• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ମୃତଦେହ ଚିହ୍ନଟ ଦ୍ୱନ୍ଦ୍ୱ ନେଇ ତୁମ୍ବିତୋଫାନ ପରେ ନିଜ ଦୋଷ ଛାଡିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । କହିଛନ୍ତି, ଆଇନଗତ ଏବଂ ନୈତିକତା ଦୃଷ୍ଟିରୁ ଆମେ ଠିକ୍ । ମୃତଦେହ ଚିହ୍ନଟ ପରିବାର ଲୋକ କରିଛନ୍ତି, ଆମର କିଛି ଭୁଲ୍ ନାହିଁ ।

ହାଇଟେକ୍ ପକ୍ଷରୁ ସିଇଓ ସ୍ମିତା ପାଢୀ ଓ ଡାକ୍ତର ଅମ୍ରିତ ପାଟ୍ଟଯୋଶୀ ଗଣମାଧ୍ୟମ ଆଗରେ କହିଛନ୍ତି, ପରିବାର ଚିହ୍ନଟ କରି ପାରିନାହାନ୍ତି, ଆମର ଦୋଷ ନାହିଁ । ଦୁର୍ଘଟଣା ପରେ ୪ ଜଣଙ୍କୁ ତାଙ୍କ ଠିକାଦାର ଆଡମିଶନ କରାଇଥିଲେ, ଠିକାଦାର ଦେଇଥିବା ପରିଚୟ ଅନୁସାରେ ସେମାନଙ୍କ ଚିକିତ୍ସା ଚାଲିଥିଲା ।

ଗତ ୩୦ ତାରିଖରେ ଦିଲ୍ଲୀପ ପରିଚୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଆମେ ପୋଲିସକୁ ମୃତଦେହ ହସ୍ତାନ୍ତର କରିଥିଲୁ, ସେଠୁ ପରିବାର ଲୋକ ନେଇଥିଲେ ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଆହୁରି ମଧ୍ୟ କହିଛନ୍ତି ଯେ, କାଲି ଜ୍ୟୋତି କୁହାଯାଉଥିବା ବ୍ୟକ୍ତି ଭେଣ୍ଟିଲେଟରରୁ ବାହାରିଥିଲେ ।

ଭେଣ୍ଟିଲେଟରରୁ ବାହାରିବା ପରେ ସେ ନିଜକୁ ଦିଲ୍ଲୀପ ବୋଲି କହିଥିଲେ । ଏପରିକି ମାନସିକ ରୋଗ ବିଶେଷଜ୍ଞକୁ ଡାକି ତାଙ୍କୁ ଅଧିକ ପଚରାଉଚରା ମଧ୍ୟ କରାଯାଇଥିଲା । ଉଭୟ ପରିବାର ଲୋକଙ୍କୁ ଡକାଯାଇଥିଲା, ସେମାନେ ଚିହ୍ନଟ କରିଥିଲେ । ଉଭୟ ପରିବାର ଚିହ୍ନଟରୁ ଜୀବିତ ବ୍ୟକ୍ତି ଜ୍ୟୋତି ନୁହେଁ ବୋଲି କୁହାଯାଇଥିଲା ।

କେହି ରୋଗୀ ଆସିଲେ ଆଗ ଚିକିତ୍ସା କରିବା ଆମ ଦାୟିତ୍ୱ, ଏଣୁ ପରିଚୟ ଜାଣିବା ଆମ କାମ ନୁହେଁ ବରଂ ଚିକିତ୍ସା କରିବା ଆମ କାମ ବୋଲି ମେଡିକାଲ କର୍ତ୍ତୃପକ୍ଷ ନିଜ ସଫେଇରେ କହିଛନ୍ତି ।