Advertisment

2 youths killed in road accident: ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ ଆରୋହୀ ମୃତ; ତନାଘନା ଜାରି

ସୁନ୍ଦରଗଡ଼ ତଳସରା ଥାନା ଅନ୍ତର୍ଗତ ମୁଖ୍ୟ ରାସ୍ତା ବାଲିଶଙ୍କରା ୨୩ ମାଇଲ ଠାରେ ଏକ ଅଜଣା ଗାଡ଼ି ଧକ୍କାରେ ମାଳିଡିହି ଗ୍ରାମର ଅବିନାଶ ପ୍ରଧାନ ଓ ବିରଞ୍ଚି ପ୍ରଧାନଙ୍କ ମୃତ୍ୟୁ ଘଟିଛି। ସିସିଟିଭି ନଥିବାରୁ ଧକ୍କା ଦେଇଥିବା ଗାଡିକୁ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
Road accident

Road accident

Advertisment

ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ତଳସରା ଥାନା ଅନ୍ତର୍ଗତ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବାଲିଶଙ୍କରା ୨୩ ମାଇଲ ଠାରେ ଦୁର୍ଘଟଣା ଘଟିଛି। ରବିବାର ‍ବିଳମ୍ବିତ ରାତିରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

Advertisment

ଅଧିକ ପଢନ୍ତୁ: ରାଜଧାନୀରେ ସିରିଜ ଦୁର୍ଘଟଣା; କାର ଓ ଅଟୋକୁ ପଛରୁ ଧକ୍କା ଦେଲା ମଦ୍ୟପ କାର ଚାଳକ

ଦୁଇ ଜଣ ଯୁବକ ହେଲେ ମାଳିଡିହି ଗ୍ରାମର ଅବିନାଶ ପ୍ରଧାନ ଓ ବିରଞ୍ଚି ପ୍ରଧାନ। ସେମାନେ ନିଜ ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ମାରିଥିଲା। ବହୁ ସମୟ ପରେ ରାସ୍ତାରେ ଯାଉଥିବା ସ୍ଥାନୀୟ ଲୋକମାନେ ସେମାନଙ୍କୁ ରାସ୍ତା ଉପରେ ପଡିଥିବା ଦେଖି ତଳସରା ଥାନାକୁ ଖବର ଦେଇ ଥିଲେ। ଖବର ପାଇ ତଳସରା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଉଭୟଙ୍କ ମୃତ୍ୟୁ ଘଟି ସାରିଥିଲା। ଶବକୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ, ସାମନା ପଟରୁ ହିଁ କୌଣସି ଏକ ଗାଡି ସେମାନଙ୍କୁ ଧକ୍କା ଦେଇଛି। କିନ୍ତୁ ସେହି ରାସ୍ତାରେ ସିସିଟିଭି ନଥିବାରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ବାଧା ଉପୁଜିଛି। ସେପଟେ ଦୁଇ ଯୁବକଙ୍କୁ ହରାଇ ମାଳିଡିହି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ଅଧିକ ପଢନ୍ତୁ: ଆପଣ ଖାଉଥିବା ପାନ ଦେହ ପାଇଁ ଭଲ ନା ଖରାପ, ଜାଣନ୍ତୁ

Road Accident 2 Killed In Accident Sundargarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ