/odishatv-khabar/media/post_attachments/uploadimage/library/16_9/16_9_0/Accident_1709875487.jpg)
Accident
ଚଳନ୍ତା ବୁଲେଟ ଗାଡ଼ିରେ ପଶିଗଲା ନାବାଳିକାର ହାତ । ଆଉ ଚକରେ ଲାଗି ଛିଡ଼ିଗଲା ହାତ । ଏପଟେ ଦୁର୍ଘଟଣା ପରେ ଛିଡ଼ି ଥିବା ହାତକୁ ଧରି କୁକୁର ହୋଇଗଲା ଫେରାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅଧିନ ଜାତୀୟ ରାଜପଥ ୨୬ର ଏକ ପେଟ୍ରୋଲ ପମ୍ପ୍ ସାମ୍ନାରେ ।
ସୂଚନା ଅନୁଯାୟୀ, ଜୟପାଟଣା ମଙ୍ଗଳପୁର ଗାଁର କୁନି ପିଲାଟି ତା’ର ବାପା ମା'ଙ୍କ ସହ ବୁଲେଟ୍ ଗାଡ଼ିରେ ଯାଉଥିଲା । ଝିଅର ସ୍କାର୍ପ ଗାଡି ଚକାରେ ପଶିଯିବାରୁ ଚଳନ୍ତା ଗାଡିରେ ବସି ସ୍କାର୍ପ କାଢିବା ବେଳେ ଡାହାଣ ହାତ ପଶିଯାଇ ଛିଡିଯାଇଥିଲା। ଦୁର୍ଭାଗ୍ୟ ବଶତଃ ଏହି ସମୟରେ ସେଠାରେ ଥିବା ଏକ ବୁଲା କୁକୁର ଛିଡା ହାତକୁ ଧରି ଫେରାର୍ ହୋଇଯାଇଥିଲା।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାକୁ ତୁରନ୍ତ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ନାବାଳିକାର ବାପାମାଆ କେସିଙ୍ଗା ବ୍ଲକ୍ ବାଲସି ଗାଁର ତାଙ୍କ ସମ୍ପର୍କୀୟ ଘରକୁ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବା ବେଳେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)