/odishatv-khabar/media/post_attachments/uploadimage/library/16_9/16_9_0/rapido__1756002835.jpg)
rapido
ଲୋକଙ୍କୁ ଭୂଆଁ ବୁଲାଉଥିଲା ରାପିଡୋ, ପଡିଲା ୧୦ ଲକ୍ଷର ଫାଇନ...ପୂରା ୧୦ ଲକ୍ଷ ଟଙ୍କା ଫାଇନ୍ ଗଣିବ ରାପିଡୋ କମ୍ପାନୀ, ଲୋକଙ୍କ ପଇସା ବି ଫେରାଇବ...ଯଦି ଆପଣ ବି ଯିବାଆସିବା ପାଇଁ ରାପିଡୋ ବୁକ୍ କରୁଛନ୍ତି, ତାହେଲେ ଜାଣିରଖନ୍ତୁ ଏ ଖବର ।
ସେଣ୍ଟ୍ରାଲ କଞ୍ଜୁମର ପ୍ରୋଟେକ୍ସନ ଅଥରିଟି (CCPA) ରାଇଡ୍ ହେଲିଂ ପ୍ଲାଟଫର୍ମ ରାପିଡୋ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ବିଭ୍ରାନ୍ତିକର ଓ ଅନୁଚିତ୍ ବିଜ୍ଞାପନ ପାଇଁ ଏହି ଫାଇନ୍ ପଡିଛି ରାପିଡୋ ଉପରେ ।
'ଗ୍ୟାରେଣ୍ଟେଡ୍ ଅଟୋ' ଏବଂ 'ଅଟୋ ଇନ ୫ ମିନିଟ୍ ଅର୍ ଗେଟ୍ ରୁପିଜ ୫୦' ଭଳି ବିଭ୍ରାନ୍ତିକାରୀ ବିଜ୍ଞାପନ ଚଲାଇଥିଲା ରାପିଡୋ । ଅର୍ଥାତ୍ ୫ ମିନିଟ୍ରେ ଅଟୋ ପହଞ୍ଚିବ ନହେଲେ ୫୦ ଟଙ୍କା ଫେରସ୍ତ କରିବାର ପ୍ରତିଶ୍ରୁତି ଦେଇଥିଲା । ଉପଭୋକ୍ତାଙ୍କୁ ଏପରି ମିଛ ପ୍ରତିଶ୍ରୁତି ଦେଇ ବୋକା ବନାଇଥିଲା ରାପିଡୋ । ଏହି ବିଜ୍ଞାପନ ସମ୍ପୂର୍ଣ୍ଣ ବିଭ୍ରାନ୍ତକାରୀ ଥିଲା ବୋଲି କହିଛି CCPA ।
ତେଣୁ ରାପିଡୋ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ସେଣ୍ଟ୍ରାଲ କଞ୍ଜୁମର ପ୍ରୋଟେକ୍ସନ ଅଥରିଟି । ଏହାସହ ଯେଉଁ ଉପଭୋକ୍ତା ୫୦ ଟଙ୍କା ପାଇବାକୁ ଯୋଗ୍ୟ, ତାଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛି ।
ତେବେ ରାପିଡୋର ଏହି ବିଭ୍ରାନ୍ତକାରୀ ବିଜ୍ଞାପନ ୧୨୦ରୁ ଅଧିକ ସହରରେ ବିଭିନ୍ନ ଭାଷାରେ ୫୪୮ ଦିନ ଯାଏ ଚାଲିଥିବା କହିଛି CCPA ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)