Advertisment

ପୟାଶ୍ରାଦ୍ଧ ଦେବାକୁ ଆସିଥିଲେ, ଚଢ଼ିଗଲା କାର

ରାଜଧାନୀରେ ଅଭାବନୀୟ ଘଟଣା। ପୟାଶ୍ରାଦ୍ଧ ପାଇଁ ଗଂଜାମରୁ ଲିଙ୍ଗରାଜ ମନ୍ଦିର ଆସିଥିବା ବେଳେ ଗତକାଲି ସନ୍ଧ୍ୟାରେ ଦମ୍ପତ୍ତିଙ୍କୁ ଧକ୍କା ଦେଇଥିଲା କାର୍। ଏଥିରେ ପତ୍ନୀ ପ୍ରାଣ ହରାଇଛନ୍ତି ଏବଂ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି।

author-image
Santosh Kumar Sahoo
Accident

Accident

ଆସିଥିଲେ ପୟାଶ୍ରାଦ୍ଧ ପାଇଁ ଦୁର୍ଘଟଣାରେ ଚାଲିଗଲା ଜୀବନ। ଦୀପାବଳି ସନ୍ଧ୍ୟାରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ଘଟିଥିବା ଦୁର୍ଘଟଣା ବିଷୟରେ ଯିଏ ଶୁଣୁଛି ଅବାକ ହୋଇଯାଉଛି। ପୟାଶ୍ରାଦ୍ଧ ପାଇଁ ଗଞ୍ଜାମରୁ ଭୁବନେଶ୍ୱର ଧାଇଁ ଆସିଥିବା ଜଣେ ମହିଳାଙ୍କୁ ଜୀବନ ହରାଇବାକୁ ପଡିଛି, ଅନ୍ୟ ଏକ ଗାଡି ଚାଳକଙ୍କ ବେପରୁଆ ଡ୍ରାଇଭିଂ ପାଇଁ। ଇଏ ସୁଲୋଚନା ମହାନ୍ତି। ବୟସ ପାଖାପାଖି ୪୫ ହେବ। ଗତକାଲି ନୂଆ କିଣାହୋଇ ଆସିଥିବା ଏହି ଗାଡି ପୂଜା ପାଇଁ ଲିଙ୍ଗରାଜ ମନ୍ଦିରକୁ ଆସିଥିବା ବେଳେ ଚାଳକଙ୍କ ଗୋଟିଏ ଭୁଲ ଜୀବନ ନେଇଯାଇଛି ସୁଲୋଚନାଙ୍କର।

Advertisment

ରବିବାର ସନ୍ଧ୍ୟା ପ୍ରାୟ ୬ଟା । ବ୍ରହ୍ମପୁର ଗେଟ୍ ବଜାର ଅଂଚଳର ସୁଲୋଚନା ମହାନ୍ତି ଓ ତାଙ୍କ ସ୍ୱାମୀ ଜୁରିନାଥ ବେବର୍ତ୍ତା ବଡବଡୁଆଙ୍କୁ ଡାକିବା ପାଇଁ ଭୁବନେଶ୍ୱର ଆସିଥିଲେ। ଭାବିଥିଲେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ, ବିନ୍ଦୁସାଗର କୂଳରେ ପିତୃ ପୁରୁଷଙ୍କୁ ପିଣ୍ଡ ଦାନ କରିବେ। ଏଥିପାଇଁ ବିନ୍ଦୁ ସାଗର କୂଳରେ ଦମ୍ପତ୍ତି ପୂଜା ସାମଗ୍ରୀ କିଣୁଥିଲେ। ଏତିକି ବେଳେ ଆଖି ପିଛୁଳାକେ ମାଡି ଆସିଥିଲା ଗାଡି। ଆଉ, କେହି କିଛି ଭାବିବା ପୂର୍ବରୁ ଚାପି ଦେଇଥିଲା ଉଭୟଙ୍କୁ। ଦୀପାବଳିର କାଳ ସନ୍ଧ୍ୟାରେ ଜୀବନ ଚାଲିଯାଇଥିଲା ସୁଲୋଚନାଙ୍କର। ସ୍ୱାମୀ ଜୁରିନାଥ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେପଟେ ଲିଙ୍ଗରାଜ ଥାନା ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡି ଜବତ କରି ତଦନ୍ତ କରୁଛି। ଫୋନ୍ ଆସିବାରୁ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବ୍ୟାକ ଗିୟର ପକାଇଦେବାରୁ ଦୁର୍ଘଟଣା ଘଟିଥିବା କହିଛି ପୋଲିସ।

ଗତକାଲି ଦୁର୍ଘଟଣା ଘଟାଇ ଫେରାର ମାରିଥିଲେ ଡ୍ରାଇଭର ଓ ସହଯୋଗୀ। ଆଜି ପୋଲିସ ଗାଡି ଚାଳକ କୃଷ୍ଣଚନ୍ଦ୍ର ବେହେରାଙ୍କୁ ଗିରଫ କରିଛି। ତେବେ ବେପରୁଆ ଗାଡି ଚାଳନାରେ ଚାଲିଯାଇଛି ଗୋଟିଏ ନୀରିହ ଜୀବନ।

Advertisment
Bhubaneswar Accident Diwali
Advertisment
Advertisment