ଅଦ୍ୟତନ ହୋଇଛି
Accident
Advertisment
ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଗଲା ୧୬ ଚକିଆ ଟ୍ରଲର । ଜୀବନ ବଞ୍ଚାଇବାକୁ ଦୁର୍ଘଟଣା ପୂର୍ବରୁ ଡେଇଁ ପଡିଲେ ଡ୍ରାଇଭର ଓ ହେଲପର । ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚୁପଟି ନିକଟରେ ଘଟିଛି ଏହି ଦୁର୍ଘଟଣା । ଟ୍ରକଟି ଅନୁଗୁଳରୁକଟକ ଅଭିମୁଖେ ଯାଉଥିଲା ।
Advertisment
ଉଭୟ ଡ୍ରାଇଭର ଓ ହେଲପର ଉତ୍ତର ପ୍ରଦେଶ ରାମପୁରର ବୋଲି ଜଣାପଡିଛି । ପୂର୍ବରୁ ଏହି ସ୍ଥାନରେ କିଛି ମାସ ତଳେ ଏକ ବସ୍ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଥିବାରୁ ଏ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Accident__1696921297.jpg)