Advertisment

Gold Price Today 27th Jan 2023: ଜାଣନ୍ତୁ ଆଜି କେତେ ଅଛି ଆପଣଙ୍କ ସହରରେ ସୁନା ଦର

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସ୍ଥିର ରହିଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୭,୨୭୦ ଟଙ୍କା ରହିଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Gold Price Today 27th Jan 2023

Gold Price Today

ବିବାହ ଋତୁ ଆରମ୍ଭ ହୋଇସାରିଛି । ଜୋରସୋରରେ ଗହଣା କିଣା ଚାଲିଛି । ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ସ୍ଥିର ରହିଛି। ଗତକାଲି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୭ ହଜାର ୨୭୦ ଟଙ୍କା ରହିଛି ।

Advertisment

ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୨,୫୦୦ ଟଙ୍କା ରହିଛି। କଟକ ରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି।  ଗତକାଲି ତୁଳନାରେ ଆଜି ରୁପା ଦରରେ ମଧ୍ୟ ପରିବର୍ତ୍ତନ ହୋଇଛି।  ଶୁଦ୍ଧ ରୂପା କିଲୋ ପିଛା ୭୦,୫୦୦ ଟଙ୍କାରେ କାରବାର ହେଉଛି।

ଅଧିକ ପଢ଼ନ୍ତୁ: କିପରି ଜାଣିବେ ସୁନାର ଶୁଦ୍ଧତା; କ’ଣ ଏହି ୨୨ ଏବଂ ୨୪ କ୍ୟାରେଟ୍

ଦେଶର ପ୍ରମୁଖ ସହରରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୫୨,୩୫୦ ଟଙ୍କା ଓ ୫୭,୨୭୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୭,୪୨୦ ଟଙ୍କା ଓ ୫୩,୬୫୦ ଟଙ୍କା ରହିଛି।

Advertisment

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ।

Gold Price Silver Price Gold Price Today
Advertisment
Advertisment