Advertisment

କିପରି ଜାଣିବେ ସୁନାର ଶୁଦ୍ଧତା; କ’ଣ ଏହି ୨୨ ଏବଂ ୨୪ କ୍ୟାରେଟ୍

ସେ ବାହାଘର ହେଉ ବା ଅନ୍ୟାନ୍ୟ ପାର୍ଟି ଫଙ୍କସନ୍‌ ହେଉ ଆଜିକାଲି ସୁନା ଅଳଙ୍କାର ଅତି ଜରୁରୀ ହୋଇପଡିଛି। ଏହି ସୁନା ପୁଣି ବିଭିନ୍ନ କ୍ୟାରେଟ୍‌ର ମିଳିଥାଏ। ଏସବୁ ବିଷୟରେ ନ ଜାଣିଲେ ବେଳେବେଳେ ଠକାମିର ମଧ୍ୟ ଶିକାର ହେବାକୁ ପଡେ। ଆସନ୍ତୁ ସେ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
How to Check Purity Of Gold Jewellery

How to know pure gold what is 22 and 24kt

ସେ ବାହାଘର ହେଉ ବା ଅନ୍ୟାନ୍ୟ ପାର୍ଟି ଫଙ୍କସନ୍‌ ହେଉ ଆଜିକାଲି ସୁନା ଅଳଙ୍କାର ଅତି ଜରୁରୀ ହୋଇପଡିଛି। ଅନେକ ତ ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ ସୁନାରେ ଛାଉଣି ହେବାକୁ ପସନ୍ଦ କରନ୍ତି। ଏହି ସୁନା ପୁଣି ବିଭିନ୍ନ କ୍ୟାରେଟ୍‌ର ମିଳିଥାଏ। ଏସବୁ ବିଷୟରେ ନ ଜାଣିଲେ ବେଳେବେଳେ ଠକାମିର ମଧ୍ୟ ଶିକାର ହେବାକୁ ପଡେ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଏସବୁ ଜାଣିବା ନିହାତି ଜରୁରୀ। ଆସନ୍ତୁ ସେ ବିଷୟରେ ଅବଗତ ହେବା।

Advertisment

ସୁନାର ଶୁଦ୍ଧତା କିପରି ଜାଣିବେ:

ସୁନାର ଶୁଦ୍ଧତା ଜାଣିବା ପାଇଁ ISO (ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍) ଦ୍ୱାରା ହଲ୍ ମାର୍କ ଦିଆଯାଏ। ୨୪ କ୍ୟାରେଟ୍ ସୁନା ଅଳଙ୍କାର ଉପରେ ୯୯୯, ୨୩ କ୍ୟାରେଟ୍ ଉପରେ ୯୫୮, ୨୨କ୍ୟାରେଟ୍ ଉପରେ ୯୧୬, ୨୧ କ୍ୟାରେଟ୍ ଉପରେ ୮୭୫ ଏବଂ ୧୮ କ୍ୟାରେଟ୍ ଉପରେ ୭୫୦ ଲେଖାଯାଇଥାଏ। ପ୍ରାୟତଃ ସୁନା ୨୨ କ୍ୟାରେଟ୍‌ରେ ବିକ୍ରି ହେଉଥିବାବେଳେ କିଛି ଲୋକ ୧୮ କ୍ୟାରେଟ୍ ମଧ୍ୟ ବ୍ୟବହାର କରନ୍ତି। କ୍ୟାରେଟ୍ ୨୪ ରୁ ଅଧିକ ନଥାଏ, ଏବଂ କ୍ୟାରେଟ୍ ଯେତେ ଅଧିକ ସୁନା ସେତେ ଶୁଦ୍ଧ ହୋଇଥାଏ।

୨୨ ଏବଂ ୨୪ କ୍ୟାରେଟ୍ ମଧ୍ୟରେ ପାର୍ଥକ୍ୟ କ’ଣ:

୨୪ କ୍ୟାରେଟ୍ ସୁନା ୯୯.୯% ଶୁଦ୍ଧ ହୋଇଥିବା ବେଳେ ୨୨ କ୍ୟାରେଟ୍ ସୁନା ପ୍ରାୟ ୯୧ ପ୍ରତିଶତ ଶୁଦ୍ଧ ହୋଇଥାଏ। ୨୨ କ୍ୟାରେଟ୍ ସୁନାରେ ତମ୍ବା, ରୂପା, ଜିଙ୍କ୍‌ ପରି ୯% ଅନ୍ୟ ଧାତୁ ମିଶ୍ରଣ କରି ଅଳଙ୍କାର ପ୍ରସ୍ତୁତ କରାଯାଏ। ୨୪ କ୍ୟାରେଟ୍ ସୁନା ଅଧିକ ଶୁଦ୍ଧ ହୋଇଥିବାରୁ ଏହାକୁ ଅଳଙ୍କାର ତିଆରିରେ ବ୍ୟବହାର କରାଯାଇପାରିବ ନାହିଁ। ସେଥିପାଇଁ ଅଧିକାଂଶ ଦୋକାନୀମାନେ ୨୨ କ୍ୟାରେଟ୍‌ରେ ସୁନା ବିକ୍ରି କରନ୍ତି।

Advertisment

ମିସ୍ କଲ୍ ଦ୍ୱାରା ମୂଲ୍ୟ ଜାଣନ୍ତୁ:

୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା ଅଳଙ୍କାରର ଖୁଚୁରା ହାର ଜାଣିବା ପାଇଁ, ଆପଣ 8955664433 ରେ ଏକ ମିସ୍ କଲ୍ ଦେଇପାରିବେ। ଅଳ୍ପ ସମୟ ମଧ୍ୟରେ SMS ମାଧ୍ୟମରେ ଆପଣଙ୍କୁ ଏହାର ରେଟ୍ ମିଳିଯିବ। ଏହା ବ୍ୟତୀତ, ଲଗାତର ଅପଡେଟ୍ ବିଷୟରେ ଜାଣିବା ପାଇଁ ଆପଣ www.ibja.co କିମ୍ବା ibjarates.com କୁ ଯାଇ ଦେଖିପାରିବେ।

ହଲ୍‌ମାର୍କ ପ୍ରତି ଧ୍ୟାନ:

ସୁନା କିଣିବାବେଳେ ଲୋକମାନେ ଏହାର ଗୁଣକୁ ଦେଖିବା ଜରୁରୀ। ଗ୍ରାହକମାନେ କେବଳ ହଲ୍‌ମାର୍କ ଦେଖି ସୁନା କିଣିବା ଉଚିତ। ହଲ୍‌ମାର୍କ ହେଉଛି ସୁନାର ସରକାରୀ ଗ୍ୟାରେଣ୍ଟି। ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (BIS) ହଲ୍‌ମାର୍କ ନିର୍ଣ୍ଣୟ କରେ। ହଲ୍‌ମାର୍କିଂ ସ୍କିମ୍ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଆକ୍ଟ, ନିୟମ ଏବଂ ନିୟମାବଳୀ ଦ୍ୱାରା ପରିଚାଳିତ।

Gold Ornaments
Advertisment
Advertisment