Advertisment

Ayushman Bharat Application Process: ଆୟୁଷ୍ମାନ କାର୍ଡ ପାଇଁ କେମିତି କରିବେ ଆବେଦନ ? ଜାଣନ୍ତୁ, ଟିକିନିଖି ପ୍ରୋସେସ୍...

ଆୟୁଷ୍ମାନ କାର୍ଡ ମାଧ୍ୟମରେ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିପାରିବ। ଯେଉଁଥିରେ କ୍ୟାନସର ଭଳି ଗୁରୁତର ରୋଗର ସହଜ ଚିକିତ୍ସା ହୋଇପାରିବ।

author-image
Sujit kumar Swain
ଅଦ୍ୟତନ ହୋଇଛି
Ayushman Bharat Application Process

Ayushman Bharat Application Process

ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ମିଳୁଛି ଆୟୁଷ୍ମାନ କାର୍ଡ। ଯେଉଁଥିରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକେ ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ। ଆୟୁଷ୍ମାନ କାର୍ଡ ମାଧ୍ୟମରେ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିପାରିବ। ଯେଉଁଥିରେ କ୍ୟାନସର ଭଳି ଗୁରୁତର ରୋଗର ସହଜ ଚିକିତ୍ସା ହୋଇପାରିବ। ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଏହି ଜନହିତକର ଯୋଜନା ଆରମ୍ଭ ହୋଇଥିବା ବେଳେ ଏବେ ଆସନ୍ତୁ ଜାଣିବା ଆୟୁଷ୍ମାନ କାର୍ଡ ପାଇଁ କେମିତି କରିବେ ଅବେଦନ। ଫଳରେ ସହଜ ଓ ସରଳ ଉପାୟରେ ଆପଣ ହାତେଇ ପାରିବେ ଆୟୁଷ୍ମାନ କାର୍ଡ।

Advertisment

ଆୟୁଷ୍ମାନ କାର୍ଡ ପାଇଁ ଆବେଦନ ? 

ଆୟୁଷ୍ମାନ ଭାରତ ଯୋଜନାରେ ସାମାଜିକ-ଆର୍ଥିକ ଜନଗଣନା (SECC 2011) ଆଧାରରେ ପରିବାରମାନଙ୍କୁ ଚିହ୍ନଟ କରାଯାଇଛି। ଆପଣଙ୍କ ପରିବାର ଏହି ତାଲିକାରେ ଅଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଆପଣ ଆୟୁଷ୍ମାନ ଭାରତର ଅଫିସିଆଲ ଓ୍ବେବସାଇଟ www.pmjay.gov.in କିମ୍ବା ନିକଟସ୍ଥ ସାଧାରଣ ସେବା କେନ୍ଦ୍ର (CSC) ଭିଜିଟ କରିପାରିବେ। ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କମାନେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ। ଏଥି ପାଇଁ ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟଗୁଡିକ ହେଲା ଆଧାର କାର୍ଡ, ରାଶନ କାର୍ଡ, ଆୟ ପ୍ରମାଣପତ୍ର (ଯଦି ଆବଶ୍ୟକ ହୁଏ), ମୋବାଇଲ ନମ୍ବର, ପରିବାର ସଦସ୍ୟଙ୍କ ବିବରଣୀ।

ଅଧିକ ପଢ଼ନ୍ତୁ: ରାଉରକେଲା NIT ଛାତ୍ରଙ୍କ କମାଲ୍, କଟିଥିଲେ କି ହାଡ଼ ଭାଙ୍ଗିଥିଲେ ଯୋଡ଼ିବ ବାୟୋଇଙ୍କ୍

Advertisment

କେମିତି କରିବେ ଆବେଦନ ? 

ଆୟୁଷ୍ମାନ ଆପ ଡାଉନଲୋଡ କରନ୍ତୁ କିମ୍ବା www.pmjay.gov.in ଓ୍ବେବସାଇଟ ଭିଜିଟ କରନ୍ତୁ। ମୋବାଇଲ ନମ୍ବର ବ୍ୟବହାର କରି ରେଜିଷ୍ଟର କରନ୍ତୁ ଏବଂ ଆଧାର ନମ୍ବର ସହ ଯୋଗ କରନ୍ତୁ। ଆବେଦନ ଫର୍ମରେ ପରିବାର ବିବରଣୀ ପୂରଣ କରନ୍ତୁ ଏବଂ ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ। ଆବେଦନ ଯାଞ୍ଚ ହେବା ପରେ ଆପଣଙ୍କୁ ଇ-କାର୍ଡ ଡାଉନଲୋଡ କରିବାର ସୁବିଧା ମିଳିବ।

ଅଫଲାଇନରେ କେମିତି କରିବେ ଆବେଦନ ?

ଆପଣ ନିକଟସ୍ଥ ସାଧାରଣ ସେବା କେନ୍ଦ୍ର (CSC), ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କିମ୍ବା ସରକାରୀ ହସ୍ପିଟାଲରେ ଯାଇ ଆବେଦନ କରିପାରିବେ। ସେଠାରେ ଥିବା କର୍ମଚାରୀ ଆପଣଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରି ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ। ଯାଞ୍ଚ ପରେ ଆପଣଙ୍କୁ ଆୟୁଷ୍ମାନ କାର୍ଡ ମିଳିପାରିବ। ଆବେଦନ ଯାଞ୍ଚ ପରେ ଯୋଗ୍ୟ ଆବେଦନକାରୀଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ କରାଯିବ। ଏହି କାର୍ଡ ସହିତ ଆପଣ ଯୋଜନା ଅଧୀନରେ ଥିବା ସରକାରୀ ଓ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇପାରିବେ।

ଆୟୁଷ୍ମାନ ଭାରତ ଯୋଜନା ସୁବିଧା କଣ ? 

ଆୟୁଷ୍ମାନ କାର୍ଡ ମାଧ୍ୟମରେ ଆପଣ କ୍ୟାସଲେସ ଚିକିତ୍ସା ସୁବିଧା ପାଇପାରିବେ। ଏହା ଔଷଧ, ଡାଇଗ୍ନୋଷ୍ଟିକ, ଅସ୍ତ୍ରୋପଚାର ଏବଂ ହସ୍ପିଟାଲ ଖର୍ଚ୍ଚ ଆଦି ସମେତ ଅନେକ ସେବା ପ୍ରଦାନ କରୁଛି। ଓଡ଼ିଶାରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୧.୦୩ କୋଟି ପରିବାରର ୩.୪୬ କୋଟି ଲୋକ ଉପକୃତ ହେବାର ରହିଛି। ଆଗାମୀ ୩ ମାସ ମଧ୍ୟରେ ସମସ୍ତ ଯୋଗ୍ୟ ପରିବାରଙ୍କୁ କାର୍ଡ ବଣ୍ଟନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ସ୍ବାସ୍ଥ୍ୟ ସେବାକୁ ଅଧିକ ସୁଲଭ କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବାକୁ ଯାଉଛି। ଯଦି ଆପଣ ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି, ତେବେ ତୁରନ୍ତ ଯୋଗ୍ୟତା ଯାଞ୍ଚ କରି ଆବେଦନ କରନ୍ତୁ। ଅଧିକ ସୂଚନା ପାଇଁ ଆୟୁଷ୍ମାନ ଭାରତର ହେଲ୍ପଲାଇନ ନମ୍ବର ୧୪୫୫୫ କିମ୍ବା ୧୮୦୦-୧୮୦-୦୪୪୪ରେ ଯୋଗାଯୋଗ କରିପାରିବେ।

Advertisment
Advertisment