/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725441281.jpg)
Balcony Collapse In Chapra
ବିହାର ଛାପ୍ରା ଜିଲ୍ଲାରେ ବଡ ଧରଣର ଅଘଟଣ। ଏକ ବାଲକୋନି ଭୁଶୁଡି ପଡିବାରୁ ପ୍ରାୟ ଶହେ ଲୋକ ଆହତ ହୋଇଛନ୍ତି । ଗତକାଲି ରାତିରେ ମହାବୀର ପ୍ରୋସେସନ ଦେଖିବାକୁ ଏମାନେ ସମସ୍ତେ ବାଲକୋନିରେ ଏକାଠି ହୋଇଥିଲେ । ହେଲେ ହଠାତ ଭୁଶୁଡି ପଡିବାରୁ ସମସ୍ତେ ତଳକୁ ଖସି ପଡିଥିଲେ । ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅଧିକ ପଢ଼ନ୍ତୁ: Video Viral: ନଦୀକୁ ଡେଇଁଲେ ମହିଳା, ଚୁଟିକୁ ଧରିପକାଇଲେ କ୍ୟାବ୍ ଡ୍ରାଇଭର..!
ସୂଚନା ଅନୁଯାୟୀ ଶୋଭାଯାତ୍ରା ଦେଖିବା ଲାଗି ଏମାନେ ଏକ ବିଲଡିଂରେ ବାଲକୋନି ସହ ଛାତ ଉପରେ ଏବଂ ଆଉ କିଛି ଛାତ ତଳେ ଭିଡ ଜମାଇଥିଲେ । ବାଲକୋନି ଭୁଶୁଡି ପଡିବାରୁ ତଳେ ଠିଆ ହୋଇଥିବା ଲୋକେ ମଧ୍ୟ ଆହତ ହୋଇଛନ୍ତି ।
The roof collapsed in Chapra, Bihar, injuring 100 people.#Bihar#Chhapra#RoofCollapse@bihar_police@officecmbihar@ChapraZilapic.twitter.com/PvBT1mno4d
— Payal Mohindra (@payal_mohindra) September 4, 2024
ପ୍ରତିବର୍ଷ ଭିମବୀର ମେଳା ଝଣ୍ଡା ଯାତ୍ରା ଆୟୋଜିତ ହୋଇଥାଏ । ଏହି ଯାତ୍ରାରେ ଅନେକ ଅର୍କେଷ୍ଟ୍ରା ଗ୍ରୁପ୍ ସାମିଲ ହୋଇଥାନ୍ତି । ଏହି ଯାତ୍ରା ଦେଖିବା ଲାଗି ଏଠାରେ ଅନେକ ଦେଖଣାହାରୀ ଭିଡ଼ ଜମାନ୍ତି।
A 5 Storey Building has collapsed entirely last night at Kolkata's Metiabruz. Disaster Management Team has been rushed instantly fearing many are trapped under debris & also of possible casualties. BJP is also on spot from 3AM last night. More details are awaited. pic.twitter.com/q8DWK8VmmS
— Sudhanidhi Bandyopadhyay (@SudhanidhiB) March 18, 2024
ଏହାପୂର୍ବରୁ ଗତ ମାସରେ ପାଟନାରେ ଏକ ଘରର କାନ୍ଥ ଭୁଶୁଡ଼ିବା ଫଳରେ ୪୦ଜଣ ଆହତ ହୋଇଥିଲେ। ପାଟନା ଉପକଣ୍ଠରେ ଥିବା ଶ୍ରୀପାଲପୁର ଅଞ୍ଚଳରେ ଏହି ଘଟଣା ଘଟିଥିଲା ​​। ଧାର୍ମିକ କାର୍ଯ୍ୟ ଚାଲିଥିଲା ​​ବେଳେ ଏହି ଅଘଟଣ ଘଟିଥିଲା। ଏଥିରେ ଅଧିକାଂଶ ମହିଳା ଆହତ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)