Advertisment

Worst Stampedes in the World: ସେଲିବ୍ରେସନ ପାଲଟିଛି ମୃତ୍ୟୁର ତାଣ୍ଡବ, କେଉଁଠି ଘଟିଛି ବିଶ୍ବର ଭୟଙ୍କର ଦଳାଚକଟା

୩୫ ହଜାର କାପାସିଟିରର ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ୨ ଲକ୍ଷରୁ ଅଧିକ ଦର୍ଶକ। ଫଳରେ ଦଳାଚକଟାରେ ୧୧ରୁ ଅଧିକ କ୍ରିକେଟ ଫ୍ୟାନ ପ୍ରାଣ ହରାଇଥିଲେ। ସେହିପରି ଶତାଧିକ ଆହତ ମଧ୍ୟ ହୋଇଥିଲେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
stampade

stampade

ଆଇପିଏଲର ୧୮ତମ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଫାଇନାଲରେ ପଞ୍ଜାବ କିଙ୍ଗ୍ସକୁ ୬ ରନରେ ପରାସ୍ତ କରିଥିଲା ଆରସିବି। ତେବେ ଫାଇନାଲ ବିଜୟ ପରେ ଭିକ୍ଟ୍ରି ପରେଡ ସମୟରେ ଘଟି ଯାଇଥିଲା ଅଘଟଣ। ୩୫ ହଜାର କାପାସିଟିରର ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ୨ ଲକ୍ଷରୁ ଅଧିକ ଦର୍ଶକ। ଫଳରେ ଦଳାଚକଟାରେ ୧୧ରୁ ଅଧିକ କ୍ରିକେଟ ଫ୍ୟାନ ପ୍ରାଣ ହରାଇଥିଲେ। ସେହିପରି ଶତାଧିକ ଆହତ ମଧ୍ୟ ହୋଇଥିଲେ। ଚଳିତ ବର୍ଷ ମହାକୁମ୍ଭରେ ମଧ୍ୟ ଦଳାଚକଟା କାରଣରୁ ଏକାଧିକ ପ୍ରାଣହାନି ଘଟିଥିଲା। ଏହାକୁ ପୋଲିସ ଓ ପ୍ରଶାସନର ବିଫଳତା ବୋଲି କୁହାଯାଉଥିବା ବେଳେ ଆସନ୍ତୁ ନଜର ପକାଇବା ବିଶ୍ବରେ ଘଟିଯାଇଥିବା କିଛି ଭୟଙ୍କର ଦଳା ଚକଟା ଉପରେ।

Advertisment

ହିଲସବୋର ଡିଜାଷ୍ଟର(୧୯୮୯)- ଇଂଲଣ୍ଡର ସେଫିଲ୍ଡରେ ଥିବା ହିଲସବୋର ଷ୍ଟାଡିୟମରେ ୧୯୮୯ ମସିହାରେ ଏଭଳି ଅଘଟଣ ଦେଖିବାକୁ ମିଳିଥିଲା। ଲିଭରପୁଲ ଓ ନଟିଂହାମ ଫରେଷ୍ଟ ମଧ୍ୟରେ ଖେଳା ଯାଇଥିବା ସେମି ଫାଇନାଲ ମ୍ୟାଚରେ ଦଳାଚକଟା କାରଣରୁ ୯୬ ଜଣଙ୍କ ପ୍ରାଣହାନି ଘଟିଥିଲା। ବ୍ୟାରିକେଡ ମଧ୍ୟରେ ଚାପି ହୋଇ ୯୬ ଜଣ ପ୍ରାଣ ହରାଇଥିଲେ। ଏହା ପରେ ୟୁକେରେ ଫୁଟବଲ ଭିଡ ନିୟନ୍ତ୍ରଣ ଗାଇଡ ଲାଇନ ସାମ୍ନାକୁ ଆସିଥିଲା।

ଅଧିକ ପଢ଼ନ୍ତୁ: RCBର ବିଜୟ ପରେ ଭାବପ୍ରବଣ ହୋଇଗଲେ କୋହଲି; କହିଲେ ଅନୁଷ୍କାଙ୍କ ପାଇଁ ସବୁ ସମ୍ଭବ ହେଲା

Advertisment

ଅଲ ମୁଆସେମ ଟନେଲ ଟ୍ରାଜେଡି(୧୯୯୦)- ୧୯୯୦ ମସିହାରେ ହଜ ଯାତ୍ରା ସମୟରେ ଅଲ ମୁଆସେମ ଟନେଲ ମଧ୍ୟରେ ୧୪ ଶହ ଲୋକ ପ୍ରାଣ ହରାଇଥିଲେ। ମକ୍କା ନିକଟରେ ଥିବା ପତଳା ଟନେଲରେ ୧୪୦୦ ଲୋକ ଚାପି ହୋଇ ପ୍ରାଣ ହରାଇଥିଲେ। ଇଦ ଅଲ ଆଧା ସମୟରେ ଏହି ଅଘଟଣ ଘଟିଥିଲା।

ଜମାରତ ବ୍ରିଜ ଡିଜାଷ୍ଟର(୨୦୦୪)- ହଜ ଯାତ୍ରା ସମୟରେ ଆଉ ଏକ ଦୁର୍ଘଟଣାରେ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଇସଲାମିକ ନିୟମ ଅନୁସାରେ ସଇତାନକୁ ପଥର ମାଡ ପ୍ରଥା ପାଳନ କରା ଯାଉଥିବା ବେଳେ ଜମାରତ ବ୍ରିଜ ଭୁଶୁଡି ପଡିଥିଲା। ଦୁର୍ଘଟଣା ସମୟରେ ବ୍ରିଜ ଉପରେ ହଜାର ହଜାର ଭକ୍ତ ଥିବା ବେଳେ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

ମନ୍ଦାର ଦେବୀ ଦଳାଚକଟା(୨୦୦୫)- ମହାରାଷ୍ଟ୍ରର ମନ୍ଦାର ଦେବୀ ମନ୍ଦିରରେ ଦଳାଚକଟା କାରଣରୁ ୩୦୦ ଭକ୍ତ ପ୍ରାଣ ହରାଇଥିଲେ। ଏକ ରାସ୍ତା କଡ ଚା’ ଦୋକାନରେ ନିଆଁ ଲାଗିବା ଫଳରେ ଏହା ଭକ୍ତ ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା। ମନ୍ଦିର ନିକଟରେ ଥିବା ଏକ ଅଣ ଓସାରିଆ ରାସ୍ତାକୁ ସମସ୍ତେ ବ୍ୟବହାର କରିବାକୁ ଚେଷ୍ଟା କରିଥିବା ବେଳେ ଦଳା ଚକଟା ହୋଇଥିଲା।

ନୈନା ଦେବୀ ମନ୍ଦିର ଦୁର୍ଘଟଣା(୨୦୦୮)- ହିମାଚଳ ପ୍ରଦେଶର ନୈନା ଦେବୀ ମନ୍ଦିରରେ ମଧ୍ୟ ଏକ ଭୟାବହ ଦୁର୍ଘଟଣା ଘଟିଥିଲା। ପ୍ରତିକୂଳ ପାଗ କାରଣରୁ ପର୍ଯ୍ୟଟକ ମାନେ ଏକ ଅଣ ଓସାରିଆ ରାସ୍ତାରେ ଫସି ଯାଇଥିଲେ। ଫଳରେ ୧୪୦ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ।

ଆବିଦଜାନ ଷ୍ଟାଡିୟମ(୨୦୦୯)- ବିଶ୍ବକପ ଫୁଟବଲର ଏକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ସମୟରେ ଆବିଦଜାନ ଷ୍ଟାଡିୟମରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଇଭରି କୋଷ୍ଟ ଓ ମଲାୱି ମଧ୍ୟରେ ମ୍ୟାଚ ଖେଳା ଯାଇଥିବା ବେଳେ ଭଡ ନିୟନ୍ତ୍ରଣରେ ବିଫଳ ହୋଇଥିଲେ ସରକାର। ଫଳରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା।

ଇଣ୍ଡୋନେସିଆ ଫୁଟବଲ ଷ୍ଟାଡିୟମ ଦଳାଚକଟା(୨୦୨୪)- ଇଣ୍ଡୋନେସିଆର କାଞ୍ଜୁରୁହାନ ଫୁଟବଲ ଷ୍ଟାଡିୟମରେ ଦଳା ଚକଟା କାରଣରୁ ୧୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଦର୍ଶକ ଆହତ ହୋଇଥିଲେ। ଦୁଇ ଟିମର ସମର୍ଥକ ଫୁଟବଲ ପଡିଆ ମଧ୍ୟକୁ ପ୍ରବେଶ କରିବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରିବା ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିଲା।

ଅଧିକ ପଢ଼ନ୍ତୁ: ୧୮ ବର୍ଷର ଅପେକ୍ଷାର ହେଲା ଅନ୍ତ; IPL ଟ୍ରଫି ଜିତିଲେ କିଙ୍ଗ୍‌ କୋହଲି...

India Accident
Advertisment
Advertisment