Advertisment

୯ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ; ଘରେ ପହଞ୍ଚିବା ପୂର୍ବରୁ ବାଟରେ ଚାଲିଗଲା ଜୀବନ

ଜେଲ୍‌ରେ ୯ବର୍ଷ ସଜା କାଟିଲେ। ଶେଷରେ ବନ୍ଦୀ ଜୀବନରୁ ମୁକ୍ତି ମଳିଲା। ଘର ଲୋକ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। ହେଲେ କିଏ ଜାଣିଥିଲା ଘରକୁ ଯିବା ପୂର୍ବରୁ ତାଙ୍କ ବାଟ ଜଗିଥିଲା ଯମ ।

author-image
Sonali Ojha
ଅଦ୍ୟତନ ହୋଇଛି
man killed in accident while returning home after 9 years

man killed in accident while returning home after 9 years

ଜେଲ୍‌ରେ ୯ବର୍ଷ ସଜା କାଟିଲେ। ଘର ପରିବାରଠୁ ଦୂରରେ ରହି ମୁକ୍ତିର ଦିନକୁ ଅପେକ୍ଷା କରିଥିଲେ। ଶେଷରେ ବନ୍ଦୀ ଜୀବନରୁ ମୁକ୍ତି ମଳିଲା। ଘର ଲୋକ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। ଜେଲ୍‌ରୁ ମୁକୁଳି ସିଧା ଘରକୁ ଯାଉଥିଲେ। ହେଲେ କିଏ ଜାଣିଥିଲା ଘରକୁ ଯିବା ପୂର୍ବରୁ ତାଙ୍କ ବାଟ ଜଗିଥିଲା ଯମ ? ଏପରି ଏକ ଅବିଶ୍ୱନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ କନୌଜରେ। ଜେଲ୍‌ରୁ ମୁକୁଳି ଘରକୁ ଫେରିବା ବାଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଜଣେ ବ୍ୟକ୍ତି।

Advertisment

ସୂଚନାନୁସାରେ, ମୃତକ ହେଲେ ଉତ୍ତର ପ୍ରଦେଶ କନ୍ନୌଜ ଜିଲ୍ଲା ଗୁରସହାୟଗଞ୍ଜ ଥାନା ଅଞ୍ଚଳର ୪୫ ବର୍ଷୀୟ ବିଜୟ କୁମାର । ସେ ଏକ ହତ୍ୟା ମାମଲାରେ ଇଟାୱା ଜେଲରେ ବନ୍ଦୀ ଭାବରେ ରହିଥିଲେ। ଗତକାଲି ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। ଜେଲ ଛାଡିବା ପରେ ସେ ନିଜ ପତ୍ନୀ ଏବଂ ଝିଅ ସହିତ ଅଟୋରେ ଘରକୁ ଆସୁଥିଲେ। ମାତ୍ର ବାଟରେ ଦୁର୍ଘଟଣା ଘଟିଥିଲା।

ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେର ତଲାଗ୍ରାମ ଅଞ୍ଚଳରେ ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ ସେମାନଙ୍କ ଅଟୋକୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅଟୋଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏଥିରେ ବିଜୟ ଓ ତାଙ୍କ ଝିଅର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ପତ୍ନୀ ଓ ଡ୍ରାଇଭଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଏହି ମାମଲାରେ ବିଜୟ ଜେଲ ଯାଇଥିଲେ..

୨୦୧୨ ମେ’ ୨୧ରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଏହି ମାମଲାରେ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ଥିଲେ ବିଜେନ୍ଦ୍ର କୁମାର। ଅନ୍ୟ ୪ ଅଭିଯୁକ୍ତମାନେ ହେଉଛନ୍ତି ବାବୁ, ରାମ ବାବୁ, ଛବିରାମ ଏବଂ ବିଜୟ କୁମାର। ବିଜୟ ପୂର୍ବରୁ ଆନାଗି ଜିଲ୍ଲା ଜେଲରେ ଥିଲେ। ଏହାପରେ ତାଙ୍କୁ ଇଟାୱା ଜିଲ୍ଲା ଜେଲକୁ ପଠାଯାଇଥିଲା। ୯ବର୍ଷ କାରାଦଣ୍ଡ ଭୋଗିବା ପରେ ସେ ଘରକୁ ଫେରୁଥିଲେ, ମାତ୍ର ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି।

Accident
Advertisment
Advertisment