Advertisment

Gold Price Today: ଖସିଲା ସୁନା ଦର,୧୦ ଗ୍ରାମ ପିଛା ୧୭୯୦ ଟଙ୍କା ହ୍ରାସ

ରକେଟ୍ ବେଗରେ ବଢୁଥିବା ସୁନା ଦରରେ ଲାଗିଲା ବ୍ରେକ୍। ଧନତେରାସ୍ ବେଳକୁ ନିଆଁ ଲାଗିଥିବା ସୁନା ବଜାରରେ ଆଶ୍ବସ୍ତି । ବାହାଘର ସିଜନ୍ ଆଗରୁ ଚମକିଲା ସୁନା ।

author-image
Santosh Kumar Sahoo
undefined

ସୁନା ଦରରେ ଲାଗିଲା ବ୍ରେକ୍

ଧନତେରସ୍ ବେଳକୁ ଗ୍ରାହକକୁ ନାଖୁସ୍ କରିଥିବା ସୁନା ରେଟ୍, ବାହାଘର ସିଜନ୍ ପୂର୍ବରୁ ଖୁସି ଆଣିଛି । ୧୦ ଗ୍ରାମ ପିଛା ସୁନା ଦର ପାଖାପାଖି ୧୮ ଶହ ଟଙ୍କା ଶସ୍ତା ହୋଇଛି । ଯାହାକୁ ନେଇ ଗ୍ରାହକ ଖୁସି ହୋଇଥିବାବେଳେ, ଗହଣା ବ୍ୟବସାୟୀ ବି ଭଲ ବେପାରର ଆଶା ରଖିଛନ୍ତି । ଆମେରିକାରେ ଟ୍ରମ୍ପ୍ ଜିତିବା, ଦରହ୍ରାସ ପଛର କାରଣ କୁହାଯାଉଛି । ଆଗକୁ ଦର ଆହୁରି ଖସିବ ବୋଲି ବଜାର ବିଶେଷଜ୍ଞ ଆଶା ରଖିଛନ୍ତି ।

Advertisment

ରକେଟ୍ ବେଗରେ ବଢୁଥିବା ସୁନା ଦରରେ ଲାଗିଲା ବ୍ରେକ୍ । ଧନତେରାସ୍ ବେଳକୁ ନିଆଁ ଲାଗିଥିବା ସୁନା ବଜାରରେ ଆଶ୍ବସ୍ତି । ବାହାଘର ସିଜନ୍ ଆଗରୁ ଚମକିଲା ସୁନା । ସୁନାଦର ଆଜି ୧୦ ଗ୍ରାମ ପିଛା ହଠାତ୍ ଖସିଛି ପ୍ରାୟ ୧୮ ଶହ ଟଙ୍କା । ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୭୨ ହଜାର ଟଙ୍କା ହୋଇଛି । ପୂର୍ବରୁ ଏହା ୭୩ ହଜାର ୮ଶହ ଟଙ୍କା ଥିଲା । ଏହାପରେ ସୁନା କିଣିବାକୁ ଯୋଜନା କରୁଥିବା ଗ୍ରାହକ ଆଶ୍ବସ୍ତ ଅନୁଭବ କରିଛନ୍ତି । କହିଛନ୍ତି, ଆଗକୁ ଆଉ ଟିକିଏ ଦର କମିଲେ ଭଲ ହୁଅନ୍ତା।

କ୍ରମାଗତ ଉପରମୁହାଁ ହେବାରେ ଲାଗିଥିଲା ସୁନା ଦାମ୍। ଚଳିତ ବର୍ଷର ଧନ ତ୍ରୟୋଦଶୀ ବା ଧନତେରସ ସମୟର କଥା ଯଦି କହିବା, ତେବେ ଗତବର୍ଷ ତୁଳନାରେ ୨୨ କ୍ୟାରେଟ୍ ସୁନା ପ୍ରାୟ ୧୭ ହଜାର ଟଙ୍କା ମହଙ୍ଗା ଥିଲା । ସେହିପରି ୨୪ କ୍ୟାରେଟ୍ ତଥା ଖାଣ୍ଟି ସୁନା ଦାମ୍ ୭୯ ହଜାର ୮ଶହ ଟଙ୍କା ସହ ୮୦ ହଜାର ମୁହାଁଇଥିଲା। ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ବିବାହ ଋତୁ । ତା’ପୂର୍ବରୁ ଦରବୃଦ୍ଧିରେ ବ୍ରେକ୍ ଲାଗିଥିବାରୁ ସୁନା ବ୍ୟବସାୟ ବେଶ୍ ଭଲ ହେବ ବୋଲି ଆଶା ରଖିଛନ୍ତି ଗହଣା ବ୍ୟବସାୟୀ।

Advertisment

ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଡଲାର ଇଣ୍ଡେକ୍ସରେ ହଠାତ୍ ଅଭିବୃଦ୍ଧି ଘଟିଥିଲା। ଯାହାର ଏବେ ପ୍ରଭାବ ପଡ଼ିଛି ନ୍ୟୁୟର୍କରୁ ନୂଆଦିଲ୍ଲୀ ଯାଏଁ । ଦିଲ୍ଲୀରେ ଗତକାଲି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୩ ହଜାର ୮୦୦ ଟଙ୍କାରେ ବିକ୍ରି ହୋଇଥିବାବେଳେ ଆଜି ୭୨ ହଜାର ୧୫୦ ଟଙ୍କାରେ ବିକ୍ରି ହେଉଛି। ବଜାର ଉପରେ ଏବେ ଟ୍ରମ୍ପ ଫ୍ୟାକଟର ପ୍ରଭାବ ପଡ଼ିଥିବାରୁ ଅର୍ଥନୀତି ବିଶେଷଜ୍ଞଙ୍କ ଆଶା, ଆସନ୍ତା ମାସେ ଦୁଇ ମାସ ଯାଏଁ ସୁନା ଦରରେ ଆହୁରି ସୁଧାର ଆସିପାରେ। ଉଭୟ ୨୨ ଏବଂ ୨୪ କ୍ୟାରେଟ ସୁନାରେ ୩ରୁ ୫ ପ୍ରତିଶତ ଦର ହ୍ରାସ ପାଇପାରେ । ଆଗକୁ ବାହାଘର ସିଜନ୍। ଭିଡ଼ ଜମିବ ଗହଣା ଦୋକାନରେ। ତା’ପୂର୍ବରୁ ଆଶ୍ବସ୍ତ ଆଣିଥିବା ସୁନା ଦର, ଆଗକୁ ଗ୍ରାହକଙ୍କ ମୁହଁରେ ଆଉ କେତେ ହସ ଫୁଟାଇ ପାରୁଛି, ତାକୁ ଅପେକ୍ଷା ।

Bhubaneswar Gold Prices Fall
Advertisment
Advertisment