• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆପଣଙ୍କ ପାଖରେ ସ୍ମାର୍ଟ ଫୋନ୍‌ ଅଛି କି ? ତେବେ ଆପଣଙ୍କୁ ବି ଆମାଜନ ଦେଇପାରେ ଟଙ୍କା । ଆମାଜନର କୁଇଜ୍‌ରେ ଭାଗ ନେଇ ଆପଣ ବି ୨୫୦୦ ଟଙ୍କା ଜିତିବାର ସୁଯୋଗ ପାଇପାରିବେ । କାରଣ ଇ-କମର୍ସ ପ୍ଲାଟଫର୍ମ ଆମାଜନ ଡେଲି ଆପ୍‌ କୁଇଜ୍‌ର ନୂତନ ସଂସ୍କରଣ ଆରମ୍ଭ ହୋଇଛି ।

ଅଧିକ ପଢ଼ନ୍ତୁ: ଗୁଗୁଲ ପେ-ଫୋନ୍‌ ପେ-ପେଟିଏମ୍‌-ଆମାଜନ୍‌, କିଏ ଦେଉଛି କେମିତି ସେବା ? କାହାର କି ନିୟମ...

ଅନଲାଇନ୍‌ ସପିଂ ପ୍ଳାଟଫର୍ମ ଆମାଜନ ଆଜି ତାର କୁଇଜ୍‌ ପେ’ ବାଲାନ୍ସରେ ୨୫ଶହ ଟଙ୍କା ଜିତିବାର ସୁଯୋଗ ରଖିଛି । ଏହି କୁଇଜ୍‌ ପ୍ରତିଯୋଗିତା ଆମାଜନ୍‌ ମୋବାଇଲ୍‌ ପେ’ରେ ଉପଲବ୍ଧ । ଆଜି ସକାଳ ୮ଟାରୁ ଆମାଜନ ତା’ର ଗ୍ରାହକମାନଙ୍କ ପାଇଁ ଏହି ପ୍ରତିଯୋଗିତା ଆରମ୍ଭ କରିଥିବା ବେଳେ ରାତି ୧୨ଟା ପର୍ଯ୍ୟନ୍ତ ଏହା ଚାଲୁ ରହିବ । ଏହି କ୍ୱିଜ୍‌ରେ ସାଧାରଣ ଜ୍ଞାନ ଉପରେ ୫ଟି ପ୍ରଶ୍ନ ପଚାରିବ ଆମାଜନ ।

ଆମାଜନ ପକ୍ଷରୁ ପଚରାଯାଇଥିବା ୫ଟି ପ୍ରଶ୍ନର ଉତ୍ତର ଯଦି ଆପଣ ସଠିକ୍‌ ଭାବେ ଦେଇପାରନ୍ତି ତେବେ ଆପଣଙ୍କୁ ବିଜେତା ଘୋଷଣା କରିବ ଆମାଜନ । ଖାଲି ସେତିକି ନୁହେଁ ଆମାଜନ ପଚାରିଥିବା ପ୍ରତ୍ୟେକ ପ୍ରଶ୍ନର ୪ଟି ବିକଳ୍ପ ମଧ୍ୟ ଦିଆଯିବ । ଯାହାକୁ ଆପଣ ଚୟନ କରି ଭାଗ୍ୟଶାଳୀ ବିଜେତା ହୋଇପାରିବେ ।

ଯଦି ଆପଣଙ୍କ ଫୋନ୍‌ରେ ଆମାଜନ ପେ’ ରହିଛି ତେବେ ଆପଣ ସିଧାସଳଖ ଆପ୍‌କୁ ଖୋଲି କୁଇଜ୍‌ରେ ଭାଗ ନେଇପାରିବେ । ନହେଲେ ଆପଣଙ୍କୁ ଆପଣଙ୍କ ଫୋନ୍‌ରେ ଆମାଜନ ପେ’ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ପଡ଼ିବ । ଡାଉନ୍‌ଲୋଡ୍‌ ପରେ ସାଇନ୍‌ଇନ୍‌ କରିବାକୁ ପଡ଼ିବ । ସାଇନ୍‌ କରିବା ପରେ ସ୍କ୍ରିନ୍‌ର ତଳକୁ ଯାଇ 'ଆମାଜନ କୁଇଜ୍'ରେ ଭାଗନେଇପାରିବେ ।