/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747638290.jpg)
Gold price increase
ପୁଣି ଉପର ମୁହାଁ ସୁନା ଦର । ଗତ କାଲି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୫,୧୩୦ ଟଙ୍କା ଥିବା ବେଳେ ଆଜି ୩୫୦ ଟଙ୍କା ବୃଦ୍ଧି ଘଟି ୯୬,୫୧୦ ଟଙ୍କାକୁ ଛୁଇଁଛି । ୨୨ କ୍ୟାରେଟ ସୁନାର ମୂଲ୍ୟ ଗତ କାଲି ୮୭,୨୦୦ ଟଙ୍କା ଥିବା ବେଳେ ଆଜି ୩୫୦ ଟଙ୍କା ବୃଦ୍ଧି ପାଇ ୮୭,୫୦୦ ଟଙ୍କାକୁ ଛୁଇଁଛି । ଗତ କାଲି ୧୮ କ୍ୟାରେଟ ସୁନା ଦର ୭୧,୩୫୦ ଟଙ୍କା ଥିବା ବେଳେ ଆଜି ୨୮୦ ଟଙ୍କା ବୃଦ୍ଧି ପାଇ ୭୧,୬୩୦ ଟଙ୍କାରେ ପହଞ୍ଚିଛି । ସେହିପରି ଭୁବନେଶ୍ୱରରେ ଗତ କାଲି ରୁପା ୧ କେଜି ପିଛା ୧.୦୮.୦୦୦ ଟଙ୍କା ଥିବା ବେଳେ ଆଜି ୧,୦୦୦ ଟଙ୍କା ବୃଦ୍ଧି ପାଇ ୧,୦୯,୦୦୦ ଟଙ୍କାରେ ପହଞ୍ଚିଛି ।
ଅଧିକ ପଢ଼ନ୍ତୁ: ରେକର୍ଡ ଛୁଉଁଛି ସୁନା ଦର: ଆଜି କେତେ ଅଛି ଜାଣନ୍ତୁ
ଆଗକୁ ଆହୁରି ବଢିପାରେ ସୁନା ଦର । ଖୁବଶୀଘ୍ର ୧ ଲକ୍ଷ ପାର କରିବ ସୁନା ଦର । ଷ୍ଟକ ମାର୍କେଟରୁ ନିବେଶକମାନେ ଏବେ ମୁହଁ ଫେରାଉଥିବା ଚର୍ଚ୍ଚା ହେଉଛି । ଷ୍ଟକ ବଜାରକୁ ଏବେ ନିବେଶକମାନେ ଅବଜର୍ଭ କରୁଛନ୍ତି । ଆମେରିକା ଷ୍ଟକ ମାର୍କେଟର ରେଟିଙ୍ଗ ଇଇଇ ରୁ ଇଇ୧ ହ୍ରାସ ଘଟିଛି । ଆମେରିକା-ଚାଇନା ଶୁଳ୍କ ଚୁକ୍ତି, ଦୁର୍ବଳ ଆମେରିକୀୟ ଅର୍ଥନୀତି ସୂଚକାଙ୍କ ଏବଂ ମୁଦ୍ରାସ୍ପ୍ରୀତି ହ୍ରାସ ଯୋଗୁଁ ଷ୍ଟକ ବଜାରରେ ନିବେଶ ହ୍ରାସ ଘଟିଛି । ତେଣୁ ସୁନାରେ ପୁଞ୍ଜିନିବେଶ ପାଇଁ ବଢିଛି ଚାହିଦା ।
ଜାଣନ୍ତୁ କେଉଁ ସହରରେ ସୁନା ମୂଲ୍ୟ କେତେ ରହିଛି:
ଚେନ୍ନାଇ: ୨୪ କ୍ୟାରେଟ ସୁନା- ୯,୫୫୧ ଟଙ୍କା, ୨୨ କ୍ୟାରେଟ ସୁନା- ୮,୭୫୫ (୧ ଗ୍ରାମ ପିଛା)
ବାଙ୍ଗାଲୋର: ୨୪ କ୍ୟାରେଟ ସୁନା- ୯,୫୫୧ ଟଙ୍କା, ୨୨ କ୍ୟାରେଟ ସୁନା- ୮,୭୫୫ (୧ ଗ୍ରାମ ପିଛା)
ହାଇଦ୍ରାବାଦ: ୨୪ କ୍ୟାରେଟ ସୁନା- ୯,୫୫୧ ଟଙ୍କା, ୨୨ କ୍ୟାରେଟ ସୁନା- ୮,୭୫୫ (୧ ଗ୍ରାମ ପିଛା)
ମୁମ୍ବାଇ: ୨୪ କ୍ୟାରେଟ ସୁନା- ୯,୫୫୧ ଟଙ୍କା, ୨୨ କ୍ୟାରେଟ ସୁନା- ୮,୭୫୫ (୧ ଗ୍ରାମ ପିଛା)
କୋଲକାତା: ୨୪ କ୍ୟାରେଟ ସୁନା- ୯,୫୫୧ ଟଙ୍କା, ୨୨ କ୍ୟାରେଟ ସୁନା- ୮,୭୫୫ (୧ ଗ୍ରାମ ପିଛା)
ଦିଲ୍ଲୀ: ୨୪ କ୍ୟାରେଟ ସୁନା- ୯,୫୬୬ ଟଙ୍କା, ୨୨ କ୍ୟାରେଟ ସୁନା- ୮,୭୭୦ (୧ ଗ୍ରାମ ପିଛା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)