Advertisment

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ପୋଖରୀରେ ବୁଡ଼ି ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର

ଗଣେଶ ଭସାଣ ବେଳେ ଅଘଟଣ । ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ ଘଟିଛି ଅଭାବନୀୟ ଘଟଣା।

author-image
Sonali Ojha
drowning

drowning

ଗଣେଶ ଭସାଣ ବେଳେ ଅଘଟଣ । ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ ଘଟିଛି ଅଭାବନୀୟ ଘଟଣା। ବଡ଼ ଭାଇର ମତ୍ୟୁ ହୋଇଥିବା ବେଳେ ସାନ ଭାଇକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

Advertisment

ସୂଚନା ଅନୁସାରେ, ଗତକାଲି ଗାଁରେ ଗଣେଶ ପୂଜା ହୋଇଥିଲା। ଆଜି ଭସାଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଅରୁଣ ରାଉତଙ୍କ ଦୁଇ ପୁଅ ଭସାଣରେ ଯୋଗଦେବେ କହି ଘରୁ ବାହାରିଥିଲେ। ଗଣେସଙ୍କ ମୂର୍ତ୍ତି ଗାଁ ପୋଖରୀରେ ବିସର୍ଜନ ହେବାର ଥିଲା। ସେଠାରେ ବିସର୍ଜନ ବେଳେ ଦୁଇ ଭାଇ ବୁଡ଼ିଯାଇଥିଲେ।

ଗାଁ ଲୋକ ତୁରନ୍ତ ସେମାନଙ୍କୁ ପାଣି ଭିତରୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ବଡ଼ ଭାଇର ମୃତ୍ୟୁ ହୋଇଯାଇଥିଲା। ଅରୁଣ ଷଷ୍ଠ ଶ୍ରେଣୀର ଛାତ୍ର। ସେହିପରି ସାନ ଭାଇର ଅବସ୍ଥା ଗୁରୁତର ହେବାରୁ ତାକୁ ବାଲେଶ୍ବର ମେଡିକାଲ ସ୍ଥାନାନ୍ତର କରାଯାଇଛି।

Advertisment
Drowning
Advertisment
Advertisment