ଯାଜପୁର ଜିଲ୍ଲା କାଳିଆପାଣି ଥାନା ମହୁଲଖାଲ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଗୋଟିଏ କାର୍ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତର ଅଛନ୍ତି । ଦୁଇ ମୃତକ ହେଲେ କାଦୁଅ ବନ୍ଦୀ ଗ୍ରାମର ବିଶ୍ୱନାଥ ମହାନ୍ତ ଓ ମହୁଲ ଖାଲ ଗ୍ରାମର ସଞ୍ଜୟ କୁମାର ମହାନ୍ତ ।
ଅଧିକ ପଢ଼ନ୍ତୁ: କାମ କରୁନି ଔଷଧ, ଟିଙ୍କ ଆତଙ୍କରେ ଆକ୍ତାମାକ୍ତା ଗ୍ରାମବାସୀ
Also Read
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳର ୫ ଯୁବକ ଏକ ଏର୍ଟିଗା କାରରେ ନିଜ ଘର ଅଭିମୁଖେ ଫେରୁଥିଲେ । ହେଲେ କିଏ ବା ଜାଣିଥିଲା, ବାଟରେ ମୃତ୍ୟୁ ଛକି ବସିଛି ବୋଲି । କିଟିମିଟି ଅନ୍ଧାରରେ ଗାଡି ଦ୍ରୁତଗତିରେ ଆଗକୁ ବଢୁଥିଲା । ମହୁଲ ଖାଲ ନିକଟରେ ଥିବା ଟନିଙ୍ଗରେ ଅଚାନକ କାର୍ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା କି ଗାଡ଼ିଟି ପୂରା ଚେପା ହୋଇଯାଇଥିଲା ।
ଯାହାଫଳରେ ଘଟଣାସ୍ଥଳରେ ବିଶ୍ୱନାଥ ମହାନ୍ତ ଓ ସଞ୍ଜୟ ମହାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା । ଆଉ ଜଣେ ଗୁରୁତର ଯୁବକଙ୍କୁ କଳିଙ୍ଗନଗର ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ କାଳିଆପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।