Advertisment

Gold Price Today, 19th November 2024: ଆଜି କେତେ ଅଛି ସୁନା ଦର !! ଜାଣନ୍ତୁ

ଏବେ ଚାଲିଛି ବିବାହ ଋତୁ । ସୁନା କିଣିବାକୁ ଗହଣା ଦୋକାନରେ ଭିଡ଼ । ଗତକାଲି ଅପେକ୍ଷା ଆଜି ସାମାନ୍ୟ ବଢିଛି ସୁନାର ଦାମ୍ । ତେବେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

author-image
Pallipuspa Samal
ଅଦ୍ୟତନ ହୋଇଛି
Gold Price Today

Gold Price Today

ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଆସିଛି । ଗତକାଲି ଅପେକ୍ଷା ୭୦୦ଟଟ୍‌ନ ବଢିଛି ସୁନାର ଦାମ୍ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୭୭,୦୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଚ୍ଛା ୭୦,୬୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଚ୍ଛା ୭,୦୬୫ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଚ୍ଛା ୫୬,୫୨୦ ଟଙ୍କା ରହିଛି। ହିସାବକୁ ନେଲେ ସୁନାଦର ୧୦ ଗ୍ରାମ ପିଚ୍ଛା ୧୧ ଶହ ଟଙ୍କା କମିଛି। 

Advertisment

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଚ୍ଛା ୬୯,୩୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଚ୍ଛା ୬,୯୯୫ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଚ୍ଛା ୫୫,୯୬୦ ଟଙ୍କା ରହିଛି । ଏହାଛଡା ରୁପା ଦର ହ୍ରାସ ପାଇଛି । ବିଶୁଦ୍ଧ ରୁପା ୧ ଗ୍ରାମ୍ ପିଛା ୧୦୨ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଚ୍ଛା ୮୧୬ ଟଙ୍କା, ୧୦୦ ଗ୍ରାମ୍ ପିଚ୍ଛା ୧୦,୨୦୦ ଓ ୧ କେଜି ପିଚ୍ଛା ୧,୦୨,୦୦୦ ଟଙ୍କା ରହିଛି।

ଦେଶର ବିଭିନ୍ନ ସହରରେ ସୁନାର ଦାମ୍:

ଭୁବନେଶ୍ୱର-୭୦,୬୫୦

କଟକ- ୭୦,୬୫୦

ମୁମ୍ୱାଇ-୭୦,୬୫୦

ନୂଆଦିଲ୍ଲୀ-୭୦, ୮୦୦

କୋଲକାତା- ୭୦,୬୫୦

ସୁନା ଓ ରୁପା ଦାମ୍‌ରେ ଦେଖାଦେଇଥିବା ଏହି ବଡ଼ଧରଣର ହ୍ରାସ ଗ୍ରାହକଙ୍କ ପାଇଁ ସୁନା କିଣିବା ଲାଗି ଭଲ ସୁଯୋଗ ଆଣିଛି। ସାଧାରଣତଃ ସେୟାର ବଜାର ଓ ସୁନା ଦର ମଧ୍ୟରେ ବିପରୀତ ସଂପର୍କ ରହିଥାଏ। ସେୟାର ବଜାର କମିଲେ ସୁନା ରୁପା ଦର ବୃଦ୍ଧି ପାଇଥାଏ କିମ୍ବା ସେୟାର ବଜାର ବଢ଼ିଲେ ସୁନା ରୁପା ଦର କମିବା ଦେଖିବାକୁ ମିଳିଥାଏ। କିନ୍ତୁ ବର୍ତ୍ତମାନ ଉଭୟ ଷ୍ଟକ ବଜାର ସମେତ ସୁନା ଓ ରୁପା ଦର କମିବାରେ ଲାଗିଛି। ବିଶ୍ବର ରାଜନୈତିକ ପରିସ୍ଥିତିରେ ହେଉଥିବା ପରିବର୍ତ୍ତନ ଫଳରେ ଏଭଳି ଧାରା ଦେଖିବାକୁ ମିଳିଛି ବୋଲି କିଛି ବଜାର ବିଶେଷଜ୍ଞ ମତ ଦେଇଛନ୍ତି।

Advertisment
gold necklaceotv

କେମିତି ଜାଣିବେ ସୁନାର ଶୁଦ୍ଧତା:

  • ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ।
  • ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ।
  • ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ। 
  • ସଠିକ୍ ଦାମ୍‌ରେ କେମିତି କିଣିବେ ସୁନା....ଜାଣନ୍ତୁ କିଛି ଟିପ୍ସ୍....
  • ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ
  • ସୁନା କିଣିବା ବେଳେ ହଲ୍‌ମାର୍କ ଦେଖି ସୁନା କିଣନ୍ତୁ
  • ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ
  • ଅଫ୍ ସିଜନରେ ସୁନା କିଣନ୍ତୁ... କମ୍ ଦାମ୍‌ରେ ସୁନା ଗହଣା କିଣିବାର ଲାଭ ପାଇପାରିବେ
gold necklacegold necklace

ଅଧିକ ପଢନ୍ତୁ:Forbes India Select List: ଇଣ୍ଡିଆ ଫୋର୍ବସ ସିଲେକ୍ଟ-200 ତାଲିକାରେ ଓଟିଭି ..

Gold Price Today
Advertisment
Advertisment