Advertisment

Gold Price Today, 15th November 2024: ସୁନା ଦରରେ ପରିବର୍ତ୍ତନ; ଜାଣନ୍ତୁ କେତେ ରହିଛି ଦାମ୍

ନଭେମ୍ବର ପହିଲାରୁ ସୁନା ଦର ପ୍ରାୟ ୫୦୦୦ଟଙ୍କାରୁ ଅଧିକ ହ୍ରାସ ପାଇଛି। ଅର୍ଥାତ୍ ମାତ୍ର ଦୁଇ ସପ୍ତାହ ମଧ୍ୟରେ ସୁନା ଦରରେ ଯଥେଷ୍ଟ ପରିବର୍ତ୍ତନ ହୋଇଛି। ଆସନ୍ତୁ ଜାଣିବା ଆଜି କେଉଁଠି ସୁନାର ଦର କେତେ ରହିଛି...

ଅଦ୍ୟତନ ହୋଇଛି
Gold Price Today 15 Nov 2024

Gold Price

Advertisment

ଗତ କିଛି ଦିନ ମଧ୍ୟରେ ସେୟାର ବଜାରରେ ବଡ଼ ଧରଣର ହ୍ରାସ ଘଟିଛି। ଗତକାଲି ମଧ୍ୟ ସେନସେକ୍ସ-ନିଫ୍ଟି ଭଲ ପ୍ରଦର୍ଶନ ଆରମ୍ଭ କରିଥିବା ବେଳେ କିଛି ସମୟ ପରେ ପୁଣି ହ୍ରାସ ପାଉଥିବା ଦେଖାଗଲା । କିନ୍ତୁ କେବଳ ସେୟାର ମାର୍କେଟ ନୁହେଁ, ସୁନା ଦର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ନଭେମ୍ବର ପହିଲାରୁ ସୁନା ଦର ପ୍ରାୟ ୫୦୦୦ଟଙ୍କାରୁ ଅଧିକ ହ୍ରାସ ପାଇଛି। ଅର୍ଥାତ୍ ମାତ୍ର ଦୁଇ ସପ୍ତାହ ମଧ୍ୟରେ ସୁନା ଦରରେ ଯଥେଷ୍ଟ ପରିବର୍ତ୍ତନ ହୋଇଛି। ଆସନ୍ତୁ ଜାଣିବା ଆଜି କେଉଁଠି ସୁନାର ଦର କେତେ ରହିଛି...

Advertisment

ଟୁଇନସିଟିରେ କେତେ ରହିଛି ସୁନା ଦର ?

ଆଜି କଟକଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଘଟିଛି । ଗତକାଲି ଅପେକ୍ଷା ସାମାନ୍ୟ ବଢିଛି ସୁନାର ଦାମ୍ । ଆଜି ଟୁଇନସିଟିରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୭୫,୭୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୯,୪୫୦ ଟଙ୍କା ରହିଛି । ଏହାଛଡା ରୁପା ଦର ହ୍ରାସ ପାଇଛି । ବିଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୯୯ ଟଙ୍କା ରହିଥିବା ବେଳେ କେଜି ୯୯ହଜାର ଟଙ୍କା ରହିଛି।

କ୍ରମାଗତ ଭାବେ ଶସ୍ତା ହେଉଛି ସୁନା

ଚଳିତ ବର୍ଷ ସୁନା ମୂଲ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ଗୋଟିଏ ପଟେ ମୋଦି ସରକାର 3.0ର (ୟୁନିଅନ୍ ବଜେଟ୍ 2024) ପ୍ରଥମ ବଜେଟ୍ ଉପସ୍ଥାପନା ସମୟରେ ଏହା ସୁନା ଓ ରୁପା ଉପରେ କଷ୍ଟମ୍ ଡ୍ୟୁଟି ହଟାଇବାକୁ ଘୋଷଣା କରିବା ପରେ ଏହା ହ୍ରାସ ପାଇଛି। କିନ୍ତୁ ଗତ ଦୁଇ ସପ୍ତାହ ଧରି ସୁନା ଦର ଲଗାତାର ହ୍ରାସ ପାଉଛି। ଗତକାଲି ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ୧୦ଗ୍ରାମ ୨୪ କ୍ୟାରେଟ ସୁନା ଦର ୭୦୦ଟଙ୍କାରୁ ଅଧିକ ଟଙ୍କା ହ୍ରାସ ପାଇଛି।

Advertisment

ଦୁଇ ସପ୍ତାହ ମଧ୍ୟରେ ସୁନା ଦର କେତେ କମିଛି ?

ଯଦି ଆମେ ଗତ ଦୁଇ ସପ୍ତାହ ମଧ୍ୟରେ MCX ଉପରେ ସୁନା ମୂଲ୍ୟର ପରିବର୍ତ୍ତନକୁ ଦେଖିବା, ମାସ ଆରମ୍ଭରେ ଦେଶର ବିଭିନ୍ନ ସ୍ଥାନରେ ଏହି ଦର ୧୦ ଗ୍ରାମ ପ୍ରତି ୭୮,୮୬୭ଟଙ୍କା ଥିଲା, କିନ୍ତୁ ଗତକାଲି ଏହା ୭୩,୭୫୦ ଟଙ୍କା ତଳକୁ ଖସି ଆସିଛି । ଏହି ଅନୁଯାୟୀ, ନଭେମ୍ବର ୧ ରୁ ୧୪ ତାରିଖ ମଧ୍ୟରେ ସୁନା ୧୦ ଗ୍ରାମ ପ୍ରଛା ୫,୧୧୭ ଟଙ୍କା ହ୍ରାସ ପାଇଛି।

ଘରୋଇ ବଜାରରେ ସୁନା ମୂଲ୍ୟ କେତେ?

ମଲ୍ଟି କମୋଡିଟି ଏକ୍ସଚେଞ୍ଜ ସହିତ ଘରୋଇ ବଜାରରେ ମଧ୍ୟ ସୁନା ମୂଲ୍ୟରେ ହ୍ରାସ ଘଟିଥିବାର ଦେଖାଯାଇଛି। ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନ୍ (IBJA) ର ୱେବସାଇଟ୍ ଅନୁଯାୟୀ, ନଭେମ୍ବର ୧ରେ ଫାଇନ୍ ଗୋଲ୍ଡ (999) ମୂଲ୍ୟ ୧୦ ଗ୍ରାମ ପିଛା ୮୧ ହଜାର ଟଙ୍କା ଅତିକ୍ରମ କରିସାରିଥିବା ବେଳେ ବର୍ତ୍ତମାନ ଏହାର ମୂଲ୍ୟ ୭୫,୨୬୦ ଟଙ୍କାକୁ ଖସି ଆସିଛି। ଦୁଇ ସପ୍ତାହ ମଧ୍ୟରେ ୨୪ କ୍ୟାରେଟ୍ ସୁନା ଦର ୬୦୦୦ରୁ ଅଧିକ ଟଙ୍କା ହ୍ରାସ ପାଇଛି । ସୂଚନାଯୋଗ୍ୟ ଯେ ୩ ପ୍ରତିଶତ GST ବିନା ଘରୋଇ ବଜାରରେ ସୁନାର ଏହି ମୂଲ୍ୟ ରହିଛି। GST ପରେ ଏହି ଦରରେ ବିଭିନ୍ନ ସ୍ଥାନରେ ପରିବର୍ତ୍ତନ ହୋଇଥାଏ। ଏହି କାରଣରୁ ଦେଶର ବିଭିନ୍ନ ସହରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଯାଏ ।

Advertisment

ସୁନା ଦର ଖସିବାର ଅନେକ କାରଣ ରହିଛି । ୩ ମାସ ଧରି ଦର ବଢ଼ିବା ଫଳରେ ଲୋକେ ଏବେ ଲାଭ ଅସୁଲି କରୁଛନ୍ତି । ଫଳରେ ଚାହିଦା ଖସିଛି । ଏହା ଦର ହ୍ରାସର ଅନ୍ୟତମ କାରଣ । ସେହିଭଳି ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରଠାରୁ ଏଯାବତ୍‌ ଡଲାର ସୂଚକାଙ୍କ ୨.୩୬% ବୃଦ୍ଧି ପାଇଛି । ଆମେରିକୀୟ ବଣ୍ଡ ଦର ବଢ଼ିଛି । ଉଭୟ କାରଣ ଯୋଗୁ ସୁନା ଚାହିଦା ହ୍ରାସ ପାଇଛି । ମଧ୍ୟପ୍ରାଚ୍ୟ, ରୁଷ-ୟୁକ୍ରେନ, ଇସ୍ରାଏଲ-ହମାସ, ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ସୁନା ଦର ବଢୁଥିଲା । ଏବେ ସେଭଳି କିଛି ହଲଚଲ ଦେଖିବାକୁ ମିଳୁନାହିଁ । ତେଣୁ ସୁନା ଦର କ୍ରମାଗତ ଖସୁଥିବା ଦେଖିବାକୁ ମିଳୁଛି।

Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ