସିଏଲ୍‌ଟିଟେକ୍‌ (HCLTech), ଆପୋଲୋ ହସ୍ପିଟାଲ୍, ହିନ୍ଦଲକୋ ଏବଂ ଏଲ୍‌ଟିଆଇଏମ୍‌ (LTIM) । ଅନ୍ୟ ପଟେ, ଟପ୍ ଡ୍ରାଗ୍ ଗୁଡିକ ହେଲା ଆଇଚର୍ ମୋଟର୍ସ, ବିପିସିଏଲ୍, ଏଲ୍ ଆଣ୍ଡ ଟି, ଟାଟା କଞ୍ଜ୍ୟୁମର ପ୍ରଡ଼କ୍ଟ ‌ଓ ରିଲାଏନ୍ସ ରହିଛି ।