• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସାମ୍ନାକୁ ଆସିଲା ରାମଲାଲାଙ୍କ ପ୍ରଥମ ଝଲକ। ଗର୍ଭଗୃହରେ ଶ୍ରୀବିଗ୍ରହ ସ୍ଥାପନ କରାଯିବା ପରେ ପ୍ରଥମ ଥର ଲାଗି ଫଟୋ ସାମ୍ନାକୁ ଆସିଛି। ଧଳା ମାର୍ବଲ ଆସ୍ଥାନ ଉପରେ ରାମଲାଲା ବିରାଜମାନ କରିଛନ୍ତି। ଆସନ୍ତା ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବାରୁ ଶ୍ରୀରାମଙ୍କ ମୂର୍ତ୍ତି କପଡ଼ାରେ ଘୋଡ଼ାଇ ରଖାଯାଇଛି। ପୂଜାପାଠ ପରେ ଆସ୍ଥାନ ଭିତରେ ବହୁମୂଲ୍ୟ ରତ୍ନ ରଖାଯିବା ପରେ ରାମଲାଲାଙ୍କ ବିଗ୍ରହ ଗର୍ଭଗୃହରେ ସ୍ଥାପନ କରାଯାଇଛି। ବୁଧବାର ରାମଲାଲାଙ୍କ ମୂର୍ତ୍ତି ମନ୍ଦିର ପରିସରକୁ ଅଣାଯାଇଥିଲା। ଗର୍ଭଗୃହରେ ସ୍ଥାପନ ପୂର୍ବରୁ ମନ୍ଦିର ପରିସରରେ ମୂର୍ତ୍ତି ପରିକ୍ରମା କରିବାର ଯୋଜନା ଥିଲା। ମାତ୍ର ମୂର୍ତ୍ତିର ଓଜନ ଅଧିକ ହେବାରୁ ଏହା ଜାଗାରେ ୧୦ କେଜିର ଚାନ୍ଦି ମୂର୍ତ୍ତି ମନ୍ଦିର ପରିସରରେ ବୁଲାଯାଇଥିଲା। ପରେ ରାମଲାଲାଙ୍କ ମୂର୍ତ୍ତିକୁ ଆସ୍ଥାନରେ ବିରାଜମାନ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଗର୍ଭଗୃହକୁ କେମିତି ଗଲେ ରାମଲାଲା ? ଦେଖନ୍ତୁ ସେହି ଦିବ୍ୟ ମୁହୂର୍ତ୍ତର ଭିଡିଓ

ଆସନ୍ତା ୨୨ ତାରିଖ ଦିନ ୧୨ଟା ୩୦ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ୬ ହଜାରରୁ ଅଧିକ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହେବେ। ଏଥିସହ ୪ ହଜାର ସନ୍ଥ ମଧ୍ୟ ଭବ୍ୟ ଉତ୍ସବରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି। ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ମଝିରେ ଆଉ ମାତ୍ର ୨ ଦିନ ଥିବା ବେଳେ ଜୋରସୋରରେ ଆଗେଇ ଚାଲିଛି ପ୍ରସ୍ତୁତି। ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଚାଲିଛି ଧାର୍ମିକ ରୀତିନୀତି। ଆଜି ସକାଳେ ଔଷଧାଧିବାସ, କେଶରାଧିବାସ, ଘୃତାଧିବାସ ନାତି ଥିବା ବେଳେ ସଂଧ୍ୟାରେ ଧ୍ୟାନାଧିବାସ ନୀତି ରହିଛି। ସେହିପରି ଆସନ୍ତାକାଲି ସକାଳେ ଶର୍କରାଧିବାସ, ଫଳାଧିବାସ ଏବଂ ସଂଧ୍ୟାରେ ପୁଷ୍ପାଧିବାସ ରହିଛି। ୨୧ ତାରିଖ ସକାଳେ ମଧ୍ୟାଧିବାସ ଓ ସଂଧ୍ୟାରେ ଶଯ୍ୟାଧିବାସ ରହିଛି।
 

 

OTV is now on Whatsapp

Join and get latest news update delivered to you via whatsapp

Join Now