• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମଝିରେ ମାତ୍ର ଆଉ ମାତ୍ର ୩ ଦିନ । ରାମଲାଲାଙ୍କ ହେବ ପ୍ରାଣ ପ୍ରତଷ୍ଠା । ଏହାପୂର୍ବରୁ ସରିଛି ଶ୍ରୀବିଗ୍ରହଙ୍କ ସ୍ଥାପନ । ଗତକାଲି ରାତିରେ ରାମଲାଲାଙ୍କ ବିଗ୍ରହକୁ ମନ୍ଦିରର ଗର୍ଭଗୃହରେ ସ୍ଥାପନା କରାଯାଇଛି । ଯେତେବେଳେ ଗର୍ଭଗୃହକୁ ଶ୍ରୀବିଗହକୁ ଅଣାଯାଉଛି ।

ରାମଲାଲାଙ୍କ ମୂର୍ତ୍ତି ଗଢ଼ିଥିବା ଶିଳ୍ପୀ ଅରୁଣ ଯୋଗୀରାଜ ପାଖରେ ଛିଡ଼ା ହୋଇ କାର୍ଯ୍ୟକୁ ତଦାରଖ କରିଥିବା ଦେଖିବାକୁ ମିଳୁଛି । ବିଗ୍ରହ ସ୍ଥାପନର କିଛି ସମୟ ପୂର୍ବର ଯେତେବେଳେ ଗର୍ଭଗୃହରେ ସ୍ୱତନ୍ତ୍ର ପୂଜାପାଠ କରିଥିଲେ ସାଧୁ ସନ୍ଥ ମାନେ । ବିଗ୍ରହ ସ୍ଥାପନ ହେବା ପୂର୍ବରୁ ବହୁମୂଲ୍ୟ ରତ୍ନ ବି ସ୍ଥାପନ କରାଯାଇଛି।

ଅଧିକ ପଢ଼ନ୍ତୁ: ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ, ଜୟ ଶ୍ରୀରାମ ନାରାରେ କମ୍ପିଲା ସାରା ଅଯୋଧ୍ୟା

ଆଉ ଏହାରି ଭିତରେ ପ୍ରତିଦିନ ସାମ୍ନାକୁ ଆସିବାରେ ଲାଗିଛି ଅଯୋଧ୍ୟା ରାମ ମନ୍ଦିରର ନୂଆ ନୂଆ ଦୃଶ୍ୟ । ଏବେ ଶ୍ରୀରାମ ମନ୍ଦିରର ସାମ୍ନା ଦ୍ୱାରର ଫଟୋ ଆସିଛି । ସୁଉଚ୍ଚ ଆକର୍ଷଣୀୟ ଗେଟ୍ ଯାହା ଦୂର ଦୂରରୁ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି। ସେହିପରି ମନ୍ଦିରର ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତିର ବି ଦୃଶ୍ୟ ବେଶ୍ ଆକର୍ଷଣୀୟ ହୋଇଛି ।

ପଥରରେ ଖୋଦେଇ ହୋଇ ବିଷ୍ଣୁଙ୍କ ଅନନ୍ତ ଶୟନ ପାଖରେ ଲକ୍ଷ୍ମୀ ମାଆ ବସିଥବା ମୂର୍ତ୍ତି ଏକ ଦିବ୍ୟତାର ଅନୁଭୂତି ଦେଇଛି। ଯେଉଁଠି ଶ୍ରୀରାମ ସେଠି ହନୁମାନ । ତାଙ୍କ ବିନା ଶ୍ରୀରାମ ଅଧୁରା । ତେଣୁ ଭଗବାନଙ୍କ ପ୍ରିୟ ହୁନମାନ ବି ଶ୍ରୀରାମ ମନ୍ଦିରର କୋଣ ଅନୁକୋଣରେ ଆସ୍ଥାନ ଜମାଇଛନ୍ତି।

ସେପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆରମ୍ଭ ହୋଇସାରିଛି ସମସ୍ତ ରୀତିନୀତି । ଆଜି ସଂଧ୍ୟାରେ ତୀର୍ଥ ପୂଜନ, ଜଳଯାତ୍ରା, ଜଳାଧିବାସ ଓ ଗନ୍ଧାଧିବାସ ରୀତିନୀତି ରହିଛି । ଜାନୁଆରୀ ୧୯ ସକାଳେ ଔଷଧାଧିବାସ, କେଶରାଧିବାସ, ଘୃତାଧିବାସ ଏବଂ ସଂଧ୍ୟାରେ ଧ୍ୟାନାଧିବାସ ନୀତି ରହିଛି । ସେହିପରି ଜାନୁଆରୀ ୨୦ ତାରିଖ ସକାଳେ ଶର୍କରାଧିବାସ, ଫଳାଧିବାସ ଏବଂ ସଂଧ୍ୟାରେ ପୁଷ୍ପାଧିବାସ ରହିଛି । ଏହା ପରଦିନ ୨୧ ଜାନୁଆରୀ ସକାଳେ ମଧ୍ୟାଧିବାସ ଓ ସଂଧ୍ୟାରେ ଶଯ୍ୟାଧିବାସ ରହିଛି ।

ଅଧିକ ପଢ଼ନ୍ତୁ: ରାମ ମନ୍ଦିରକୁ ନେଇ ସ୍ୱତନ୍ତ୍ର ଡାକଟିକଟ ଓ ସ୍ମାରକୀ ଉନ୍ମୋଚନ କଲେ ମୋଦି