Advertisment

ଚୀନ୍‌ କୋଟିପତିଙ୍କୁ ପଛରେ ପକାଇ ଏସିଆର ସବୁଠୁ ଧନୀ ମହିଳା ହେଲେ ସାବିତ୍ରୀ ଜିନ୍ଦଲ

ଏସିଆର କୋଟିପତି ମହିଳାଙ୍କୁ ପଛରେ ପକାଇଲେ ଭାରତୀୟ...ସେ ୮୯.୪୯ ହଜାର କୋଟି ଟଙ୍କାର ମାଲିକାଣୀ ହୋଇପାରିଛନ୍ତି...ଆସନ୍ତୁ ଜାଣିବା କିଏ ଏହି ମହିଳା...

author-image
Otv Khabar Bureau
ଅଦ୍ୟତନ ହୋଇଛି
savitri Jindal becomes asia’s richest woman overtaking china’s yang huiyan

savitri Jindal becomes asia’s richest woman overtaking china’s yang huiyan

ଏସିଆର ସବୁଠୁ ଧନୀ ମହିଳା ହେଲେ ସାବିତ୍ରୀ ଜିନ୍ଦଲ । ପଛରେ ପଡ଼ିଲେ ଚୀନ୍‌ କୋଟିପତି । ଗତ ପାଞ୍ଚବର୍ଷ ଧରି ଏସିଆର ସବୁଠୁ ଧନୀ ମହିଳା ରହିଆସିଥିଲେ ଚୀନ୍‌ର ଧନୀ ମହିଳା ୟାଙ୍ଗ୍ ହୁଇୟନ୍ ।

Advertisment

ଜିନ୍ଦଲ୍ ଗ୍ରୁପ୍ ମୁଖ୍ୟ ସାବିତ୍ରୀଙ୍କ ପାଖରେ ୮୯.୪୯ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଛି । ଫଳରେ ସେ ଏସିଆର ସବୁଠୁ ଧନୀ ମହିଳା ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିପାରିଛନ୍ତି । ସେହିପରି ଚୀନ୍‌ର ଫେନ୍‌ ହଙ୍ଗୱେଙ୍କ ମୋଟ ସମ୍ପତ୍ତି ୧୧.୩ ଆରବ ଡଲାର ରହିଛି । ତେଣୁ ସେ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ସୂଚନା ଅନୁସାରେ, ଚୀନ୍‌ର ସବୁଠୁ ବଡ଼ ରିୟଲ୍ ଇଷ୍ଟେଟ୍ ଡେଭେଲପର୍ କଣ୍ଟ୍ରି ଗାର୍ଡେନ ହୋଲ୍‌ଡିଙ୍ଗ୍‌ସର ପରିଚାଳକ ଥିଲେ ୟାଙ୍ଗ୍ । ହେଲେ ରିୟଲ୍ ଇଷ୍ଟେଟ୍ କମ୍ପାନୀଗୁଡ଼ିକରେ ଚୀନ୍ ସରକାରଙ୍କ କଡ଼ା ଆଭିମୁଖ୍ୟ ପରେ ୟାଙ୍ଗ୍‌ଙ୍କ ସମ୍ପତ୍ତି ଧିରେ ଧିରେ ହ୍ରାସ ପାଇଛି । ସେହିପରି ଫୋବର୍ସ ରିପୋର୍ଟ ଅନୁସାରେ, ଗତ କିଛି ବର୍ଷ ଧରି ସାବିତ୍ରୀ ଜିନ୍ଦଲ ଭାରତର ସବୁଠୁ ଧନୀ ମହିଳା ରହି ଆସିଛନ୍ତି । ଏହାସହ ଭାରତର ସବୁଠୁ ଧନୀ ମହିଳା ତାଲିକାରେ ସାବିତ୍ରୀଙ୍କ ପରେ କିରଣ ମଜୁମଦାର ଓ କୃଷ୍ଣା ଗୋଦରେଜ ରହିଥିବା ଜଣାପଡିଛି ।

Advertisment

ତେବେ  ୭୧ ବର୍ଷର ସାବିତ୍ରୀ ଜିନ୍ଦଲ ବର୍ତ୍ତମାନ ଜିନ୍ଦଲ ଗ୍ରୁପ୍ ଅଫ୍ କମ୍ପାନୀର ଚେୟାରମ୍ୟାନ୍‌। ସେ ୨୦ ମାର୍ଚ୍ଚ ୧୯୫୦ରେ ଜନ୍ମଗ୍ରହଣ କରିଥିଲେ। ତିନ୍‌ସୁକିଆ ଆସାମର ବାସିନ୍ଦା ସାବିତ୍ରୀ ୧୯୭୦ରେ ଓମପ୍ରକାଶ(ଓପି) ଜିନ୍ଦଲଙ୍କୁ ବିବାହ କରିଥିଲେ। ଓପି ଜିନ୍ଦଲ ଜିନ୍ଦଲ ଗ୍ରୁପ୍ ପ୍ରତିଷ୍ଠା କରିଥିଲେ, ଯାହା ଷ୍ଟିଲ୍‌ ଓ ପାୱାର୍‌ ଉପରେ କାମ କରୁଥିଲା। ଓପି ଜିନ୍ଦଲ ମଧ୍ୟ ହରିୟାଣାର ବିଧାନସଭା ଆସନ ହିସାରର ଜଣେ ମନ୍ତ୍ରୀ ଥିଲେ। ହେଲିକପ୍ଟର ଦୁର୍ଘଟଣାରେ ସ୍ୱାମୀ ଓପି ଜିନ୍ଦଲଙ୍କ ଆକସ୍ମିକ ମୃତ୍ୟୁ ପରେ ସାବିତ୍ରୀ ଜିନ୍ଦଲ ପୂରା ବ୍ୟବସାୟକୁ ଆପଣେଇ ନେଇଥିଲେ।

Jindal Group Savitri Jindal Yang Huiyan Country Garden Holdings
Advertisment
Advertisment