Onion Poduction
ଭାରତୀୟଙ୍କ ହାଣ୍ଡିଶାଳରେ ବ୍ୟବହାର ହେଉଥିବା ଏକ ପ୍ରମୁଖ ପରିବା ହେଲା ପିଆଜ । ସତେ ଯେମିତି ପିଆଜ ବିନା ରୋଷେଇ ଅଧୁରା ରହିଥାଏ । ବିଶେଷ କରି ବିନା ପିଆଜରେ ଆମିଷ ରାନ୍ଧିବା ମୁସ୍କିଲ ହୋଇଯାଏ । କେବଳ ଭାରତୀୟ ନୁହଁନ୍ତି, ବିଦେଶରେ ରହିଛି ପିଆଜର ବେଶ ଚାହିଦା । ତେବେ କେଉଁ ଦେଶ ଅଧିକ ପିଆଜ ଉତ୍ପାଦନ କରେ ଆସନ୍ତୁ ଜାଣିବା ।
ଭାରତ:୨୦୨୩-୨୪ରେ କରାଯାଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ପିଆଜ ଉତ୍ପାଦନରେ ସବୁଠୁ ଆଗରେ ରହିଛି ଭାରତ । ସୂଚନା ମୁତାବକ, ଭାରତରେ ବାର୍ଷିକ ୨୬.୭ ମିଲିୟନ ଟନ୍ ପିଆଜ ଉତ୍ପାଦନ ହେଉଛି । ୧ ମିଲିୟନରୁ ଅଧିକ ହେକ୍ଟର ଜମିରେ ପିଆଜ ଚାଷ କରାଯାଉଛି । ଭାରତର ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ ଅଧିକ ପରିମାଣର ପିଆଜ ଉତ୍ପାଦନ ହେଉଛି । ବିଦେଶରେ ମଧ୍ୟ ଭାରତର ପିଆଜର ଚାହିଦା ରହିଥିବାରୁ ବହୁ ପରିମାଣର ପିଆଜ ବିଦେଶକୁ ରପ୍ତାନି କରାଯାଉଛି ।
ଚୀନ: ଏହା ପଛକୁ ରହିଛି ଚୀନ । ବାର୍ଷିକ ୨୩.୫ ମିଲିୟନ ଟନ୍ ପିଆଜ ଚୀନରେ ଉତ୍ପାଦନ ହେଉଛି । ସାନ୍ଡଙ୍ଗ, ହେନାନ୍ ଏବଂ ମଙ୍ଗୋଲିଆର ଆଭ୍ୟନ୍ତରୀଣ ଅଞ୍ଚଳରେ ପିଆଜ ଚାଷ ହେଉଛି । ଚୀନରେ ଉତ୍ପାଦିତ ପିଆଜ ମଧ୍ୟ ପାରମ୍ପରିକ ଖାଦ୍ୟରୁ ନେଇ ମଡର୍ଣ୍ଣ ରୋଷେଇରେ ବ୍ୟବହାର ହୁଏ । ବାହାର ଦେଶକୁ ମଧ୍ୟ ଚୀନରୁ ପିଆଜ ରପ୍ତାନି ହୋଇଥାଏ ।
ଇଜିପ୍ଟ : ପ୍ରତିବର୍ଷ ପାଖାପାଖି ୩.୩ ଟନ୍ ପିଆଜ ଇଜିପ୍ଟରେ ଉତ୍ପାଦନ ହୋଇଥାଏ । ସେଠାକାର ଶୁଖିଲା ପାଗ ପିଆଜ ଚାଷ ପାଇଁ ଅନୁକୂଳ ହୁଏ । ବିଶ୍ୱବ୍ୟାପୀ ଇଜିପ୍ଟିୟାନ ପିଆଜର ମଧ୍ୟ ବେଶ ଚାହିଦା ରହିଛି ।
ୟୁନାଇଟେଡ୍ ଷ୍ଟେଟସ୍: ଯୁକ୍ତରାଷ୍ଟ୍ର ଆମେରିକାରେ ବାର୍ଷିକ ୩.୧ ମିଲିୟନ ପିଆଜ ଉତ୍ପାଦନ ହୋଇଥାଏ । ଏଠାରୁ ମିଠା ଓ ଷ୍ଟୋରେଜ୍ ହୋଇପାରୁଥିବା ପିଆଜ ଉତ୍ପାଦନ ହୋଇ ବଜାରରେ ମିଳେ ।
ତୁର୍କୀ: ବାର୍ଷିକ ୨.୫ମିଲିୟନ ଟନ୍ ପିଆଜ ତୁର୍କୀରେ ଉତ୍ପାଦନ ହୋଇଥାଏ । ତୁର୍କୀ ପିଆଜ ସେଠାକାର ଆଞ୍ଚଳିକ ଖାଦ୍ୟରେ ବିଶେଷ ଭାବେ ବ୍ୟବହୃତ ହୁଏ । ବିଭିନ୍ନ ୟୁରୋପୀୟ ଦେଶକୁ ରପ୍ତାନି ହୋଇଥାଏ ତୁର୍କୀର ପିଆଜ ।
- ପାରମ୍ପରିକ ଖାଦ୍ୟରେ ପିଆଜର ବ୍ୟବହାର:
କୁହାଯାଏ, ୫ହଜାର ବର୍ଷ ଧରି ପିଆଜର ବ୍ୟବହାର ହୋଇଆସୁଛି । ଏହା କେବଳ ଯେ ଫ୍ଲେଭର ପାଇଁ ବ୍ୟବହାର ହୁଏ ତାହା ନୁହେଁ । ପିଆଜରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଇନଫ୍ଲେମେଟୋରୀ କେମିକାଲ୍ସ ହୃଦରୋଗୀଙ୍କୁ ଉପଶମ ଦେଇଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।
- ପିଆଜର ପ୍ରକାର:
ବିଶେଷ କରି ୩ ପ୍ରକାରର ପିଆଜ ଦେଖିବାକୁ ମିଳେ । ନାଲି, ହଳଦିଆ ଏବଂ ଧଳା ପିଆଜ ।
- କନ୍ଦାଇଦିଏ ପିଆଜ:
ଯେତେବେଳେ ଆମେ ପିଆଜ କାଟିଥାଉ ଆଖିରୁ ଲୁହ ବାହାରିବାକୁ ଲାଗେ । କାରଣ ପିଆଜରେ ଥିବା ସଲଫରିକ ଏସିଡ୍ ଯୋଗୁ ଆଖିରୁ ଲୁହ ବାହାରିଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)