Advertisment

ଖଣ୍ଡାଧାର ଜଳପ୍ରପାତରେ ଖସି ଯୁବକ ନିଖୋଜ

ଗାଧୋଇବା ବେଳେ ଖସି ପଡ଼ିଲେ ଯୁବକ । ପଥରରେ ଲାଖି ହୋଇ ରହିଥିବା ସନ୍ଦେହ ।

author-image
Prangyan Parimita
ଅଦ୍ୟତନ ହୋଇଛି
Missing News

youth

ଜଳପ୍ରପାତରେ ଗାଧୋଇବା ବେଳେ ବଡ଼ ଅଘଟଣ । ଖଣ୍ଡାଧାର ଜଳପ୍ରପାତରେ ଖସି ପଡ଼ି ଯୁବକ ନିଖୋଜ । ସୁନ୍ଦରଗଡ଼ କେ.ବଳଙ୍ଗ ଥାନା ଅଞ୍ଚଳର ଦୁଇ ଯୁବକ ବରସୁଆଁ ନିକଟ ଖଣ୍ଡାଧାର ଜଳପ୍ରପାତକୁ ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ଅସାବଧାନତା ଯୋଗୁଁ ଜଳପ୍ରପାତରୁ ଗତକାଲି ଖସି ଯାଇ ଏକ ପଥର ପାଖରେ ଲାଖି ଯାଇଥିବା ଜଣାପଡ଼ିଛି । ଯୁବକ ଜଣକ ହେଉଛନ୍ତି ସୁନ୍ଦରଗଡ଼ କାଲଟା ଅଞ୍ଚଳର ଲୋପା ମୁଣ୍ଡା ବୋଲି ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ ଗତକାଲି ଲୋପା ମୁଣ୍ଡା ଓ ତାଙ୍କ ସାଙ୍ଗ ବରସୁଆଁରେ ଥିବା ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ବରସୁଆଁ ନିକଟ ଖଣ୍ଡାଧାର ଜଳପ୍ରପାତକୁ ଉଭୟେ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ପରେ ପ୍ୟାଣ୍ଟ୍‌ ପିନ୍ଧୁଥିବା ସମୟରେ ଲୋପା ମୁଣ୍ଡାଙ୍କ ଗୋଡ଼ ଖସିଯାଇଥିଲେ । ସେ ୮୦୦ରୁ ୯୦୦ ମିଟର ତଳକୁ ଖସିପଡ଼ିଥିବା ଅନୁମାନ କରାଯାଉଛି ।

ଗତକାଲି ଅଗ୍ନିଶମ କର୍ମଚାରି ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଲୋପାଙ୍କୁ ପାଇନଥିଲେ। ରାତି ହୋଇଯିବାରୁ ଆଉ ଖୋଜାଖୋଜି କରି ନଥିଲେ। ଆଜି ସକାଳେ ପୁଣି ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରୁଛନ୍ତି। ହେଲେ ବର୍ଷା ହେଉଥିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ଖୋଜାଖୋଜି କରିବାରେ ବିଳମ୍ବ ହେଉଛି। ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ ।

Advertisment
Missing Case
Advertisment
Advertisment