/odishatv-khabar/media/post_attachments/uploadimage/library/16_9/16_9_0/Accident_1709187866.jpg)
Accident
ସ୍କୁଟି ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। ବାରିପଦାର ଉଦଳା ରାସ୍ତା ବାଲିଜୁଡା ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
Advertisment
ଏକ ବାଇକରେ ଦୁଇଜଣ ଯୁବକ ଯାଉଥିବା ବେଳେ ବିପରୀତ ଦିଗରୁ ଆଉ ଜଣେ ଯୁବକ ସ୍କୁଟିରେ ଆସୁଥିଲେ। ବାଇକ ଚାଳକ ଦ୍ରୁତ ଗତିରେ ଆସି ସ୍କୁଟିକୁ ଧକ୍କା ଦେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ବାଇକର ବେଗ ଏତେ ଅଧିକ ଥିଲା ଯେ ଉଭୟ ଚାଳକ ୨୦ଫୁଟ ଦୂରକୁ ଛିଟିକି ପଡିଥିଲେ। ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଯାଇଛି।
ଅଧିକ ପଢ଼ନ୍ତୁ: ଘାଟିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ୧୪ ମୃତ, ୨୦ରୁ ଅଧିକ ଆହତ
ମୃତକଙ୍କ ମଧ୍ୟରୁ ଦୁଇ ଜଣ ଗୁଡ଼ିଆଲବନ୍ଧର ହୋଇଥିବା ବେଳେ ଅନ୍ୟଜଣେ ଦଲକିଶୋଲ ଅଂଚଳର ବୋଲି ଜଣାପଡିଛି। ଦୁଇ ଗାଡ଼ି ମଧ୍ୟରେ ଏତେ ଜୋରରେ ଧକ୍କା ହୋଇଛି ଯେ ଗାଡ଼ି ଦୁଇଟି ଭାଙ୍ଗି ଚୁରମାର ହୋଇଯାଇଛି।ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)