Advertisment

Gold Rate Today in India: ଲକ୍ଷେ ମୁହାଁ ସୁନା ଦର; ଆଜି କେତେ ବଢିଲା ଜାଣନ୍ତୁ

ଆଜି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୯,୨୮୦  ଟଙ୍କା ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୧ ହଜାର ଟଙ୍କା ଏବଂ ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୪,୪୬୦ ଟଙ୍କାରେ ହୋଇଛି । ରୂପା ଦର ୧ କେଜି ପିଛା ୧,୧୯,୦୦୦କୁ ଛୁଇଁଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Gold rate hike

Gold rate hike

ସାରା ବିଶ୍ୱରେ ବର୍ତ୍ତମାନ ଭୁ-ରାଜନୈତିକ ଅବସ୍ଥା ଗମ୍ଭୀର ସ୍ଥିତିରେ ରହିଛି । ବିଶ୍ୱରେ ବର୍ତ୍ତମାନ ବାଣିଜ୍ୟ ସ୍ଥିତି ଓ ଭୂ-ରାଜନୈତିକ ସମସ୍ୟା ଲାଗି ରହିଥିବା ବେଳେ ସୁନା ଓ ରୂପା ଦର ଆକାଶ ଛୁଆଁ ରହୁଛି । ସୁନା ଦର ଅହେତୁକ ଭାବେ ବଢୁଥିବା ବେଳେ ରୂପାରେ ମଧ୍ୟ ହାତ ମାରି ହେଉ ନାହିଁ । ବାଣିଜ୍ୟ ଓ ଭୂ-ରାଜନୈତିକ ଉତ୍ତେଜନା ଲାଗି ରହିଥିବାରୁ ବିଶ୍ୱ ସମୁଦାୟର ଏହି ସଙ୍କଟ ବେଳେ ସୁନା ହିଁ ଏକମାତ୍ର ନିବେଶ ଯାହାକୁ ସୁରକ୍ଷିତ ବୋଲି ଭାବୁଛନ୍ତି ନିବେଶକ । ତେଣୁ ସୁନା ଦରରେ ବାରମ୍ବାର ପରିବର୍ତ୍ତନ ପରିଲକ୍ଷିତ ହେଉଛି । ଏହି ସୁନା ଓ ରୂପା ଦର ବୃଦ୍ଧି ହେବା ଦ୍ୱାରା ଗ୍ରାହକଙ୍କ ଉପରେ ସିଧା ପ୍ରଭାବ ପଡୁଛି । ସୁନା କିଣିବା ମାତ୍ରେ ପ୍ରଥମେ ଦର କେତେ ଅଛି ଜାଣିବାକୁ ପଡୁଛି । 

Advertisment

ଅଧିକ ପଢନ୍ତୁ: ଗ୍ରାହକଙ୍କୁ ଛାନିଆ କଲାଣି ସୁନା ଦର, ଆଜି ଏତିକି ବଢିଲା...

ଗତ କାଲି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୮ ହଜାର ୪୦୦ ଟଙ୍କା ଥିବା ବେଳେ ଆଜି ୮୮୦ ଟଙ୍କା ବୃଦ୍ଧି ପାଇ ୯୯,୨୮୦  ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ ସୁନା ଦର ଗତକାଲି ୧୦ ଗ୍ରାମ ପିଛା ୯୦,୨୦୦ ଟଙ୍କା ଥିବା ବେଳେ ଆଜି ୮୦୦ ଟଙ୍କା ବୃଦ୍ଧି ପାଇ ୯୧ ହଜାର ଟଙ୍କା ହୋଇଛି । ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୩,୮୦୦ ଟଙ୍କା ଥିବା ବେଳେ ଆଜି ୬୬୦ ଟଙ୍କା ବଢି ୭୪,୪୬୦ ଟଙ୍କାରେ ପହଞ୍ଚିଛି ।

ଜାଣନ୍ତୁ କେଉଁଠି କେତେ ମୂଲ୍ୟ ରହିଛି:-

ଦିଲ୍ଲୀ: ୨୪ କ୍ୟାରେଟ ସୁନା- ୯,୯୪୩ ଟଙ୍କା, ୨୨ କ୍ୟାରେଟ ସୁନା- ୯,୧୧୫ ଟଙ୍କା (୧ ଗ୍ରାମ ପିଛା)
ମୁମ୍ବାଇ: ୨୪ କ୍ୟାରେଟ ସୁନା- ୯,୯୨୮ଟଙ୍କା, ୨୨ କ୍ୟାରେଟ ସୁନା- ୯,୧୦୦ ଟଙ୍କା (୧ ଗ୍ରାମ ପିଛା)
ଚେନ୍ନାଇ: ୨୪ କ୍ୟାରେଟ ସୁନା- ୯,୯୨୮ ଟଙ୍କା, ୨୨ କ୍ୟାରେଟ ସୁନା- ୯,୧୦୦ ଟଙ୍କା (୧ ଗ୍ରାମ ପିଛା)
ବେଙ୍ଗାଲୁରୁ: ୨୪ କ୍ୟାରେଟ ସୁନା- ୯,୯୨୮ ଟଙ୍କା, ୨୨ କ୍ୟାରେଟ ସୁନା- ୯,୧୦୦ ଟଙ୍କା (୧ ଗ୍ରାମ ପିଛା)
କୋଲକାତା: ୨୪ କ୍ୟାରେଟ ସୁନା- ୯,୯୨୮ ଟଙ୍କା, ୨୨ କ୍ୟାରେଟ ସୁନା- ୯,୧୦୦ ଟଙ୍କା (୧ ଗ୍ରାମ ପିଛା)
ଭୁବନେଶ୍ୱର: ୨୪ କ୍ୟାରେଟ ସୁନା- ୯,୯୨୮ ଟଙ୍କା, ୨୨ କ୍ୟାରେଟ ସୁନା- ୯,୧୦୦ ଟଙ୍କା (୧ ଗ୍ରାମ ପିଛା)
ଭୁବନେଶ୍ୱରରେ ରୁପା ୧ କେଜି ପିଛା ୧,୧୯,୦୦୦ ଟଙ୍କା ରହିଛି ।

Advertisment

ଅଧିକ ପଢନ୍ତୁ: ସୁନା ଦରରେ ହେଲା ପରିବର୍ତ୍ତନ; ଜାଣନ୍ତୁ କେତେ ରହିଛି ମୂଲ୍ୟ...

Gold Rate Today
Advertisment
Advertisment