/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674530582.jpg)
youth dies in road accident
ସମ୍ବଲପୁର କୁଚିଣ୍ଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଗଛରେ ପିଟିହୋଇ ଜଳିଗଲା ବୋଲେରୋ। ଜଣେ ଦଗ୍ଧ ଏବଂ ଆଉ ୩ ଜଣ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଉଦ୍ଧାର। ଗୋବିନ୍ଦପୁର ଥାନା କର୍ଲାଖମନ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ବୋଲେରୋ ଗା଼ଡ଼ିଟି ରାଞ୍ଚି ସିମଡେଗାରୁ ଗଡ଼ପୋସ ଆସୁଥିଲା।
Advertisment
ଏକ ନିର୍ବନ୍ଧ ସାରି ଲୋକେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଉଛନ୍ତି ସୁରେଶ ଲୁଗୁନ। ସେ ପୁରା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତାଙ୍କ ଘର ପିଣ୍ଡାପଥର ପଞ୍ଚାୟତ ପରମାମପୁର ଡେଟପଡ଼ାରେ। ଅନ୍ୟ ପକ୍ଷରେ ଡ୍ରାଇଭର ଫେରାର ହୋଇଥିବା କୁହାଯାଉଛି। ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଉଦ୍ଧାର କରିଛି।
ସୁଲୋ ଲୁଗୁନ, ନବୀନ ଲୁଗୁନ, ପ୍ରମୋଦ ଏକ୍କା ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର ହୋଇଛନ୍ତି। ଆସନ୍ତାକାଲି ବାହାଘର ହୋଇଥାନ୍ତା। ତା ପୂର୍ବରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ସୁରେଶ ଲୁଗୁନଙ୍କ ଭଉଣୀଙ୍କ ବାହାଘର ଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)