• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିବାହ ଋତୁରେ ସୁନା ଦରରେ ନିଆଁ । ସୁନା ଠାରୁ ହୀରା ଓ ପ୍ଲାଟିନମ୍‌ର ମୂଲ୍ୟ ଅଧିକ ହେଲା ସୁଦ୍ଧା ଭାରତରେ ସୁନା ଅଳଙ୍କାରର ସ୍ୱତନ୍ତ୍ର ଚାହିଦା ରହିଛି । ହେଲେ ଏବେ ସୁନା ଗହଣାରେ ଯେପରି ହାତ ମାରିବା ମନା । ଆଜି ରାଜଧାନୀ ଭୁବନେଶ୍ୱର ରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୫୪ ହଜାର ପାଖାପାଖି ପହଞ୍ଚି ଗଲାଣି ।

ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା୫୫ ହଜାର ୬୦୦ ଟଙ୍କା ରହିଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇ ୫୫,୮୦୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୩,୪୦୦ , ୨୦ କ୍ୟାରେଟ୍‌ ସୁନାର ଦର ୪୮, ୬୦୦ ଟଙ୍କା , ୧୮ କ୍ୟାରେଟ୍ ସୁନା ଦର ୪୩,୯୦୦ ରାହିଛି । ଅନ୍ୟପଟେ ୧୪ କ୍ୟାରେଟ ସୁନା ମୂଲ୍ୟ ୩୪,୫୦୦ ଟଙ୍କା ରହିଛି ।

କଟକ ରେ ମଧ୍ୟ ଆଜି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୭୯୦ (ଜିଏସ୍‌ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୬୦୦ (କ୍ୟାସ ୯୯୫) ଟଙ୍କା ରହିଛି । ଗତକାଲି ତୁଳନାରେ ଆଜି ରୁପା ଦରରେ ମଧ୍ୟ ପରିବର୍ତ୍ତନ ହୋଇଛି । ଶୁଦ୍ଧ ରୂପା କିଲୋ ପିଛା ୬୮,୮୦୦ ଟଙ୍କାରେ କାରବାର ହେଉଛି ।

ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।